ପୁରୀରୁ ବ୍ରହ୍ମଗିରି

ଡ. ପ୍ରଫୁଲ୍ଲ କୁମାର ସାହୁ
ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଭଗବାନ ବେଳେ ବେଳେ ଲୋଡ଼ନ୍ତି ଜଣେ ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ଭଗବାନଙ୍କ ଦୃଷ୍ଟିରେ ସେଭଳି ଜଣେ ଭକ୍ତ ଥିଲେ ଦାକ୍ଷିଣାତ୍ୟର ବେଦଜ୍ଞ ବ୍ରାହ୍ମଣ ଆଲବନ୍ଦରାଚାର୍ଯ୍ୟ। ଗୁରୁକୁଳ ଆଶ୍ରମ ପରମ୍ପରାର ଜଣେ ମହାନ୍‌ ଆଚାର୍ଯ୍ୟ। ପୁରୁଷୋତ୍ତମ କ୍ଷେତ୍ରବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା। ଏକଦା ତ୍ରିଭେନ୍ଦ୍ରମ୍‌ରୁ ପଦବ୍ରଜରେ ଆସି ସେ ଶ୍ରୀକ୍ଷେତ୍ରରେ ପହଞ୍ଚତ୍ଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ବଡ଼ଦାଣ୍ଡ ଧୂଳି ଛୁଇଁବା କ୍ଷଣି ତାଙ୍କ ଦେହରେ ଖେଳିଗଲା ଏକ ଅନିର୍ବଚନୀୟ ଆନନ୍ଦ। ମହାପ୍ରଭୁଙ୍କ ଦର୍ଶନ ଲଭିବେ, ଏହି ଖୁସିରେ ଭୁଲିଗଲେ କ୍ଷୁଧା, ତୃଷ୍ଣା ଓ ଦୀର୍ଘ ଦିନର ପଥଶ୍ରମଜନିତ କ୍ଳାନ୍ତି। ଆଗେ ଦର୍ଶନ, ତା’ପରେ ଜଳ ଗ୍ରହଣ, ମନେମନେ ଏହି ସଂକଳ୍ପ ନେଇ ଚାଲିଲେ ଆଗକୁ। ମାତ୍ର ମନ୍ଦିର ବେଢ଼ାରେ ପହଞ୍ଚତ୍ ଜାଣିଲେ ଏବେ ଅନବସର କାଳ। ଠାକୁରେ ଗୁପ୍ତପୂଜାରେ ଥିବାରୁ ମିଳିବନି ଦର୍ଶନ। ଅଧୀର ହୋଇ ଉଠିଲା ଦର୍ଶନପିପାସୁ ଭକ୍ତର ପ୍ରାଣ। ଅନବସର ତାଟି ନ ଖୋଲିବା ଯାଏ ଦର୍ଶନ ମିଳିବନି ଜାଣି ଆନନ୍ଦାଶ୍ରୁ ବଦଳରେ ଆଖିରୁ ଝରିଗଲା ଧାରଧାର ବେଦନାର ଲୁହ। ଅଭିମାନରେ ଫାଟି ପଡ଼ିଲା ଛାତି। ଲୁହ ଆଉ କୋହରେ ଅସ୍ଥିର ହେଲା ପରେ ବି ତାଙ୍କ ହୃଦୟରେ ଉଜାଗର ଥିଲା ସେହି ଗୋଟିଏ ଭାବ- ଭଗବାନ କେବଳ ଭକ୍ତର। ଭକ୍ତ ପାଇଁ ସେ ନନ୍ଦିଘୋଷ ଛାଡ଼ି ବିଜେ କରି ପାରନ୍ତି