Posted inଜାତୀୟ

ପୁରୁଣା ଟିମ୍‌ ସହ ସରକାର ଚଳାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ଆମ ଆଦମୀ ପାର୍ଟି (ଏଏପି) ବିଜୟ ଲାଭ କରିଛି। ଏହି ବିଜୟ ପରେ ଏଏପିର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ହ୍ୟାଟ୍ରିକ କରିଛନ୍ତି। ଇତିମଧ୍ୟରେ କେଜରିଓ୍ବାଲ ଫେବୃୟାରୀ ୧୬ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ରାମଲୀଳା ମଇଦାନରେ ତୃତୀୟ ଥର ଲାଗି ଶପଥ ଗ୍ରହଣ କରିବେ। ବୁଧବାର ଉପରାଜ୍ୟପାଳଙ୍କୁ ଭେଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ କେଜରିଓ୍ବାଲ ନିଜର ପୁରୁଣା କ୍ୟାବିନେଟ ମନ୍ତ୍ରୀଙ୍କ ସହ ସରକାର ଗଠନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି। ପୂର୍ବସରକାରରେ ଥିବା ମନ୍ତ୍ରୀମାନଙ୍କୁ ନେଇ ପୁଣି ଥରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କେଜରିଓ୍ବାଲ। କାରଣ ଏହି ମନ୍ତ୍ରୀମାନଙ୍କ କାର୍ଯ୍ୟ ପାଇଁ ସେ ପୁଣି ଜନତାଙ୍କ ହୃଦୟ ଜିତିପାରିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ତେବେ କେଜରିଓ୍ବାଲଙ୍କ ଏହି ମନ୍ତ୍ରିମଣ୍ଡଳରେ ମନୀଷ ସିସୋଡିଆ, ସତେନ୍ଦ୍ର ଜୈନ, ଗୋପାଲ ରାୟ, କୈଳାଶ ଗେହଲଟ ଓ ରାଜେନ୍ଦ୍ର ପାଲ ଗତମ ସାମିଲ ହୋଇପାରନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ବାନ୍ଧି ୨୫ କିଲୋମିଟର ଘୋଷାଡି ନେଇ ହତ୍ୟା କଲେ, ଶୁଣିଲେନି କାକୁତି ମିନତି…

ଭୋପାଳ,୬।୧୨ : ସେ ହାତ ଯୋଡି ଦୟା ପାଇଁ ଭିକ୍ଷା ମାଗୁଥିଲେ, କିନ୍ତୁ ସେମାନଙ୍କର ଦୟା ନ ଥିଲା। ସେମାନଙ୍କୁ ଏକ କାରରେ ବାନ୍ଧି ପ୍ରାୟ...

ମୋ ପରିବାରରେ ୬ ସଦସ୍ୟ, ଇଭିଏମରେ ଭୋଟିଂ ଶୂନ କିପରି ହେଲା, ମୋ ଭୋଟ ବି କୁଆଡେ ଗଲା: ନେତାଙ୍କ ପ୍ରଶ୍ନ…

ଘମତରି,୬।୧୨ : ଛତିଶଗଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ବିଷୟରେ ଦେଶର ରାଜନୈତିକ ବିଶେଷଜ୍ଞମାନେ ମଧ୍ୟ ଅବଗତ ଅଛନ୍ତି, କିନ୍ତୁ ବର୍ତ୍ତମାନ...

ବିଜୟୀ ୩ ରାଜ୍ୟରେ ୨ ଜଣିଆ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଛି ଭାଜପା…

ନୂଆଦିଲ୍ଲୀ,୬।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସଂଖ୍ୟାଗରିଷ୍ଠତାରେ ବିଧାନସଭା ନିର୍ବାଚନରେ ଜିତିବା ପରେ ବର୍ତ୍ତମାନ ଏହି ତିନୋଟି ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ...

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର...

ମୋଦି ଦିଅନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ଗ୍ୟାରେଣ୍ଟି: ଇଭିଏମରେ ଜାଣିଶୁଣି କରାଯାଇଛି ତ୍ରୁଟି, ବାଲାଟ ପେପର ଭୋଟିଂ ପାଇଁ ବିରୋଧୀଙ୍କ ଦାବି…

ନୂଆଦିଲ୍ଲୀ,୬।୧୨ : ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଅନୁଷ୍ଠିତ ତିନୋଟି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ର ବିଜୟ ପରେ ସମସ୍ତ...

ଭାଜପା ପ୍ରାର୍ଥୀ ହାରିବା ପରେ ଅଧା ନିଶ-କେଶ କାଟିଲେ କାର୍ଯ୍ୟକର୍ତ୍ତା

ରାୟପୁର,୬।୧୨: ଛତିଶଗଡର ବିଧାନସଭା ନିର୍ବାଚନରେ ନେତା ଏବଂ ସେମାନଙ୍କ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ରାଜନୈତିକ ଦଳର ନେତାଙ୍କ ସହ ସେମାନଙ୍କ କର୍ମୀମାନେ ମଧ୍ୟ...

ଲକ୍ଷପତି ଭିକାରୀଙ୍କ ଭୋକରେ ମୃତ୍ୟୁ, ପାଖରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ବଲସାଡ,୬।୧୨: ରାସ୍ତାରେ ଯିବାଆସିବା ସମୟରେ ଆପଣ ଭିକାରୀଙ୍କୁ ନିହାତି ଭେଟୁଥିବେ। ପେଟ ପୋଷିବା ପାଇଁ ସେମାନେ ରାସ୍ତାକଡରେ ବସି ଭିକ ମାଗିଥାନ୍ତି। ଭିକରୁ ମିଳୁଥିବା ୩୦-୪୦ଟଙ୍କାକୁ...

ଦୁର୍ବଳ ହେଲା ‘ମିଗଜୋମ’: ୧୭ ମୃତ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇପଡିଥିବା ବୁଧବାର ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri