ପୁରୀ ଜିଲାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ପରଖିବେ ସ୍ବାସ୍ଥ୍ୟ ସଚିବ : ବାତ୍ୟା କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ ୨୦ ଡାକ୍ତର

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ତଦାରଖ ଲାଗି ବିଭାଗୀୟ ଶାସନ ସଚିବଙ୍କ ସହ ଅନ୍ୟ ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀମାନେ ସୋମବାର ପୁରୀ ଜିଲାର ବିଭିନ୍ନ ବ୍ଲକ ଗସ୍ତ କରିବେ। ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା କୃଷ୍ଣପ୍ରସାଦ ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗସ୍ତ କରିବେ। ସେହିଭଳି ପୁରୀ ସଦର ବ୍ଲକକୁ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଯିବାକୁ ସ୍ଥିର ହୋଇଥିବା ବେଳେ ବ୍ରହ୍ମଗିରି ବ୍ଲକକୁ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ମାନସ ପାଢ଼ୀ ଓ ଉପସଚିବ ରାଜେଶ ଅଗ୍ରଓ୍ବାଲ ଯିବେ। ସତ୍ୟବାଦୀ ବ୍ଲକକୁ ବିଭାଗ ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ ଓ ଉପସଚିବ ଦୁର୍ଗେଶ ନନ୍ଦିନୀ ସାହୁ, କଣାସ ବ୍ଲକକୁ ଉପସଚିବ ଜସ୍ମିନ ପଟ୍ଟନାୟକ ଓ ସ୍ବତନ୍ତ୍ର ସଚିବ ଶରତ ମିଶ୍ର ଏବଂ ଗୋପ ବ୍ଲକକୁ ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଉପସଚିବ ମମତା ବାରିକ ଯିବା ପାଇଁ ସ୍ଥିର ହୋଇଛି। ଅଧିକାରୀମାନଙ୍କ ଗସ୍ତ ସମୟରେ ଡାକ୍ତରୀ ଦଳ ମଧ୍ୟ ଉପସ୍ଥିତ ରହିବେ। ପ୍ରତ୍ୟେକ ଟିମ୍‌ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ଅନୁଧ୍ୟାନ କରିବେ। ବିଶେଷକରି ଲୋକଙ୍କୁ ଆବଶ୍ୟକ ମୁତାବକ ଔଷଧ, ପ୍ରସୂତିଙ୍କୁ ଉପଯୁକ୍ତ ଚିକିତ୍ସା, ଜଳ ବିଶୋଧନ ସହିତ ମହାମାରୀ ନ ବ୍ୟାପିବା ପାଇଁ ବିଭାଗ ପକ୍ଷରୁ ଜାରି ହୋଇଥିବା ସତର୍କତାମୂଳକ ପଦକ୍ଷେପ କିଭଳି କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କଠାରୁ ପଚାରି ବୁଝିବେ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବାତ୍ୟା ପରବର୍ତ୍ତୀ ସ୍ବାସ୍ଥ୍ୟସେବା ପ୍ରଦାନ ଲାଗି ପ୍ରତି ୧୦ ପଞ୍ଚାୟତ ପାଇଁ ଜଣେ ଲେଖାଏ ଡାକ୍ତର ମୁତୟନ ରହିବେ। ଅନୁରୂପ ଭାବେ ପ୍ରତି ପଞ୍ଚାୟତ ଲାଗି ଜଣେ ଲେଖାଏ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଦାୟିତ୍ୱରେ ରହିବେ। ପୁରୀ ଏବଂ ଖୋର୍ଦ୍ଧା ଜିଲାର ବାତ୍ୟା ପ୍ରଭାବିତ ୯ଟି ବ୍ଲକରେ ଏଭଳି ବ୍ୟବସ୍ଥା କରାଯାଇଥିବା ବେଳେ ତଦନୁଯାୟୀ ୨୦ଜଣ ଡାକ୍ତର ଓ ୨୦୦ଜଣ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରାଯିବ। ଏଥିପାଇଁ ଅନୁଗୋଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାର ସିଡିଏମ୍‌ଓମାନଙ୍କୁ ସେମାନଙ୍କ ଜିଲାରୁ ଡାକ୍ତର ଓ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ପଠାଇବାକୁ କୁହାଯାଇଛି। ସୋମବାର ସକାଳ ୮ଟା ସୁଦ୍ଧା ସେମାନେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ କରିବା ସହିତ ୭ ଦିନ ପାଇଁ ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଓ ଖୋର୍ଦ୍ଧା ଜିଲାରେ କାର୍ଯ୍ୟ କରିବେ। ସବିଶେଷ ସୂଚନାନୁଯାୟୀ, ରବିବାର ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୮୪ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ ହୋଇଥିବା ବେଳେ ୬୮୮ ମେଡିକାଲ ରିଲିଫ୍‌ କେନ୍ଦ୍ର କାର୍ଯ୍ୟ କରୁଛି। ଅନ୍ୟାନ୍ୟ ଜିଲାରୁ ୭୬ଜଣ ଡାକ୍ତର ଓ ୩୧୦ଜଣ ପାରାମେଡିକାଲ କର୍ମଚାରୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯାଇଛି। ଗଁା କଲ୍ୟାଣ ସମିତି ଜରିଆରେ ୧୧,୧୧୨ଟି ସଫେଇ କାର୍ଯ୍ୟକ୍ରମ ସରିଛି। ପାନୀୟ ଜଳ ବିଶୋଧନ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ହାତକୁ ନିଆଯିବା ସହିତ ରବିବାର ସୁଦ୍ଧା ୫୯,୩୨୫ ମୁକ୍ତ ଜଳ ଉତ୍ସକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ ୨୦୨୩ ସୁଦ୍ଧା ଶେଷ ହେବ ଲୋୟର ସୁକତେଲ ସ୍ପିଲ୍‌ ୱେ କାର୍ଯ୍ୟ

ଭୁବନେଶ୍ବର,୭ା୧୦(ବ୍ୟୁରୋ): ଜୁନ୍‌ ୨୦୨୩ ସୁଦ୍ଧା ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲ୍‌ ୱେ କାର୍ଯ୍ୟ ଶେଷ ହେବ। ୨୦୨୧ରେ ଏହି ପ୍ରକଳ୍ପ ଅଧୀନରେ ୧୫,୦୦୦ ହେକ୍ଟର ଓ...

ଆସୁଛନ୍ତି ରାଷ୍ଟ୍ରପତି: ୪ ଓ ୫ତାରିଖ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ଆସନ୍ତା ମେ’ ୪ରୁ ୬ତାରିଖ ପର୍ଯ୍ୟନ୍ତ ଜିଲାର ରାଇରଙ୍ଗପୁର, ପାହାଡ଼ପୁର...

ସଂରକ୍ଷିତ ଜଙ୍ଗଲରେ ଶିକାରୀ ସକ୍ରିୟ

ଢେଙ୍କାନାଳ ଅଫିସ, ୨୮।୧୧ – ସଂରକ୍ଷିତ ଜଙ୍ଗଲରେ ଗର୍ଜୁଛି ବନ୍ଧୁକ। ବିଦ୍ୟୁତ୍‌ ଫାଶରେ ପଡ଼ି ବନ୍ୟଜନ୍ତୁ ପଡୁଛନ୍ତି ମୃତ୍ୟୁମୁଖରେ। ମାଂସ, ଚମଡ଼ା, ଦାନ୍ତ ଲୋଭରେ ଶିକାରୀମାନେ ଅବାଧ...

କୋରାପୁଟ: ସୋମବାର ୧୭୧୮.୬ ମିମି ବର୍ଷା ରେକର୍ଡ, କୋଟପାଡ଼ରେ ସର୍ବାଧିକ

କୋରାପୁଟ,୨୯।୭(ସ୍ବ.ପ୍ର.)- କୋରାପୁଟ ଜିଲାରେ ସୋମବାର ୧୭୨୮.୬ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ...

୭ ଦିନରେ ୩ କୋଟିର ସାମଗ୍ରୀ ଜବତ, ୮୩୨ ଗିରଫ

ଭୁବନେଶ୍ୱର,୭।୨(ବ୍ୟୁରୋ): ଶୃଙ୍ଖଳିତ ନିର୍ବାଚନ ପାଇଁ ରାଜ୍ୟ ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଚଢ଼ାଉ ଓ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରାଯାଇଛି। ଫଳରେ ୭ଦିନ ମଧ୍ୟରେ ୩କୋଟି...

ସବୁ ବଡ଼ ସହରରେ ସୁରକ୍ଷା କଡ଼ାକଡି: ଡିଜିପି

କଟକ ଅଫିସ,୧-୧:୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି ଓ ମହିଳା...

ବିରୋଧ ସତ୍ତ୍ୱେ ଆନ୍ଧ୍ରର ଭ୍ରୂକ୍ଷେପ ନାହିଁ

ମାଲକାନଗିରି/କାଲିମେଳା,୨୪।୭(ଡି.ଏନ୍‌.ଏ.): ଆନ୍ଧ୍ର ସରକାର ସବୁବେଳେ ଓଡ଼ିଶା ବିରୋଧୀ ମନୋଭାବ ପ୍ରଦର୍ଶନ କରିଆସୁଛି। କୋଟିଆ ଅଧିବାସୀଙ୍କୁ ପ୍ରଭାବିତ କରି ନିର୍ବାଚନ କରିବା ହେଉ ଅବା ନିଜ କର୍ମଚାରୀ...

୫ ମାସ ଯାଏ ମାଗଣାରେ ମିଳିବ ଡାଲି, ଚାଉଳ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ମହାମାରୀ କରୋନା ଯୋଗୁ ପ୍ରଭାବିତ ହୋଇଛି ଗରିବ ଲୋକଙ୍କ ଜୀବନ ଆଉ ଜୀବିକା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ...

Advertisement
Archives

Model This Week