ପୁରୀ ଛାଡ଼ିବେ ୧୫ ହଜାର ପର୍ଯ୍ୟଟକ

ପୁରୀ ଅଫିସ,୧୮ା୩: କରୋନାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏବେ ବଡ଼ କଟକଣା ଲଗାଇଛି। ପୁରୀର ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ହଲିଡେ ହୋମ୍‌ ଆଦିରେ ରହୁଥିବା ପର୍ଯ୍ୟଟକଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସହର ଛାଡ଼ିିବାକୁ କୁହାଯାଇଛି। ଏ ନେଇ ସମସ୍ତ ହୋଟେଲ, ଲଜ୍‌, ହଲିଡେ ହୋମ୍‌ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ। ମଙ୍ଗଳବାର ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ପୁରୀ ହୋଟେଲ ସଂଘ ସହ ଜିଲା ପ୍ରଶାସନ ଆଲୋଚନାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।
ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟହ ଏଠାକୁ ଦେଶ ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର, ବେଳାଭୂମି ସାଙ୍ଗକୁ ଏହାର ଆଖପାଖରେ ବହୁ ଦର୍ଶନୀୟ ସ୍ଥାନ ରହିଛି। କିନ୍ତୁ ପୁରୀରେ ରହିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ପୁରୀ ସହରରେ ପ୍ରାୟ ୧,୦୦୦ରୁ ଊର୍ଦ୍ଧ୍ୱ ହୋଟେଲ, ଲଜିଂ, ହଲିଡେ ହୋମ୍‌ ଆଦି ରହିଛି। ବର୍ତ୍ତମାନ ସୁଦ୍ଧା ପୁରୀରେ ପ୍ରାୟ ୧୫ ହଜାର ପର୍ଯ୍ୟଟକ ଥିବାବେଳେ ସେମାନଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସହର ଛାଡ଼ିିବା ପାଇଁ କୁହାଯାଇଛି। ପର୍ଯ୍ୟଟକଙ୍କୁ ବୁଝାଶୁଝା କରି ଛାଡ଼ିବା ଲାଗି ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କୌଣସି ବୁକିଂ ନ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ପୁରୀ ହୋଟେଲ ସଂଘ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ରାଜକିଶୋର ପାତ୍ରଙ୍କ ସମେତ ହୋଟେଲ ମାଲିକମାନେ ଯୋଗଦେଇଥିଲେ।
୪୪ ବିଦେଶୀଙ୍କୁ ପଠାଇବା ଲାଗି ବ୍ୟବସ୍ଥା ହେଉଛି
ପୁରୀରେ ଏବେ ୪୪ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ସେମାନଙ୍କୁ ଯଥାଶୀଘ୍ର ପୁରୀରୁ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରି କି ସମ୍ପୃକ୍ତ ଦେଶର ଦୂତାବାସଙ୍କୁ ମଧ୍ୟ ଅବଗତ କରାଯାଇଛି। ଯେଉଁ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ଅଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆବଶ୍ୟକ ପଡ଼ିିଲେ ବିଦେଶୀ ପର୍ଯ୍ୟଟକଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯିବ। ବର୍ତ୍ତମାନ ସ୍ଥିତିରେ ପୁରୀକୁ ଜିରୋ ଟୁରିଷ୍ଟ ଏବଂ ବେଳାଭୂମିକୁ ନୋ ଟୁରିଷ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସମୁଦ୍ର କୂଳ ଅଞ୍ଚଳରେ ଥିବା ଦୋକାନ ବଜାର ଏବଂ ହୋଟେଲ ଆଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବନ୍ଦ ହେଲା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟର
ମଙ୍ଗଳବାର ପ୍ରଶାସନ ପକ୍ଷରୁ ପ୍ରାୟ ୩୦ଟି ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟରକୁ ବନ୍ଦ କରିଦିଆଯାଇଛି। ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଥିବା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟରକୁ ଯାଇ ବନ୍ଦ କରିଛନ୍ତି। ସହରରେ ଅନେକ ଅଣପଞ୍ଜୀକୃତ ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟର ରହିଛି। ବର୍ତ୍ତମାନ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଥିବାବେଳେ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଛି। ତେଣୁ ବାହାର ପର୍ଯ୍ୟଟକ ଅଯଥା ବୁକିଂ କରି ଠକାମିର ଶିକାର ହେବେ। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲାପାଳ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବାତ୍ୟା: କଟକରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

କଟକ,୨୭।୧୦(ପ୍ରଭୁକଲ୍ୟାଣ ପାଲ୍‌): ବଳ ଗୋଟାଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା,…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରସ୍ତୁତ ରାମନାଗୁଡ଼ା ବ୍ଲକ ପ୍ରଶାସନ: ୧୪ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ଗୁଣପୁର, ୨୭।୧୦(ସୁଜାତା ପାଢ଼ୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ଏବଂ ଜିଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…

ବିକ୍ରି ହେବ ଏହି ବଡ଼ ବ୍ୟାଙ୍କ? ଆକାଉଣ୍ଟରେ ଟଙ୍କା ଥିଲେ ଗ୍ରାହକଙ୍କ ପାଇଁ ବଡ଼ ଖବର

ନୂଆଦିଲ୍ଲୀ,୨୭।୧୦: ଆଜିକାଲି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକର ଅଂଶଧନ କିଣିବା ଏବଂ ଅଧିଗ୍ରହଣ (Acquisition)କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବନ୍ଧନ ବ୍ୟାଙ୍କ (Bandhan Bank)କୁ…

ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର…

ଟି-୨୦ ନୂଆ ଇତିହାସ ଲେଖିଲା ଭାରତ: ଭାଙ୍ଗିଲା ଅନେକ ରେକର୍ଡ

ଓ୍ବେଲିଂଟନ୍‌,୨୭।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳର ଓପନର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଅନେକ…

ସ୍ୱାତୀ ନକ୍ଷତ୍ରରେ ବୁଧଙ୍କ ଏଣ୍ଟ୍ରି: ନଭେମ୍ୱର ୩ରୁ ୫ ରାଶିରେ ଧନବର୍ଷା, ଚାକିରିରେ ବଡ଼ ପଦୋନ୍ନତି…

ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର…

ଉଗ୍ର ହେଲାଣି ଅର୍ଣ୍ଣବ: ଭୁବନେଶ୍ୱର-ପୁରୀରେ ୧୦୦ ଛୁଇଁବ ପବନ! ଆଜି ରାତିରେ…

ଭୁବନେଶ୍ୱର,୨୭।୧୦: ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ଅର୍ଣ୍ଣବ। ଦ୍ରୁତ ଗତିରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଅତିଭୀଷଣ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଅର୍ଣ୍ଣବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?