ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସଙ୍ଗ: ଓକିଲ ସଂଘର ବିରୋଧ, ଆନ୍ଦୋଳନ ଚେତାବନୀ

ପୁରୀ ଅଫିସ, ୨୨ା୮: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଯେଉଁଠି ଜିଲାପାଳଙ୍କ କାର୍ଯ୍ୟାଳୟ ରହିଛି ସେଠାରେ ରହୁ ବୋଲି ଦାବି ହୋଇଛି। ଏ ନେଇ ବୁଧବାର ପୁରୀ ଓକିଲ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ସଂଘ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।
ବାର୍‌ ସଭାପତି ପ୍ରଶାନ୍ତ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ଉପସଭାପତି ଦେବେନ୍ଦ୍ରନାଥ ମିଶ୍ର, ସମ୍ପାଦକ ବିଭୂତି ଭୂଷଣ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଂଗ୍ରାମ ଦାଶ, କାର୍ଯ୍ୟକାରୀ ସଦସ୍ୟ ଅଶୋକ ପାଣିଗ୍ରାହୀ, ଅନୁପ ପୃଷ୍ଟି, ଅସୀମ ବାନାର୍ଜୀ, ଚିତ୍ତରଞ୍ଜନ ବିଶ୍ୱାଳ, ରତିକାନ୍ତ ପ୍ରତିହାରୀ, ପୂର୍ବତନ ସଭାପତି ଆଦିତ୍ୟ ହୃଦୟ ମିଶ୍ର, ପୂର୍ବତନ ସାଧାରଣ ସମ୍ପାଦକ ସାରଦା ସାମଲ ପ୍ରମୁଖ ଯୋଗଦେଇ ଉକ୍ତ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ସାଧାରଣ ଲୋକେ ହଇରାଣ ହେବେ। ବହୁ ଦୂରରୁ କୌଣସି କାମରେ ଆସୁଥିବା ଗରିବ, ଖଟିଖିଆ ଲୋକ ଅଧିକ ଖର୍ଚ୍ଚାନ୍ତ ହେବେ। ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି ବୋଲି ଉପସ୍ଥାପନ କରିଥିଲେ। ବାର୍‌ ସମ୍ପାଦକ ତ୍ରିପାଠୀ କହିଛନ୍ତି, ଏ ସଂକ୍ରାନ୍ତରେ ଖୁବ୍‌ଶୀଘ୍ର ଜିଲାପାଳଙ୍କ ସହ ଆଲୋଚନା କରାଯିବ। ସମସ୍ତଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ପନ୍ଥା ସ୍ଥିର ହେବ। ଆବଶ୍ୟକ ପଡ଼ିଲେ, ସାଧାରଣ ଜନତାଙ୍କ ସ୍ବାର୍ଥ ଲାଗି ଓକିଲମାନେ ରାସ୍ତାକୁ ଓହ୍ଲାଇବେ। ତେଣୁ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନଃ ତଜର୍ର୍ମା କରନ୍ତୁ ବୋଲି ତ୍ରିପାଠୀ ପ୍ରକାଶ କରିଛନ୍ତି। ସେହିପରି ଆଇନଜୀବୀ ପୁଷ୍କର ମହାପାତ୍ର, ପ୍ରେମାନନ୍ଦ ମହାନ୍ତି, ଶ୍ୟାମ ସୁନ୍ଦର ହୋତା, ରମେଶ କୁମାର ସିଂହ୍ନା, ବିମଳେନ୍ଦୁ ଦାଶ, ଜ୍ୟୋତି ପ୍ରକାଶ ମିଶ୍ର, ଏମ୍‌.ଶିବ ପ୍ରସାଦ ରାଓ, ବିଶ୍ୱନାଥ ଜଗଦ୍ଦେବ, ଚିନ୍ମୟ ଦାଶ, ଶରତ ରାୟଗୁରୁ, ଅଶୋକ ଦାସ, ବିଶ୍ୱଜିତ ପ୍ରଧାନ ପ୍ରମୁଖ ଏଭଳି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଉଚିତ ବୋଲି ଯୁକ୍ତି ବାଢିଥିଲେ।
ରାଜ୍ୟ ସରକାର ଅବଢା ଯୋଜନାରେ ପୁରୀ ସହରର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିଲାଗି ୨୬୫ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରାୟ ୧୦ ଏକର ଜମିରେ ଲୋକସେବା ଭବନ ନିର୍ମାଣ ପ୍ରସ୍ତାବ ରହିଛି। ଏହି ଭବନରେ ଜିଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରହିବ। ଏଥିସହିତ ପୁରୁଣା ଜେଲ, ଦିଗବାରେଣୀ ଖୁଣ୍ଟି, ଯାତ୍ରିକା ନିକଟରେ ବହୁତଳବିଶିଷ୍ଟ ପାର୍କିଂସ୍ଥଳ ନିର୍ମାଣ କରାଯିବ। ପୌରସଂସ୍ଥା ମାର୍କେଟ କମ୍ପ୍ଲେକ୍ସ ଓ ମହୋଦଧି ମାର୍କେଟ ପୁନରୁଦ୍ଧାର ନିର୍ମାଣ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଲୋକସେବା ଭବନ ବଳିଆପଣ୍ଡା କିମ୍ବା ଶିପସରୁବାଲି ମୌଜାରେ ନିର୍ମାଣର ସମ୍ଭାବନା ରହିଛି। ଗୋଟିଏ କୋଠା ତଳେ ସମସ୍ତ କାର୍ଯ୍ୟାଳୟ ଓ ଅଫିସର ରହିଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ବୋଲି ସରକାର ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ରାଜ୍ୟ ଯାତାୟାତ ଲାଗି ଅନୁମତି

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ ଯୋଗେ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ...

କମିଶନରେଟ ପୋଲିସର ସୋସିଆଲ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ବଜାର ଅଞ୍ଚଳରେ ବୁଲିବ

ଭୁବନେଶ୍ୱର,୭।୫(ବ୍ୟୁରୋ): କରୋନାର ମୁକାବିଲା ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଖୋଲିଥିବା ଦୋକାନ...

ଧରିତ୍ରୀର ପ୍ରଭାବ: ଅଧା ତିଆରି ରାସ୍ତାରେ ପଡିଲା ପିଚୁ

ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସୁବାଷ ବୋସ ଛକ ଠାରୁ ଦୈନିକ ବଜାର ଓ ପୁରୁଣା ଥାନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଛକ...

ଦୌଡ଼ରାଣୀ ଦୂତୀଙ୍କ ଖୁଦୁରୁକୁଣୀ ଓଷା:ଯୋଗଦେଲେ ଜିଲାପାଳ, ଏସ୍‌ପି, ବିଧାୟିକା, ସିନେତାରକା

ରସୁଲପୁର,୧୧।୯(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥିଲା। ଅନ୍ତର୍ଜାତୀୟ ଧାବିକା ଦୌଡ଼ରାଣୀ ଦୂତୀ ଚାନ୍ଦ...

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୭।୨-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ୧୯ ଦିନ ତଳେ ଭଦ୍ରକ ଷ୍ଟେଶନରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।...

କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ...

ପ୍ରେମିକାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

କଟକ ଅଫିସ,୪ା୩: ମଙ୍ଗଳାବାଗ ଥାନା ଅଧୀନ ମହ୍ଲାସାହିର ବିଶ୍ୱନାଥ ଭୂୟଁା(୨୫) ସୋମବାର ଅପରାହ୍ନ ୫ଟାରେ ବେକରେ ଗାମୁଛା ବାନ୍ଧି ଘରେ ଆତ୍ମହତ୍ୟା କରିଥିଲେ। ତେବେ ପ୍ରେମ...

ପୂର୍ବ ଶତ୍ରୁତାକୁ ନେଇ କଟକରେ ବୋମାମାଡ଼

କଟକ ଅଫିସ,୨୨ା୮: ଲାଲବାଗ ଥାନା ଅନ୍ତର୍ଗତ ଡଗରପଡା ଭୂତିଆସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ବୋମାମାଡ ହୋଇଛି। ୩ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଗୋଲକ...

Advertisement
Archives

Model This Week