ପୁରୀ ବନ୍ଦ ପ୍ରଭାବ ଶୂନ୍ୟ

ପୁରୀ ଅଫିସ,୨୦ା୬: ରଥଯାତ୍ରା ଆୟୋଜନ ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଏହି ବନ୍ଦ ପ୍ରଭାବ ଶୂନ୍ୟ ରହିଥିବା ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ହାତଗଣତି କେତୋଟି ଦୋକାନ ବ୍ୟତୀତ ଆଉ ସବୁ ଖୋଲା ଥିଲା। ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରା ହୋଇପାରିବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ ପ୍ରକାର ପ୍ରସ୍ତୁତି ସତ୍ତ୍ବେ କାହିଁକି ରଥଯାତ୍ରା ବନ୍ଦ କରାଗଲା ତାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି। ତେଣୁ ବିନା ଭକ୍ତରେ ରଥଯାତ୍ରା ହେଉ ଦାବି କରି ଉପରୋକ୍ତ ଦୁଇ ସଙ୍ଗଠନ ପକ୍ଷରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଏହା ପ୍ରଭାବ ଶୂନ୍ୟ ରହିଥିଲା। ସକାଳେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀର ଆବାହକ ସ୍ବାଧୀନ କୁମାର ପଣ୍ଡାଙ୍କ ସମେତ ସୁଜିତ ମହାପାତ୍ର, ପ୍ରେମଜିତ୍‌ ମହାନ୍ତି, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାଶ, ଅନିମେଶ ପଟ୍ଟନାୟକ, ସର୍ବେଶ୍ୱର ସ୍ବାଇଁ, ଚନ୍ଦନ ବିଶ୍ୱାଳ ପ୍ରମୁଖ ବଡ଼ଶଙ୍ଖସ୍ଥିତ ଏକ ଘରୋଇ ସ୍ଥାନରେ ଉପସ୍ଥିତ ଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ସେମାନଙ୍କୁ ସେଠାରେ ପ୍ରାୟ ୬ଘଣ୍ଟା ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡ଼ିି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ବନ୍ଦ ପଡ଼ିଥିବା ମଦ ଫ୍ୟାକ୍ଟ୍ରି:୧୧ ଜିଲାପାଳଙ୍କୁ ଚିଠିକଲେ ଅବକାରୀ କମିଶନର

କଟକ ଅଫିସ,୧୭।୫: ଲକ୍‌ଡାଉନ୍‌ ଯୋଗୁ ରାଜ୍ୟରେ ମଦ ଫ୍ୟାକ୍ଟ୍ରିଗୁଡ଼ିକ ବନ୍ଦ ରହିଛି। ଲକ୍‌ଡାଉନ୍‌ ପରେ ମଦ ଚାହିଦା ବଢ଼ିଲେ, ଯୋଗାଇବା କଷ୍ଟକର ହେବ। ଏଣୁ ମଦ...

ଯାଜପୁର, ବ୍ୟାସନଗର, ପାଣିକୋଇଲି, ଚଣ୍ଡିଖୋଲ ଶଟଡାଉନ୍ : ସମସ୍ତ ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ

ଯାଜପୁର ଅଫିସ/ଯାଜପୁର ଟାଉନ,୪ା୪(ଡି.ଏନ୍.ଏ.)- ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ଆଶଙ୍କା କରୁଛି। ଏଥତ୍ପାଇଁ...

ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ

କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍‌ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର...

ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ନେଇ ଜିଲାବାସୀ ଆନନ୍ଦିତ

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୨୧ା୪: ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର...

ଆଖଣ୍ଡଳମଣି ମନ୍ଦିର ଦର୍ଶନ ସମୟ ବଢ଼ିଲା

ଆରଡ଼ି, ୩।୧: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଦର୍ଶନ ସମୟ ବଢ଼ିଛି। ପୂର୍ବରୁ କୋଭିଡ୍‌ କଟକଣା ଅନୁଯାୟୀ ପ୍ରତିଦିନ ସକାଳ ୭ଟାରୁ...

ବଢ଼ିବ ଥଣ୍ଡା

ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ସମ୍ଭାବ୍ୟ ବାତ୍ୟା ବିପଦ ମଧ୍ୟ ଟଳିଯାଇଛି। ବାତ୍ୟାର ବ୍ୟାସାର୍ଦ୍ଧ ୯୦୦ରୁ ୧୧୦୦ କିମି ମଧ୍ୟରେ...

ଜିଲା ମୁଖ୍ୟାଳୟ ଛାଡ଼ି ବାହାରେ ରହୁଛନ୍ତି ସରକାରୀ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ,୧୬।୪: ଜଗତ୍‌ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ସ୍ଥାନୀୟ ଲୋକେ ବହୁ...

୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ନୂଆପଡା ଅଫିସ,୧୦।୭: ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଦୁଇ ଭିନ୍ନ ଗାଁରେ ୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୋମନା...

Advertisement
Archives

Model This Week