ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ସୁସ୍ଥ ହୋଇଥିଲା ବେଳେ ୭୦ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ଚିହ୍ନଟ ୧୫ ଜଣଙ୍କ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ତଥ୍ୟ ଦିଆଯାଇ ନାହିଁ। ତେଣୁ କେତେଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ସ୍ଥାନୀୟ କେତେଜଣ ତାହା ଜଣାପଡି ନାହିଁ। କିଛିଦିନ ପୂର୍ବରୁ ଜିଲାର ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଗତ ୮ଦିନରେ ୬୯ ଜଣ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢ଼ାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡହଡ଼ହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଡହଡ଼ହ ଖରାରେ ସିଝୁଛି ଓଡ଼ିଶା। ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇପଡ଼ୁଛି। ସକାଳ ୯ଟାରୁ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଜନଜୀବନ...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

ସଡ଼କ ସୁରକ୍ଷା, ପ୍ରଦୂଷଣ ପ୍ରତିକାର ଦାବିରେ ଜିଲାପାଳଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ବରଗଡ଼ ଅଫିସ,୧୩।୧୨: ବରଗଡ଼ ସହରସ୍ଥିତ ଭଟଲି ଛକ ତଥା ସଂଲଗ୍ନ ରାସ୍ତାର ବିକାଶ, ସହରକୁ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରଦୂଷଣର ପ୍ରତିକାର ଦାବିରେ ଶୁକ୍ରବାର...

ତେନ୍ତୁଳିଗୁମ୍ମା ପଞ୍ଚାୟତ ସରପଞ୍ଚ, ସମସ୍ତ ଓ୍ବାର୍ଡମେମ୍ବର, ସମିତିସଭ୍ୟ ଅପ୍ରତିଦ୍ୱନ୍ଦ୍ୱୀ

ବୈପାରିଗୁଡ଼ା, ୩୦ା୧(ଡି.ଏନ୍‌.ଏ.) ବୈପାରିଗୁଡ଼ା ବ୍ଲକରେ ୨୪ ତାରିଖରେ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବୈପାରିଗୁଡ଼ା ବ୍ଲକରେ...

ପାର୍ବଣ ଆରମ୍ଭରୁ ଭିଡ଼ ବଢ଼ିଲାଣି

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଆରମ୍ଭ ହେଲାଣି ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ନୂଆଖାଇ, ବିଶ୍ୱକର୍ମା ପୂଜା, ଦଶହରା ଆଦି ପୂଜା ପାର୍ବଣ ଆସୁଥିବାରୁ...

କ୍ୱାରାଣ୍ଟାଇନ୍‌ ଥିବା ହୋଟେଲ କର୍ମଚାରୀଙ୍କୁ ଘର ମାଲିକ ହଇରାଣ କଲେ ପଦକ୍ଷେପ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିଣତ...

କରୋନା ପରେ ଆମାଜନ-ଆପଲ୍‌-ଫେସ୍‌ବୁକ୍‌-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ...

ନାଗାବଳୀ ନଦୀରୁ ଆନ୍ଧ୍ରକୁ ବାଲି ଚାଲାଣକୁ ବିରୋଧ

ରାୟଗଡ଼ା ଅଫିସ,୧୧।୫-ରାୟଗଡ଼ା ଜିଲା କେରେଡ଼ାରୁ ପ୍ରତିଦିନ ବେଆଇନ ଭାବେ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ବାଲି ଚାଲାଣ କରାଯାଉଛି। ଏ ନେଇ ସୋମବାର କେରେଡ଼ା ଗ୍ରାମ...

Advertisement
Archives

Model This Week