Posted inଖେଳ

ପୁରୁଷ ଦିନିକିଆରେ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି

ଦୁବାଇ,୬।୧୨(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଜି.ଏସ୍‌. ଲକ୍ଷ୍ମୀ ପ୍ରଥମ ମହିଳା ରେଫରି ଭାବେ କୌଣସି ପୁରୁଷ ଦିନିକିଆ ମ୍ୟାଚ୍‌ ଦାୟିତ୍ୱରେ ରହିବେ। ୟୁନାଇଟେଡ୍‌ ଆରବ ଏମିରେଟ୍ସରେ ରବିବାର ଆରମ୍ଭ ହେବାକୁ ଥିବା ଓ୍ବାଲର୍‌ହ କପ୍‌ ଲିଗ୍‌ ୨ର ତୃତୀୟ ସିରିଜର ଉଦ୍‌ଘାଟନୀ ମ୍ୟାଚ୍‌ରେ ସେ ରେଫରି ଦାୟିତ୍ୱ ତୁଲାଇବେ। ଏହି ମ୍ୟାଚ୍‌ରେ ୟୁନାଇଟେଡ ଆରବ ଏମିରେଟ୍ସ ଓ ଆମେରିକାର ପରସ୍ପରକୁ ଭେଟିବେ। ଚଳିତ ବର୍ଷ ଲକ୍ଷ୍ମୀ ଦ୍ୱିତୀୟଥର ପାଇଁ ଏଭଳି ବଡ଼ ଧରଣର ସଫଳତା ହାସଲ କରିଛନ୍ତି। ଗତ ମେ’ ମାସରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)
ଇଣ୍ଟରନ୍ୟାସନାଲ ପ୍ୟାନେଲ ଅଫ୍‌ ମ୍ୟାଚ୍‌ ରେଫରିରେ ସେ ନିଯୁକ୍ତି ପାଇ ବଡ଼
ଧରଣର ସଫଳତା ହାସଲ କରିଥିଲେ। ପୂର୍ବରୁ ୫୧ ବର୍ଷୀୟା ଲକ୍ଷ୍ମୀ ୨୦୦୮-୦୯ରେ ଘରୋଇ ମହିଳା କ୍ରିକେଟରେ ମ୍ୟାଚ୍‌ ପରିଚାଳନା କରିବାର ସୁଯୋଗ ହାସଲ କରିଥିଲେ। ଏପର୍ଯ୍ୟନ୍ତ ସେ ୩ଟି ମହିଳା ଦିନିକିଆ ମ୍ୟାଚ୍‌, ୧୬ଟି ପୁରୁଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଓ ୭ଟି ମହିଳା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ରେଫରି ଭାବେ ପରିଚାଳନା କରିଛନ୍ତି। କୌଣସି ଆଇସିସି ଇଭେଣ୍ଟରେ ମ୍ୟାଚ୍‌ ପରିଚାଳନା କରିବାର ସୁଯୋଗ ମିଳିଥିବାରୁ ଲକ୍ଷ୍ମୀ ଖୁସି ଜାହିର କରିଛନ୍ତି। ଆଇସିସି ସିନିୟର ମ୍ୟାନେଜର ତଥା ଅମ୍ପାୟର ଓ ରେଫରି ଆଡ୍ରିଆନ୍‌ ଗ୍ରିଫି ଲକ୍ଷ୍ମୀଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଲକ୍ଷ୍ମୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ: ଦିନିକିଆ ତ୍ରିଶତକ ହାସଲ କରିପାରିବେ ଏହି ଖେଳାଳି

ନୂଆଦିଲ୍ଲୀ,୨୮।୧୨: ଭାରତୀୟ ଦଳ ବାଂଲାଦେଶି ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ସହିତ ୨୦୨୨ କ୍ୟାଲେଣ୍ଡର ବର୍ଷ ଶେଷ କରିଛି। ଏହି ବିଜୟ ସହ ଭାରତ ବିଶ୍ୱ...

ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ବାରମ୍ବାର ଭେଟିବାକୁ ନ ଯିବାକୁ ଡିଡିସିଏର ଅପିଲ୍‌

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କାର ଦୁର୍ଘଟଣା ଶିକାର ହେବାପରେ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଙ୍କୁ...

ଆଇପିଏଲ୍‌ ପରେ ଟି-୨୦ ବିଶ୍ୱକପ୍‌ ଖେଳିବା ଉପରେ ସନ୍ଦେହ, ଆଉ ୪ ମାସ…

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିବା ଦ୍ରୁତ ବୋଲର୍‌ ଦୀପକ ଚହର ଏବେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଏଥିଯୋଗୁ ସେ...

ବିସ୍ଫୋରକ ଓପନିଂ ପାର୍ଟନରଶିପ୍‌ ସତ୍ତ୍ୱେ ଭଲ ସ୍କୋର ଛିଡ଼ା କରିପାରିଲାନି ମୁମ୍ବାଇ

ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗରେ...

ଅଷ୍ଟ୍ରେଲିଆନ୍‌ ଓପନ ପୂର୍ବରୁ ଆଣ୍ଡି ମୁରେଙ୍କୁ କରୋନା

ଲଣ୍ଡନ, ୧୫ା୧ (ଏପି)-ଅଷ୍ଟ୍ରେଲିଆନ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ହେବାକୁ ଆଉ କିଛିଦିନ ବାକି ରହିଥିବାବେଳେ ବ୍ରିଟିଶ ଖେଳାଳି ଆଣ୍ଡି ମୁରେ କରୋନାରେ ପୀଡ଼ିତ ହୋଇଛନ୍ତି।...

ଟ୍ରେନିଂ କ୍ୟାମ୍ପ୍‌ ବେଳେ ଆଥଲେଟ୍‌ଙ୍କ ପାଇଁ କଟକଣା

ନୂଆଦିଲ୍ଲୀ, ୨୦ା୫ (ପି.ଟି.)-ଆଥଲେଟମାନଙ୍କ ଟ୍ରେନିଂ ଲାଗି ସରକାର ବିନା ଦର୍ଶକରେ ଷ୍ଟାଡିୟମ ଓ ସ୍ପୋଟର୍‌ସ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ହେଲେ କୋଭିଡ୍‌-୧୯ ମହାମାରୀ ଯୋଗୁ...

ଆଇପିଏଲ ନୁହେଁ, ସୁରକ୍ଷା ଚିନ୍ତାରେ ପଛଘୁଞ୍ଚା ଦେଇଛନ୍ତି ଶ୍ରୀଲଙ୍କା ଖେଳାଳି

ନୂଆଦିଲ୍ଲୀ,୧୧।୯: ଭାରତୀୟ କର୍ତ୍ତୃପକ୍ଷଙ୍କ ଚାପରେ ବଶବର୍ତ୍ତୀ ହୋଇ ୧୦ ଜଣ ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରୁ ଓହରିଯାଇଥିବା ଏହି ଦେଶର ମନ୍ତ୍ରୀ ଫଓ୍ବାଦ ହୁସେନ ଅଭିଯୋଗ...

କାଦୁଲୁରିଙ୍କୁ ୨ ରୌପ୍ୟ, କୀର୍ତ୍ତି, ଶ୍ୱେତଲିନାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୪।୨ (କ୍ରୀଡ଼ା ପ୍ରତିନିଧି):ପାଟନାର କାଙ୍କରବାଗ୍‌ସ୍ଥିତ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଜାତୀୟ ୟୁଥ୍‌, ଜୁନିୟର ଓ ସିନିୟର ର଼୍ୟାଙ୍କିଙ୍ଗ୍‌ ମହିଳା ଭାରୋତ୍ତୋଳନରେ ଓଡ଼ିଶା ପକ୍ଷରୁ...

Advertisement
Archives

Model This Week