ବଳରାମ ଦାସ ବାଲିରଥରେ। ଷାଠିଏ ପଉଟି ଭୋଗ ଛାଡ଼ି ଖାଇ ପାରନ୍ତି କରମା ବାଈର ଖିରି। ତେଣୁ ଭକ୍ତର ଆକୁଳ ଡାକ ଶୁଣି ଆଜି ସେ ଅଣସର ପିଣ୍ଡିରୁ ଉଠି ନ ଆସିବେ କାହିଁକି? ପ୍ରଭୁଙ୍କର ଯଦି ସେ କରୁଣା ନ ହୁଏ ତେବେ ଏ ଜୀବନ ରଖି କି ଲାଭ? ବରଂ ଅଦୂରରେ ଥିବା ମହୋଦଧିରେ ପ୍ରାଣ ବିସର୍ଜନ ଦେବା ଭଲ। ମନେମନେ ଏଭଳି ଏକ ସଂକଳ୍ପ ନେଇ ସେ ବସିରହିଲେ ମନ୍ଦିର ବେଢ଼ାରେ।
ଦିନ ଯାଇ ରାତି ହେଲା, କିନ୍ତୁ ମିଳିଲାନି ଦର୍ଶନ। ପ୍ରତିଜ୍ଞା ପାଳନ ପାଇଁ ଚେଇଁ ଉଠିଲା ସ୍ବାଭିମାନ। ଶେଷଥର ପାଇଁ ମନ୍ଦିର ଆଡ଼କୁ ଚାହିଁଦେଇ ସେ ବାହାରି ଆସିଲେ ବେଢ଼ା ବାହାରକୁ। ଗୁପ୍ତପୂଜାରେ ଥାଇ ଚମକି ଉଠିଲେ ପ୍ରଭୁ। ଥରିଉଠିଲା ଅଣସର ପୀଠ। ସହସା ସନ୍ଦେଶ ଯାଇ ପହଞ୍ଚତ୍ଲା ସ୍ବର୍ଗଦ୍ୱାର ରକ୍ଷକ ମଶାଣିଆ ହନୁମାନ ପାଖରେ। ଏଣେ ସ୍ବାଭିମାନର ଦମ୍ଭିଲାପଣ ଯୋଗୁ ଅନ୍ଧାରକୁ ଖାତିର ନ କରି ସ୍ବର୍ଗଦ୍ୱାର ରାସ୍ତାରେ ଚାଲିଛନ୍ତି ଆଚାର୍ଯ୍ୟେ। ଭେଟ ହେଲା ଅନ୍ୟ ଜଣେ ବାଟୋଇଙ୍କ ସହ। ଆଳାପ ଛଳରେ ମହାପ୍ରଭୁଙ୍କ ଅଣସର ବିଧି ସମ୍ପର୍କରେ ସେ ବଖାଣିଲେ ଅନର୍ଗଳ। ଶୁକ୍ଳପକ୍ଷ ଦ୍ୱିତୀୟା ଯାଏ ଅପେକ୍ଷା କରିବାକୁ ପରାମର୍ଶ ଦେଲେ ଅତି ସହୃଦୟ ଚିତ୍ତରେ। ମାତ୍ର ଆଚାର୍ଯ୍ୟଙ୍କର ସେହି ଏକା ଜିଦ୍‌ ନୀଳାଦ୍ରିନାଥଙ୍କ ଦର୍ଶନ, ନ ହେଲେ ପ୍ରାଣ ବିସର୍ଜନ। ଅଗତ୍ୟା ବାଟୋଇ ନିଜ ରୂପରେ ପ୍ରକଟିତ ହୋଇ ଜଣେଇଦେଲେ ପ୍ରଭୁଙ୍କ ସନ୍ଦେଶ। ସମ୍ମୁଖରେ ଭକ୍ତ ହନୁମାନଙ୍କୁ ଦେଖି ପ୍ରଣିପାତ କଲେ ଆଚାର୍ଯ୍ୟ। ମାତ୍ର ତାଙ୍କର ଉପସ୍ଥିତି ଘଟଣାକୁ ନେଇ ଆହୁରି ଦୃଢ଼ ହେଲା ସ୍ବାଭିମାନୀ ଭକ୍ତର ସଙ୍କଳ୍ପ। ସେ ଜାଣନ୍ତି ଭକ୍ତ ଭଗବାନ ମଧ୍ୟରେ ଭାବବିନିମୟ ପାଇଁ ଆବଶ୍ୟକ ହୁଏନି କୌଣସି ତୃତୀୟ ପକ୍ଷର ସହଯୋଗ। ମାତ୍ର ତାଙ୍କ କ୍ଷେତ୍ରରେ ଏହି ତୃତୀୟ ପକ୍ଷର ଉପସ୍ଥିତିକୁ ନେଇ ଆହୁରି ଆଘାତପ୍ରାପ୍ତ ହେଲେ। ଭକ୍ତର ସ୍ବାଭିମାନ ସଙ୍କଳ୍ପରୁ ଟଳିବା ପରିବର୍ତ୍ତେ ପ୍ରକାଶ ପାଇଲା ଦୃଢ଼ତା। କ୍ଷମାପ୍ରାର୍ଥନା କରିବା ସହିତ ଭକ୍ତ ହନୁମାନଙ୍କଠାରୁ ବିଦାୟ ନେଇ ଚାଲିଲେ ଆପଣା ଲକ୍ଷ୍ୟ ପଥରେ। ଗୋଟିଏ ପାର୍ଶ୍ୱରେ ସ୍ଥିର ସଙ୍କଳ୍ପ ଅନ୍ୟ ପାର୍ଶ୍ୱରେ ମହାପ୍ରଭୁଙ୍କୁ ଅବମାନନା କରିବାର ଅନୁଶୋଚନା। ଭାବନାର ଏହି ଚକ୍ରବୂ୍ୟହ ଭିତରେ ପଡ଼ି ସେ ଭୁଲିଗଲେ ବାଟ। ମହୋଦଧି ଅଭିମୁଖେ ଯିବା ପରିବର୍ତ୍ତେ ଚାଲିଲେ ତା’ର ବିପରୀତ ଦିଗରେ। ଉଦ୍ଦେଶ୍ୟ ଚରିତାର୍ଥ ହେବା ଯାଏ ଅନ୍ତର୍ଦ୍ଧାନ ହେଲେ ମଶାଣିଆ ମହାବୀର।
ରାତି ଯେତେ ଗଭୀର ହେଲା, ସେତେ ଦ୍ରୁତ ହେଲା ପାଦର ଗତି। ଅଥଚ ସରିଲାନି ରାସ୍ତା। ସତେଯେମିତି ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି ସମୁଦ୍ର। ଏମିତି ବାଟ ଚାଲୁ ଚାଲୁ ଦିନ ଯାଇ ଆସିଲା ରାତି। ପୁରୀର ପଶ୍ଚିମକୁ ୧୪ ମାଇଲ ଦୂରରେ ଅବସ୍ଥିତ ବ୍ରହ୍ମଗିରିରେ ଥିବା ଏକ ପୋଖରୀ କୂଳରେ ଅଟକିଗଲେ ଆଚାର୍ଯ୍ୟେ। ଭାବିଲେ ସେହି ପୁଷ୍କରିଣୀ ଜଳରେ ବୁଡ଼ି ବିସର୍ଜନ କରିବେ ପ୍ରାଣ। ହଠାତ୍‌ ଆଖି ଆଗରେ ଉଦ୍ଭାସିତ ହେଲା ଏକ ଦିବ୍ୟ ଆଲୋକମଣ୍ଡଳ। ଆଖିମଳି ଚାହିଁଲେ ଆଗକୁ। ଶରୀରରେ ଖେଳିଗଲା ଶିହରଣ। ଆଖି ସାମ୍ନାରେ ସ୍ବୟଂ ଜଗତର ନାଥ ଜଗନ୍ନାଥ। ବିଶ୍ୱାସ କରି ପାରୁ ନ ଥିଲେ ନିଜ ଆଖିକୁ। ଶୁଣିଥିଲେ ଜଗନ୍ନାଥ ବିଶ୍ୱର ବିଚିତ୍ର। ଭକ୍ତ କେବଳ ତାଙ୍କ ପାଖକୁ ଯାଏନି, ସେ ବି ନିଜେ ଆସନ୍ତି ଭକ୍ତ ପାଖକୁ। ଯାହା ଶୁଣିଥିଲେ, ତା’ର ପ୍ରମାଣ ସେ ଦେଖୁଛନ୍ତି ନିଜ ଆଖି ସାମ୍ନାରେ। ହେଲେ ପ୍ରଭୁଙ୍କର ଏ କି ବିପର୍ଯ୍ୟସ୍ତ ବେଶ! ଶ୍ରୀଅଙ୍ଗରୁ ଝରି ପଡ଼ୁଛି ବିନ୍ଦୁ ବିନ୍ଦୁ ସ୍ବେଦ। ଲିଭିଯାଇଛି ଊର୍ଦ୍ଧ୍ୱପୁଣ୍ଡ୍ର। କେଡ଼େ ବିମର୍ଶ ଦିଶୁଛି ସତେ ତାଙ୍କ ବାଧିକା ଚେହେରା! ନା ଏ ରୂପରେ ନୁହେଁ, ସେ ଦେଖିବାକୁ ଚାହିଁଥିଲେ ପ୍ରଭୁଙ୍କ ନବୀନ ନୀରଦ କାନ୍ତି। ଭାବଗ୍ରାହୀ ତତ୍‌କ୍ଷଣାତ୍‌ ଗ୍ରହଣ କଲେ ଭକ୍ତର ଭାବ। ଧାରଣ କଲେ ନବୀନ ନୀରଦ କାନ୍ତି। ଶ୍ରୀହସ୍ତରେ ଶୋଭା ପାଉଥିଲା ଶଙ୍ଖ, ଚକ୍ର, ଗଦା, ପଦ୍ମ। ଜୀବନର ସବୁଯାକ ଆନନ୍ଦ ଯେମିତି ଅଜାଡ଼ି ହୋଇପଡ଼ିଲା ଆଚାର୍ଯ୍ୟଙ୍କ ଉପରେ। ଆନନ୍ଦରେ କମ୍ପି ଉଠିଲା ଦେହ। ଲୋଟି ପଡ଼ିଲେ ପ୍ରଭୁଙ୍କ ଚରଣକମଳ ତଳେ। ସେ ଦିବ୍ୟ ମୁହୂର୍ତ୍ତରେ ସେ ମନେମନେ ଭାବୁଥିଲେ- ସବୁଦିନ ପାଇଁ ପ୍ରଭୁ ଏଠି ଥାଆନ୍ତେ କି ଏହି ରୂପରେ। ପ୍ରଭୁଙ୍କୁ ସ୍ପର୍ଶକଲା ଭକ୍ତର ଅମୃତମୟ ଭାବନା। ଖାଲି ସ୍ପର୍ଶ କଲା ନୁହେଁ ଏକ ହୋଇଗଲା ଭକ୍ତ ଓ ଭଗବାନଙ୍କ ଇଚ୍ଛା। ଭକ୍ତ ପ୍ରକୃତିସ୍ଥ ହେଲା ବେଳକୁ ଅନ୍ତର୍ଦ୍ଧାନ ହୋଇ ସାରିଥିଲେ ଭଗବାନ। ହେଲେ ଭକ୍ତର ଇଚ୍ଛା ପୂର୍ଣ୍ଣ ହେବ ବୋଲି ଶୁଣେଇ ଦେଇଥିଲେ ଶୂନ୍ୟବାଣୀ। ସେହିଦିନଠାରୁ ଆଚାର୍ଯ୍ୟେ ଆରମ୍ଭ କଲେ ପ୍ରୟାସ। ରାଜା ସବୁକଥା ଶୁଣିବା ପରେ ତାଙ୍କ ଆଦେଶରେ ସେଠାରେ ନିର୍ମାଣ ହେଲା ୫୦ଫୁଟ ଉଚ୍ଚତାର ଏକ ଭବ୍ୟ ମନ୍ଦିର। ଭକ୍ତ ଯେଉଁ ରୂପରେ ମହାପ୍ରଭୁଙ୍କୁ ଦେଖିଲେ ଠିକ୍‌ ସେହି ରୂପରେ ପୂଜା ପାଇଲେ କଳା ମୁଗୁନି ପଥରରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମୂଳ ବିଗ୍ରହ। ଭକ୍ତ ଆଲବନ୍ଦରାଚାର୍ଯ୍ୟଙ୍କ ନାମାନୁସାରେ ମହାପ୍ରଭୁ ଏଠାରେ ବହନ କଲେ ‘ଅଲାରନାଥ’ନାମ। ବ୍ରହ୍ମଗିରିରେ ବଢିଚାଲିଲା ଅଲାରନାଥଙ୍କ ମହିମା। ଶ୍ରୀଜଗନ୍ନାଥଙ୍କ ଅନବସର ସମୟରେ ଅଲାରନାଥଙ୍କ ଦର୍ଶନ ନିମନ୍ତେ ଛୁଟିଲେ ହଜାର ହଜାର ଭକ୍ତ।
ଅତୀତର ଭିତ୍ତିଭୂମି ଉପରେ ଠିଆହୋଇଛି ବର୍ତ୍ତମାନ। ଏହା ହୋଇପାରେ ଅତୀତଠାରୁ ଯଥେଷ୍ଟ ଉନ୍ନତ ଓ ସୁଖମୟ। ମାତ୍ର ବିକାଶ ପଥରେ ଯେତେ ଆଗକୁ ଗଲେ ବି ଅତୀତକୁ ବିସ୍ମରିଯିବା ଅନୁଚିତ। ଜଗତକୁ ଏହି ସନ୍ଦେଶ ଦେବା ପାଇଁ ପୁରୀରୁ ବ୍ରହ୍ମଗିରି ଯାଏ ଭକ୍ତ ପଛେ ପଛେ ଧାଇଁଛନ୍ତି ଜଗନ୍ନାଥ। କାରଣ ଏହି ବ୍ରହ୍ମଗିରିରେ ସେ ପ୍ରଥମେ ପୂଜା ପାଉଥିଲେ ଶିଳାପଦ୍ମ ରୂପରେ। ଅତୀତ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଅଲାରନାଥ ରୂପରେ ପ୍ରତିଷ୍ଠା ପାଇବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେହି ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ସେ ଲୋଡ଼ିଛନ୍ତି ଭକ୍ତିର ଗନ୍ତାଘର ଆଲବନ୍ଦରାଚାର୍ଯ୍ୟଙ୍କ ସହଯୋଗ। ବାସ୍ତବରେ ଭକ୍ତକୁ ଦର୍ଶନ ଦେବା ପାଇଁ ଗୁପ୍ତପୂଜାରୁ ଉଠି ଆସିଲେ ଜ୍ୱରପୀଡ଼ିତ ଜଗନ୍ନାଥ- ଆଲବନ୍ଦରାଚାର୍ଯ୍ୟଙ୍କ ଭଳି ଜଣେ ଶୁଦ୍ଧ ଭକ୍ତ ନ ହେଲେ କିଏ ଭାବି ପାରିବ ଏକଥା। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି- ଯା ମନ ଯେପରି ତା’ ପାଇଁ ସେପରି ଫଳ ରଖିଥାଏ ବିଶ୍ୱ, ଉଚ୍ଚମନା ନିଜେ ଅମୃତ ଲଭଇ ନୀଚମନା ପାଏ ବିଷ।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ – ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri