ପୁରୀ ଛାଡ଼ିଲେ ପର୍ଯ୍ୟଟକ

ପୁରୀ ଅଫିସ,୧୯।୩: ପୁରୀ ସହରରେ କଡ଼ାକଡ଼ି ହୋଇଛି କରୋନା କଟକଣା। ଶ୍ରୀମନ୍ଦିର ହେଉ କି ହୋଟେଲ, ବେଳାଭୂମି ସବୁଠି ଦେଖିବାକୁ ମିଳୁଛି କରୋନା ପ୍ରଭାବ। ସହରରେ ଆଉ ପୂର୍ବପରି ଗହଳି ଚହଳି ଜଣାପଡୁ ନାହିଁ। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସର୍ବଦା ପୂରିଉଠୁଥିବା ପୁରୀ ଏବେ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ଏକପ୍ରକାର ବାଧ୍ୟ କରିଛି। କରୋନା ମୁକାବିଲା ଲାଗି ପ୍ରଶାସନିକ ନିର୍ଦ୍ଦେଶକୁ ମାନୁଛନ୍ତି ସମସ୍ତେ। ଏଭଳି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଜୀବନ ଆଗ, ଜୀବିକା ପଛକୁ ବୁଝିଥିବା ହୋଟେଲ, ଲଜ୍‌ ଓ ହଲିଡେ ହୋମ୍‌ ମାଲିକ ପର୍ଯ୍ୟଟକଙ୍କୁ ସହର ଛାଡ଼ିବାକୁ ବୁଝାଇଛନ୍ତି। କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ପୁରୁଣା ବୁକିଂ କରିଥିବା ଲୋକଙ୍କୁ ପୁରୀକୁ ଏବେ ନ ଆସିବା ପାଇଁ କହିଛନ୍ତି। ତେବେ ସହରର ବିଭିନ୍ନ ହୋଟେଲ, ଲଜିଂ ଆଦିରେ ରହୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ପୁରୀ ଛାଡ଼ିଛନ୍ତି। ଅନ୍ୟମାନେ ଗୁରୁବାର ସୁଦ୍ଧା ଯିବେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି। ସେହିପରି ସବୁବେଳେ ପର୍ଯ୍ୟଟକଙ୍କ ଗହଳିରେ ଫାଟି ପଡୁଥିବା ବେଳାଭୂମି ଖଁ। ଖଁ। ରହିଥିବାବେଳେ ରାସ୍ତାଘାଟରେ ବି ଲୋକଙ୍କ ସଂଖ୍ୟା ବେଶ୍‌ କମ୍‌ ରହିଥିଲା।
କରୋନାର ଭୟାବହତାକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କିପରି ସହରରୁ ଖାଲି କରାଯିବ ସେନେଇ ମଙ୍ଗଳବାର ହୋଟେଲ ସଂଘକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ ମାଲିକମାନେ କୌଣସି ନୂଆ ବୁକିଂ ରଖି ନ ଥିବାବେଳେ ଯେଉଁମାନେ ପୁରୁଣା ବୁକିଂ କରିଥିଲେ ସେମାନଙ୍କୁ ବର୍ତ୍ତମାନ ପୁରୀ ନ ଆସିବାକୁ କହିଥିଲେ। ଅନ୍ୟପକ୍ଷରେ ବୁଧବାର ବହୁ ସଂଖ୍ୟକ ପର୍ଯ୍ୟଟକ ସହର ଛାଡ଼ିଥିଲେ। ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଯାଇଛି। ବାହାରେ ବୁଲାବୁଲି ନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ତେଣୁ ହୋଟେଲରେ ରହିବା ଅପେକ୍ଷା କରୋନା ଭୟ ନେଇ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସମର୍ଥନ ଜଣାଇ ପର୍ଯ୍ୟଟକମାନେ ପୁରୀ ଛାଡ଼ିଥିଲେ।
ତେବେ କୌଣସି ବିଦେଶୀ ପର୍ଯ୍ୟଟକ ଯେପରି ପୁରୀକୁ ନ ଆସିବେ ତାହା ଉପରେ କଟକଣା ଲଗାଯାଇଛି। କିନ୍ତୁ ବୁଧବାର ଆମେରିକାର ୨ଜଣ ପର୍ଯ୍ୟଟକ ପୁରୀରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ ସମ୍ପୃକ୍ତ ହୋଟେଲ ପକ୍ଷରୁ ପୋଲିସକୁ ଜଣାଇ ଦିଆଯାଇଥିଲା। ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ପହଞ୍ଚତ୍ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ମାତ୍ର ସେମାନଙ୍କଠାରେ କରୋନା ଭୂତାଣୁର କୌଣସି ଲକ୍ଷଣ ନ ଥିବାରୁ ସେମାନଙ୍କୁ ପୁରୀ ଛାଡ଼ିବା ପାଇଁ କୁହାଯାଇଥିଲା। ସମ୍ପୃକ୍ତ ବିଦେଶୀ ନାଗରିକଙ୍କର ଗୁରୁବାର ଫ୍ଲାଇଟ୍‌ ଥିବାରୁ ସେମାନେ ମଧ୍ୟ ସ୍ବତଃପ୍ରବୃତ୍ତ ଭାବେ ଭୁବନେଶ୍ୱର ଫେରିଯାଇଥିଲେ ବୋଲି ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବେଳାଭୂମିକୁ ଯିବା ଲାଗି ବାରଣ କରାଯାଇଥିବାରୁ ଦିନତମାମ ଖଁ। ଖଁ। ରହିଥିଲା। ସନ୍ଧ୍ୟାରେ ଯଦିଓ ବେଳାଭୂମିରେ କିଛି ଲୋକ ବୁଲୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ସେମାନଙ୍କୁ ଏକାଠି ନ ହୋଇ ଶୀଘ୍ର ଚାଲିଯିବାକୁ ପୋଲିସ ପକ୍ଷରୁ କୁହାଯାଉଥିଲା। ସେହିପରି ରାସ୍ତାଘାଟରେ ମଧ୍ୟ ଶୂନଶାନ ହୋଇପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୭୨୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୨୬୯୮ ପଜିଟିଭ୍

