ପୁରୀରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର

ପୁରୀ ଅଫିସ,୧୭ା୨: ପୁରୀ ଜିଲାର ୨ ସ୍ଥାନରେ ୨ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୃଥକ୍‌ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ଥାନା ଅଞ୍ଚଳରେ ଜଣେ ଯୁବକ ଶନିବାର ମଧ୍ୟାହ୍ନରେ ୪ବର୍ଷୀୟ ଶିଶୁକନ୍ୟାଙ୍କୁ କାର୍ଟୁନ ଭିଡିଓ ଦେଖାଇବାକୁ କହିି ନିକଟସ୍ଥ ଏକ ଅର୍ଦ୍ଧନିର୍ମିତ କୋଠାକୁ ଡାକିଥିଲେ। ଭିଡିଓ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିଲେ। ଅନ୍ୟପଟେ ଝିଅକୁ ନ ପାଇ ମା’ ଖୋଜାଖୋଜି କରିଥିଲେ। କୋଠଘର ନିକଟରେ ଝିଅକୁ କାନ୍ଦୁଥିବା ଦେଖି ତାଙ୍କୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଜାଣିପାରିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଏବଂ ତାଙ୍କ ସମ୍ପର୍କୀୟ ସେଠାକୁ ଆସି ଘଟଣା ସମ୍ପର୍କରେ କାହାକୁ କହିଲେ ଅଥବା ଥାନାକୁ ଗଲେ ଘରେ ନିଆଁ ଲଗାଇ ପରିବାର ଲୋକଙ୍କୁ ଜିଅନ୍ତା ପୋଡ଼ି ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଶିଶୁକନ୍ୟାଙ୍କ ପରିବାର ଲୋକେ ରବିବାର ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବାମଦେବନନ୍ଦ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ।
ସେହିପରି କୁମ୍ଭାରପଡ଼ା ଥାନା ଅଧୀନ ଏକ ମନ୍ଦିର ନିକଟରେ ଆଉ ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ମନ୍ଦିର ନିକଟରେ ଶିଶୁକନ୍ୟା ଏକାକୀ ବୁଲୁଥିଲେ। ଜଣେ ଯୁବକ ତାଙ୍କୁ ଚକୋଲେଟ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିଲେ। କୌଣସି ସୂତ୍ରରୁ ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ପୋଲିସକୁ ଜଣାଇଥିଲେ। ପିସିଆର କର୍ମଚାରୀ ପହଞ୍ଚତ୍ ଯୁବକଙ୍କୁ କାବୁ କରିଥିଲା। ଏ ନେଇ କୁମ୍ଭାରପଡ଼ା ଥାନାରେ ପୋକ୍‌ସୋ ଆକ୍ଟରେ ଏକ ମାମଲା(୫୨/୨୦) ରୁଜୁ ହୋଇ ତଦନ୍ତ କରାଯାଉଛି। ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି ବୋଲି ଥାନାଧିକାରୀ କୁଳମଣି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ

ଟିଟିଲାଗଡ଼,୧୫।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁନ୍ତଳା ରେଲୱେ ଷ୍ଟେଶନ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବରପାଇ ଘଟଣାସ୍ଥଳରେ...

୧୫ ପରିବାର ଗାଁରୁ ବାସନ୍ଦ

କୋଷାଗୁମୁଡ଼ା/ନବରଙ୍ଗପୁର, ୩୧।୫(ଡି.ଏନ୍‌.ଏ./ସ୍ବ.ପ୍ର.): ଖୁଡୁଖୁଡ଼ି ଖେଳ ପାଇଁ ଗାଁରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। କୌଣସି ଶୁଭ ଅଶୁଭ କାମରେ ଯିବାକୁ ପରିବାର ସଦସ୍ୟଙ୍କୁ ବାରଣ। କୁନି...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ମା’ ମୃତ, ୪ ମାସର ଶିଶୁପୁତ୍ର ସହ ବାପା ଗୁରୁତର

ପାଟଣା,୩୧ା୮(ବୀରକିଶୋର ଦାଶ): କେନ୍ଦୁଝର-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥ ନିକଟ ଚଢେଇଭୋଳଠାରେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ପଠାଇଲେ କୋଟନିଆ ପଡାବାସୀ

ଜୁନାଗଡ,୧ା୫(ଡି.ଏନ୍‌.ଏ)-କୋଭିଡ-୧୯ରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ପଞ୍ଚାୟତ କୋଟନିଆ ପଡାବାସୀ ଆଗେଇ ଆସିଛନ୍ତି। ଏହି ପଡାର ସମସ୍ତ ଲୋକ...

ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ

ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍‌ରେ ଜିଲା ପାଇଁ ଦିଆଯାଇଥିବା ଦାବି...

ବାଲିଘାଟ ମୁଣ୍ଡ ନେଉଛି

ଡେରାବିଶ, ୨୫ା୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ଲୁଣା, କରାଣ୍ଡିଆ ଓ ବିରୂପା ନଦୀ ପ୍ରବାହିତ ହେଉଛି। ଏହି ନଦୀରୁ ପ୍ରଚୁର ପରିମାଣରେ ବାଲି ମିଳିଥାଏ। ଏହାକୁ...

ବହୁଚର୍ଚ୍ଚିତ ଗମ୍ଭାରୀ-ବେଲପଡ଼ା ରାସ୍ତା: ଆରମ୍ଭ ହେଲା ବିଭାଗୀୟ ତଦନ୍ତ

ଖପ୍ରାଖୋଲ, ୧୩।୬(ଡି.ଏନ,ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଡିଭିଜନ ଅନ୍ତର୍ଗତ ବେଲପଡା-ଗମ୍ଭାରୀ ରାସ୍ତା ନିର୍ମାଣର ମାନ ନିର୍ଦ୍ଧାରଣ ପାଇଁ ବୁଧବାର ବିଭାଗୀୟ ତଦନ୍ତ ଆରମ୍ଭ...

ପୁରୀ ସ୍ଥିତି ଅସମ୍ଭାଳ: କଡ଼ା ପଦକ୍ଷେପ ନାହିଁ

ପୁରୀ ଅଫିସ,୧୯। ୯: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଛି। ଲକ୍‌ଡାଉନ ହଟିଯିବା ପରେ କଟକଣାକୁ ଅଧିକାଂଶ ମାନୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା...

Advertisement
Archives

Model This Week