ପୁରୁଣା ଶାଢିରୁ…

ବିତୁଥିବା ଦିନ ସହିତ ନୂଆ ନୂଆ ଶାଢୀ କିଣିବା ଭିତରେ ଅନେକ ଶାଢୀ ପୁରୁଣା ହୋଇ ଅଦରକାରୀ ହୋଇଯାଏ। ହେଲେ ଫିଙ୍ଗିବା ଅପେକ୍ଷା ବିଭିନ୍ନ ଉପାୟରେ ଏହାର ବ୍ୟବହାର କରାଯାଇ ପାରିବ। ଜାଣି ରଖନ୍ତୁ ସେ ସମ୍ପର୍କରେ…

ପୁରୁଣା ଶାଢ଼ିରେ ସାଲ୍‌ଓ୍ବାର ପଞ୍ଜାବୀ, ଫ୍ରକ୍‌, ଲଙ୍ଗ୍‌ ସ୍କର୍ଟ ଏବଂ ଅନ୍ୟାନ୍ୟ ନୂଆ ନୂଆ ଡିଜାଇନ୍‌ର ଡ୍ରେସ୍‌ ପ୍ରସ୍ତୁତ କରି ପିନ୍ଧି ପାରିବେ। ଶାଢିକୁ କାଟି ବିଶେଷ କରି ପାଟ ଶାଢିକୁ ଓଢଣି ଭାବେ କୁର୍ତ୍ତି ସହିତ ବ୍ୟବହାର କଲେ ଖୁବ୍‌ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିବ।
କୌଣସି ପୁରୁଣା ଶାଢୀର ବର୍ଡର ଆକର୍ଷଣୀୟ ହୋଇଥିଲେ ଏହାକୁ କାଢି ଅନ୍ୟ ଶାଢି କିମ୍ବା ପ୍ଲେନ୍‌ ରଙ୍ଗର କପଡାରେ ଲଗାଇ ନୂଆ ଶାଢି ଭାବେ ବ୍ୟବହାର କରିପାରିବେ।
ଅଳ୍ପ ଖର୍ଚ୍ଚରେ ମନମୁତାବକ ଲେହେଙ୍ଗା ପିନ୍ଧିବାକୁ ଚାହୁଁଥିଲେ ଆପଣ ନିଜ ପାଖରେ ଥିବା କୌଣସି ଡିଜାଇନର ବର୍ଡର ଓ୍ବାର୍କ ଥିବା ପୁରୁଣା ଶାଢୀକୁ ବ୍ୟବହାର କରିପାରିବେ। ଏହା ଅନ୍ୟମାନଙ୍କ ଠାରୁ ଡିଫରେଣ୍ଟ ଲୁକ୍‌ ଦେବ।
ଟେବୁଲ୍‌ କ୍ଲଥ୍‌ ଭାବେ ବ୍ୟବହାର କରିବା ଲାଗି ପୁରୁଣା ଶାଢୀ ଏକ ଭଲ ବିକଳ୍ପ। ଏହା ଦ୍ୱାରା ଗୋଟିଏ ଶାଢୀରୁ ଏକାଧିକ ଟେବୁଲ କ୍ଲଥ୍‌ ପ୍ରସ୍ତୁତ କରି ପାରିବେ। ଏହାକୁ ଧୋଇବା ମଧ୍ୟ ଖୁବ୍‌ ସହଜ। ସେହିପରି ଏଥିରୁ ଆପଣ ଓ୍ବାଶିଂ ମେସିନ୍‌, ଫ୍ରିଜ୍‌, ଆଲମିରା ଆଦିର କଭର ମଧ୍ୟ ପ୍ରସ୍ତୁତ କରିପାରିବେ।
ସୁନ୍ଦର ସୁନ୍ଦର କୁସନ୍‌ କଭର ପ୍ରସ୍ତୁତ କରିବା ଲାଗି ପୁରୁଣା ଶଢିକୁ ବ୍ୟବହାର କରି ପରିବେ। ବିଶେଷ କରି ପାଟ, ମଠା ଭଳି ପାରମ୍ପରିକ ଶାଢୀରେ କୁସନ୍‌ କଭର ପ୍ରସ୍ତୁତ କଲେ ଏହା ଘରକୁ ଏଥିନିକ୍‌ ଲୁକ୍‌ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ରକ୍ତଚାପ, ମଧୁମେହ ହ୍ରାସ କରେ…

ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଏବଂ ସୁସ୍ଥ ଶରୀର ନିତ୍ୟାନ୍ତ ଆବଶ୍ୟକ। ଗବେଷକଙ୍କ ଅନୁଯାୟୀ, ଯେଉଁମାନେ ଖୁବ୍‌ ଯତ୍ନଶୀଳ ଏବଂ ଉତ୍ତମ ଭୋଜନ କରନ୍ତି...

ଅଂଶୁଘାତ କାରଣ ଓ ପ୍ରତିକାର

ପୌରାଣିକ ମତବାଦ, ପାଞ୍ଜିରେ ଲେଖାଯାଇଥିବା ତଥ୍ୟ ଏବଂ ବିଶିଷ୍ଟ ଜ୍ୟୋତିର୍ବିିଦ୍‌ ପଠାଣି ସାମନ୍ତଙ୍କ ଗଣନା ଅନୁଯାୟୀ ସୂର୍ଯ୍ୟଙ୍କ ଚାରିପଟେ ବିଭିନ୍ନ ଗ୍ରହ ଓ ନକ୍ଷତ୍ର ନିଜେ...

ରୋଗ ଚିହ୍ନଟ କରିବ ମହୁମାଛି

ମହୁମାଛି ମଧ୍ୟ ରୋଗ ଚିହ୍ନଟ କରିପାରିବ। ଏପରି କଥା କାହାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହାପଛରେ ସତ୍ୟତା ରହିଛି ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି...

ଅନ୍ୟମାନଙ୍କଠାରୁ ଢ଼େରଗୁଣା ଅଧିକ ଆକର୍ଷକ ହୋଇଥାନ୍ତି ଏହି ୪ ରାଶିର ଲୋକେ; ସହଜରେ ଜିଣି ନିଅନ୍ତି ହୃଦୟ

ଜ୍ୟୋତିଷଶାସ୍ତ୍ରରେ ୧୨ ରାଶି ବିଷୟରେ ଅଧ୍ୟୟନ କରାuଯାଇଛି। ପ୍ରତ୍ୟେକ ରାଶିର ବିଶେଷତା ଏବଂ ସ୍ବଭାବ ଭିନ୍ନ ଥାଏ। ଏହାଦ୍ୱାରା କୌଣସି ବ୍ୟକ୍ତିର ଗୁଣ ଓ ଦୋଷ...

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ରଖନ୍ତୁ ଧ୍ୟାନ, ଜିତିବେ ବାଜି…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା...

କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ...

ଘିକୁଆଁରୀ ଏହି ଲୋକଙ୍କ ପାଇଁ ଲାଭଦାୟକ ନୁହେଁ

ଘିକୁଆଁରୀ ଖାଇବା ଲାଭଦାୟକକ ହୋଇଥାଏ ବୋଲି ଶୁଣିଥିବେ। ଏଥିରେ ଥିବା ଆଣ୍ଟି ଇନ୍‌ଫ୍ଲାମାଟୋରି ଗୁଣ, ଯାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ଆଣ୍ଟି...

ସ୍ମରଣ ଶକ୍ତିକୁ ସକ୍ରିୟ କରେ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଅଣ୍ଡା ଖାଇବା ଦ୍ୱାରା ତାହାର ସୁପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ। ନିକଟରେ ‘ସ୍ମରଣ...

Advertisement
Archives

Model This Week