‌ ଭୁବନେଶ୍ୱର,୨୧ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୨୬୯୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଥିବା...

କରୋନା କଟକଣା: ମା’ ମଝିଘରିଆଣୀ ମନ୍ଦିରରେ ସର୍ବସାଧାରଣ ଦର୍ଶନ ମନା

ରାୟଗଡ଼ା ଅଫିସ,୧୯।୩: କୋରନା ଭୂତାଣୁ ଜନିତ ସଂକ୍ରମଣର ମୁକାବିଲା ପାଇଁ ରାୟଗଡ଼ା ଜିଲା ପ୍ରଶାସନ ଏବଂ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ମିଳିତ ନିଷ୍ପତ୍ତି କ୍ରମେ...

ବଦଳିଲେ ମାହାଙ୍ଗା ଥାନା ଅଧିକାରୀ

ନିଶ୍ଚିନ୍ତକୋଇଲି,୧୬ା୫(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧିକାରୀ ନୀହାର ରଞ୍ଜନ ମହାନ୍ତିଙ୍କୁ ରବିବାର ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି। ସେ ଦୀର୍ଘଦିନ ହେବ ନେମାଳ...

ଜିଲାପାଳଙ୍କ ଶୁଣାଣିକୁ ବିରୋଧ: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଜନପ୍ରତିନିଧି

ବୌଦ୍ଧ,୨୭।୧(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ସମସ୍ତ ପଞ୍ଚାୟତର ଜନପ୍ରତିନିଧି ସୋମବାର ଜିଲାପାଳଙ୍କ ଜନଶୁଣାଣିକୁ ବିରୋଧ କରିଛନ୍ତି। ତଳଗାଁ ପଞ୍ଚାୟତ...

ଯାଆଁଳ ଉତ୍ପାଦନ କେନ୍ଦ୍ର ନାହିଁ: ପଡ଼ୋଶୀ ରାଜ୍ୟ ଉପରେ ଚାଷୀ ନିର୍ଭର

ମହାକାଳପଡ଼ା, ୬ା୬ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ମାଛ ଚାଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବା ସହ ସମସ୍ତ ପ୍ରକାର ସୁବିଧା ଯୋଗାଇ...

ରାସ୍ତା ପାଲଟିଲା ଜନସମୁଦ୍ର

ବାଲେଶ୍ୱର ଅଫିସ,  ୨୨।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଶୁକ୍ରବାର ଶେଷ ହୋଇଛି। ଶେଷ ଦିନରେ...

ରାତି ଅନିଦ୍ରା ହୋଇ ହାତୀ ଜଗୁଛନ୍ତି ଗ୍ରାମବାସୀ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳରେ ଦୀର୍ଘଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଥିବା ବେଳେ ୮ ଦିନ ହେଲା...

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୮।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ...

Advertisement
Archives

Model This Week