ପୁରୀ ଛାଡ଼ିବେ ୧୫ ହଜାର ପର୍ଯ୍ୟଟକ

ପୁରୀ ଅଫିସ,୧୮ା୩: କରୋନାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ଏବେ ବଡ଼ କଟକଣା ଲଗାଇଛି। ପୁରୀର ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ହଲିଡେ ହୋମ୍‌ ଆଦିରେ ରହୁଥିବା ପର୍ଯ୍ୟଟକଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସହର ଛାଡ଼ିିବାକୁ କୁହାଯାଇଛି। ଏ ନେଇ ସମସ୍ତ ହୋଟେଲ, ଲଜ୍‌, ହଲିଡେ ହୋମ୍‌ ମାଲିକଙ୍କୁ ନିର୍ଦ୍ଦେଶ ଦେଇଛି ଜିଲା ପ୍ରଶାସନ। ମଙ୍ଗଳବାର ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ପୁରୀ ହୋଟେଲ ସଂଘ ସହ ଜିଲା ପ୍ରଶାସନ ଆଲୋଚନାବେଳେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।
ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପ୍ରତ୍ୟହ ଏଠାକୁ ଦେଶ ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର, ବେଳାଭୂମି ସାଙ୍ଗକୁ ଏହାର ଆଖପାଖରେ ବହୁ ଦର୍ଶନୀୟ ସ୍ଥାନ ରହିଛି। କିନ୍ତୁ ପୁରୀରେ ରହିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ପୁରୀ ସହରରେ ପ୍ରାୟ ୧,୦୦୦ରୁ ଊର୍ଦ୍ଧ୍ୱ ହୋଟେଲ, ଲଜିଂ, ହଲିଡେ ହୋମ୍‌ ଆଦି ରହିଛି। ବର୍ତ୍ତମାନ ସୁଦ୍ଧା ପୁରୀରେ ପ୍ରାୟ ୧୫ ହଜାର ପର୍ଯ୍ୟଟକ ଥିବାବେଳେ ସେମାନଙ୍କୁ ବୁଧବାର ସନ୍ଧ୍ୟା ସୁଦ୍ଧା ସହର ଛାଡ଼ିିବା ପାଇଁ କୁହାଯାଇଛି। ପର୍ଯ୍ୟଟକଙ୍କୁ ବୁଝାଶୁଝା କରି ଛାଡ଼ିବା ଲାଗି ମାଲିକମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କୌଣସି ବୁକିଂ ନ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ପୁରୀ ହୋଟେଲ ସଂଘ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ରାଜକିଶୋର ପାତ୍ରଙ୍କ ସମେତ ହୋଟେଲ ମାଲିକମାନେ ଯୋଗଦେଇଥିଲେ।
୪୪ ବିଦେଶୀଙ୍କୁ ପଠାଇବା ଲାଗି ବ୍ୟବସ୍ଥା ହେଉଛି
ପୁରୀରେ ଏବେ ୪୪ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ସେମାନଙ୍କୁ ଯଥାଶୀଘ୍ର ପୁରୀରୁ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରି କି ସମ୍ପୃକ୍ତ ଦେଶର ଦୂତାବାସଙ୍କୁ ମଧ୍ୟ ଅବଗତ କରାଯାଇଛି। ଯେଉଁ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ ଅଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆବଶ୍ୟକ ପଡ଼ିିଲେ ବିଦେଶୀ ପର୍ଯ୍ୟଟକଙ୍କୁ ହୋମ୍‌ ଆଇସୋଲେଶନରେ ରଖାଯିବ। ବର୍ତ୍ତମାନ ସ୍ଥିତିରେ ପୁରୀକୁ ଜିରୋ ଟୁରିଷ୍ଟ ଏବଂ ବେଳାଭୂମିକୁ ନୋ ଟୁରିଷ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସମୁଦ୍ର କୂଳ ଅଞ୍ଚଳରେ ଥିବା ଦୋକାନ ବଜାର ଏବଂ ହୋଟେଲ ଆଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବନ୍ଦ ହେଲା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟର
ମଙ୍ଗଳବାର ପ୍ରଶାସନ ପକ୍ଷରୁ ପ୍ରାୟ ୩୦ଟି ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟରକୁ ବନ୍ଦ କରିଦିଆଯାଇଛି। ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଥିବା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟରକୁ ଯାଇ ବନ୍ଦ କରିଛନ୍ତି। ସହରରେ ଅନେକ ଅଣପଞ୍ଜୀକୃତ ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଅପରେଟର ରହିଛି। ବର୍ତ୍ତମାନ ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଥିବାବେଳେ ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଛି। ତେଣୁ ବାହାର ପର୍ଯ୍ୟଟକ ଅଯଥା ବୁକିଂ କରି ଠକାମିର ଶିକାର ହେବେ। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଉପଜିଲାପାଳ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri