ପୁରୀ ଜିଲା ଚିଠି: ଚାପ ନା ଆନ୍ତରିକତା ଅଭାବ

ସୁପ୍ରିମ୍‌କୋର୍ଟରେ ଚାଲିଛି ଶ୍ରୀମନ୍ଦିର ସଂସ୍କାର ମାମଲା। ମୁଖ୍ୟତଃ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବଂ ଉତ୍ତମ ବ୍ୟବସ୍ଥା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଲିଥିବା ଏହି ମାମଲାରେ ବିଭିନ୍ନ ସମୟରେ ରୋଚକ ସ୍ଥିତି ବି ଆସିଛି। ସୁପ୍ରିମ୍‌କୋର୍ଟ ପ୍ରଥମେ ଗୋପାଳ ସୁବ୍ରମଣ୍ୟମ୍‌ଙ୍କୁ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ପୁରୀ ଆସି ବିଭିନ୍ନ ପକ୍ଷଙ୍କଠାରୁ ମତାମତ ସଂଗ୍ରହ କରିବା ସହ ଶ୍ରୀମନ୍ଦିରର ବାସ୍ତବ ସ୍ଥିତି ପରଖିଥିଲେ। ହେଲେ ଅଚାନକ ବ୍ୟକ୍ତିଗତ କାରଣ ଦର୍ଶାଇ ସୁବ୍ରମଣ୍ୟମ୍‌ ତାଙ୍କ ପଦରୁ ଓହରିଯିବା ପରେ ସୁପ୍ରିମ୍‌କୋର୍ଟ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତି ଦେଇଛନ୍ତି। ସେ ମଧ୍ୟ ପୁରୀ ଆସି ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସକ ଏବଂ ଛତିଶା ନିଯୋଗ ମତ ନେଇଛନ୍ତି। ଏହା ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକ ପ୍ରସ୍ତାବ, ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଏଥିରେ ମହାପ୍ରଭୁଙ୍କ ନୀତିକାନ୍ତି, ଭକ୍ତଙ୍କ ପାଇଁ ସୁବିଧା ସୁଯୋଗ, ବାଧାମୁକ୍ତ ଦର୍ଶନ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ କହିଛନ୍ତି। କିନ୍ତୁ କୌଣସି ଗୋଟିଏ ପ୍ରସ୍ତାବ ବା ନିର୍ଦ୍ଦେଶ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଗତବର୍ଷ ସୁପ୍ରିମ୍‌କୋର୍ଟ ମଧ୍ୟବର୍ତ୍ତିକାଳୀନ ରାୟରେ ୧୨ଟି ପ୍ରସ୍ତାବ ଦେଇଥିଲେ। ଏଥିମଧ୍ୟରୁ ଧାଡ଼ି ଦର୍ଶନ ଥିଲା ଅନ୍ୟତମ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ପ୍ରଶାସନ ଉଦ୍ୟମ କରିଥିଲା। ହେଲେ ଏହାକୁ ନେଇ ପୁରୀରେ ଘଟିଲା ଲଙ୍କାକାଣ୍ଡ। ଭଙ୍ଗାରୁଜା, ପୋଡାଜଳାରେ ଥରିଲା ଶ୍ରୀକ୍ଷେତ୍ର। ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀ ଗିରଫ ହେଲେ। ଏଥିରେ ପ୍ରଶାସନ ଅସଫଳ ହୋଇଥିବାବେଳେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟ ବାଟବଣା ହୋଇଯାଇଛି। କେତେକ ପ୍ରସ୍ତାବ ଅଧାପନ୍ତରିଆ ରହିଥିବାବେଳେ ବଂଶାନୁକ୍ରମିକ ସେବକ ନିଯୁକ୍ତି ପ୍ରଥା ଉଚ୍ଛେଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସେବାୟତ। ସେବକ, କର୍ମଚାରୀଙ୍କୁ ପରିଚୟପତ୍ର ବଣ୍ଟନ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସଂସ୍କାର ମାମଲାର ଚୂଡ଼ାନ୍ତ ରୂପରେଖ କ’ଣ ରହିବ ତାହାକୁ ନେଇ ଭକ୍ତ, ସେବାୟତ ଏବଂ ପ୍ରଶାସନ ଦ୍ୱନ୍ଦ୍ୱରେ ଥିବାବେଳେ ଗତ ୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ମଧ୍ୟବର୍ତ୍ତିକାଳୀନ ରାୟ ଦେଇଛନ୍ତି। ଏଥିରେ ୨୨ଟି ନିର୍ଦ୍ଦେଶାବଳୀ ରହିଛି। ତେବେ ପୂର୍ବର ୧୨ଟି ପ୍ରସ୍ତାବ ମଧ୍ୟରୁ ଗୋଟିଏ ବି ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ଆଉ ୨୨ଟି ନିର୍ଦ୍ଦେଶର ଭାଗ୍ୟ କ’ଣ ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶ୍ରୀମନ୍ଦିରରେ ସଂସ୍କାର ଆଣିବା ଲାଗି ଏହି ମାମଲା କରାଯାଇଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ପ୍ରତିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦିଆଯିବା ଦରକାର। କିନ୍ତୁ ଶ୍ରୀମନ୍ଦିର କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦେଢବର୍ଷରୁ ଊର୍ଦ୍ଧ୍ୱ ହେବ ମାମଲା ଚାଲିଛି, କିନ୍ତୁ ଏ ପର୍ଯ୍ୟନ୍ତ ବ୍ୟବସ୍ଥାରେ ସେମିତି କୌଣସି ବଡ଼ଧରଣର ପରିବର୍ତ୍ତନ ଆସିପାରିଲା ନାହିଁ। ତେବେ କ’ଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁ ନାହିଁ ତାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ବି ରହିଛି। ସଂସ୍କାର ଆସିଲେ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଦର୍ଶନ ସବୁକିଛି ବ୍ୟବସ୍ଥିତ ହୋଇପାରିବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ସୁଖଦ ଅନୁଭୂତି ସାଉଣ୍ଟି ଫେରିବେ। ତେବେ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ପଛରେ ଚାପ ନା ଆନ୍ତରିକତାର ଅଭାବ, ତାକୁ ନେଇ ସନ୍ଦେହରେ ରହିଛନ୍ତି ଭକ୍ତ।

 

– ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri