Posted inଫୁରସତ

ପୁରସ୍କାର ପରେ କେମିତି ଥାଆନ୍ତି ପ୍ରତିଭାମାନେ, କ’ଣ କରନ୍ତି…

ଅନେକ ସମୟରେ ଦେଖିବାକୁ ମିଳିଥାଏ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି କେହି କେହି ବାଟଭାଙ୍ଗି ଚାଲି ନ ଯାଇ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ରକ୍ଷା କରିଥାନ୍ତି। ଏପରି ସହାସିକତା ପାଇଁ ପରବର୍ତ୍ତୀ ସମୟରେ ଏମାନଙ୍କୁ ସରକାରୀ ଓ ବେସରକାରୀ ସଂସ୍ଥାରୁ ବହୁ ପ୍ରଶଂସା ଓ ପୁରସ୍କାର ମିଳିଥାଏ । ତେବେ ଏମିତି ପ୍ରତିଭାମାନେ ପୁରସ୍କାର ପରେ କେମିତି ଥାଆନ୍ତି ଓ କ’ଣ କରନ୍ତି। ସେମିତି କେତେଜଣଙ୍କ ସମ୍ପର୍କରେ ।

ମମତା ଦଳେଇ-ଆଜକୁ ପ୍ରାୟ ଠିକ୍‌ ୩ ବର୍ଷ ତଳେ ଜଣେ ୬ ବର୍ଷର ବାଳିକା ଜଣେ ୭ ବର୍ଷର ବାଳିକାଙ୍କୁ କୁମ୍ଭିର ମୁହଁରୁ ଉଦ୍ଧାର କରିଥିଲେ । ସେତେବେଳେ ଏହି ଘଟଣାଟି ସାରା ରାଜ୍ୟରେ ବେଶ ଚର୍ଚ୍ଚା ହୋଇପଡ଼ିଥିଲା। ତେବେ ଘଟଣାଟି ଥିଲା ଏମିତି-କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକ, ଡାଙ୍ଗମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ନିର୍ମଳ ଦଳାଇ। ତାଙ୍କ ଝିଅ ମମତା ଦଳେଇ(୬ବର୍ଷର)। ସେଦିନ ଥିଲା ଏପ୍ରିଲ ୪/୨୦୧୭ ମସିହା। ନିର୍ମଳ ଦଲେଇଙ୍କ ଘର ପଛପଟରେ ଥିବା ଏକ ପୋଖରୀରେ ଅଭୟ ଦଳାଇଙ୍କ ୭ବର୍ଷର ଝିଅ ଅଶାନ୍ତି ଧୋଇହେଉଥିବା ବେଳେ ସେହିପୋଖରୀରୁ ଏକ କୁମ୍ଭୀର ଅଶାନ୍ତିଙ୍କ ହାତକୁ କାମୁଡ଼ି ଧରିଥିଲା। ଅଶାନ୍ତିଙ୍କ ଚିତ୍କାର ଶୁଣି ପୋଖରୀ ନିକଟକୁ ଦୌଡ଼ି ଆସିଥିଲେ ମମତା। ତା’ପରେ ମମତା ଦେଖିଲେ କୁମ୍ଭୀର ଅଶାନ୍ତିର ଗୋଟିଏ ହାତକୁ କାମୁଡ଼ିିଧରିଛି। ହଠାତ୍‌ ସେ କାଳବିଳମ୍ବ ନକରି ବଡ଼ପାଟିକରି ଲୋକଙ୍କୁ ଡାକ ପକାଇବା ସହିତ ଉପସ୍ଥିତ ବୁଦ୍ଧିଖଟାଇ ଏକ ପାଞ୍ଚଣରେ କୁମ୍ଭୀର ମୁହଁକୁ ପିଟିବାରେ ଲାଗିଲେ। ଏବଂ ସେହିସମୟରେ ମମତା ଅଶାନ୍ତିର ବାମହାତକୁ ଟାଣି ଧରିଥାନ୍ତି। ବାରମ୍ବାର ପିଟିବା ଯୋଗୁ କୁମ୍ଭୀର ଅସ୍ଥିର ହୋଇପଡ଼ିଥାଏ । ସେତେବେଳକୁ ଗାଁ ଲୋକମାନେ ଘଟଣା ସ୍ଥଳରେ ପହଁଞ୍ଚି ସାରିଥିଲେ। ଆଉ କୁମ୍ଭୀର ଅଶାନ୍ତିର ହାତଛାଡ଼ି ପାଣିଭିତରକୁ ଖସିପଳାଉଥିଲା। ଏପରି ପରିସ୍ଥିତିରୁ ଲୋକମାନେ ଅଶାନ୍ତିକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ।
ହେଲେ ମମତାଙ୍କ ପାଇଁ ଅଶାନ୍ତିର ଜୀବନ ଉଧାର ହୋଇପାରିଥିଲା।ଏଥିଯୋଗୁ ମମତାର ସାହସିକତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠାରୁ ୨୦୧୮ ମସିହାରେ ମମତାଙ୍କୁ ଜାତୀୟ ସାହସିକତା ପୁରସ୍କାର ମିଳିସାରିଛି। ସ୍ଥାନୀୟ ଗ୍ରାମବାସୀ ମମତାଙ୍କୁ ଭୂୟସୀ ପ୍ରଶଂସକରି ପୁରସ୍କାର ପ୍ରଦାନ କରିଛନ୍ତି। ମମତାଙ୍କ ପିତା ନିର୍ମଳ ଦଳେଇ କୁହନ୍ତି ମୋର ଦୁଇଝିଅ ଗୋଟିଏ ପୁଅ । ବଡ଼ଝିଅ ନମିତା ଓ ପୁଅ ବିଶ୍ୱନାଥ ଦଲେଇ ଗାଁସ୍କୁଲରେ ପଢୁଛନ୍ତି। ସାନଝିଅ ମମତାଙ୍କୁ ପୁରସ୍କାର ମିଳିବା ପରେ ତାକୁ ଅନେକ ପ୍ରଶଂସା କରିଥିଲେ। ସେଥିପାଇଁ ଏବେ ଭୁବନେଶ୍ୱରଠାରେ ଥିବା ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ତୃତୀୟ ଶ୍ରେଣୀରେ ସେ ପାଠ ପଢୁଛି। ମମତାଙ୍କୁ ସାହସିକତା ପୁରସ୍କାର ସହିତ ମିଳିଥିବା ଏକଲକ୍ଷ ଟଙ୍କା ତାଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖାଯାଇଛି।

ଅବିନାଶ ମିଶ୍ର-ପୁରୀ ଜିଲାର ନିମାପଡ଼ା ଥାନା ଅନ୍ତର୍ଗତ ଧୀରପୁର ଗ୍ରାମ। ଏହି ଗ୍ରାମର ବାସିନ୍ଦା ହେଲେ ରବିନାରାୟଣ ମିଶ୍ର। ତାଙ୍କର ଦୁଇପୁଅ । କିନ୍ତୁ ବଡ଼ପୁଅ ଅବିନାଶ ମିଶ୍ରଙ୍କ ଯୋଗୁ ନଦୀରୁ ଦୁଇଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା। । ସେଥିପାଇଁ ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ମିଳିସାରିଛି। ଏହି ଗାଁର ପଶ୍ଚିମ ପଟଦେଇ ବହିଯାଇଛି କୁଶଭଦ୍ରାନଦୀ। ଆଜକୁ ପ୍ରାୟ କିଛିବର୍ଷ ତଳେ ଧୀରପୁର ଗାଁର ଏହି ନଦୀର ଏକ ଘାଟରେ ଭଗବାନ ମିଶ୍ରଙ୍କ ପୁଅ ବିଧୂଭୂଷଣ ମିଶ୍ର ଗାଧୋଉଥିବା ବେଳେ ହଠାତ୍‌ ତାଙ୍କ ପାଦ ନଦୀ ଭିତରକୁ ଚାଲିଯାଇଥିଲା। ମାତ୍ର ସେ ପହଁରା ଜାଣିନଥିବାରୁ ପାଣିସୁଅରେ ଭିତରକୁ ଭିତର ଖସିଯାଉଥିଲେ। ଏମିତିରେ ସେ ନିଜର ନିୟନ୍ତ୍ରଣ ହରାଇବସିଥିଲେ। ଏହି ସମୟରେ ଆଉ ଜଣେସାଙ୍ଗ ସତ୍ୟନାରାୟଣ ମିଶ୍ର ବିଧୂଙ୍କୁ ପାଣିରେ ବୁଡ଼ିଯାଉଥିବାର ଦେଖି ତାଙ୍କୁ ଉଧାରକରିବା ଉଦ୍ଦେଶ୍ୟରେ ହଠାତ୍‌ ସେ ପାଣିକୁ ପଶିଯାଇଥିଲେ । ମାତ୍ର ପାଣିର ସ୍ରୋତରେ ସେ ବି ନିୟନ୍ତ୍ରଣ ହରାଇ ସାରିଥିଲେ। ଠିକ୍‌ ଏତିକି ବେଳେ ନଦୀର ଆରପଟ ଘାଟରେ ଥିବା ଏହି ଗାଁର ଅବିନାଶ ମିଶ୍ରଙ୍କ ନଜର ପଡ଼ିଥିଲା ଏହି ବାଳକମାନଙ୍କ ଉପରେ। କିିନ୍ତୁ ଅବିନାଶ ପ୍ରଥମେ ଭାବିଥିଲେ ଯେ ଏମାନେ ପହଁରୁଛନ୍ତି। ମାତ୍ର ଦୁଇଜଣ ବୁଡ଼ି ଯାଉଥିବାର ଦେଖି ଅବିନାଶ ହଠାତ୍‌ ନଦୀରେ ପହଁରି ପ୍ରଥମେ ବିଧୂଙ୍କୁ ଉଧାର କରିଥିଲେ । ତାଙ୍କୁ ମୁଣ୍ଡରେ ଟେକିକିଧରି କୂଳକୁ ଆଣିଥିଲେ ଏବଂ କାଳ ବିଳମ୍ବ ନକରି ସତ୍ୟନାରାୟଣଙ୍କୁ ମଧ୍ୟ ବଞ୍ଚେଇଥିଲେ। ଏମିତିରେ ଦୁଇଜଣଙ୍କ ପ୍ରାଣ ବଞ୍ଚାଇବାରେ ସେ ସଫଳ ହୋଇଥିବାରୁ ତାଙ୍କର ସାହସିକତା ପାଇଁ ସାଧାରଣରେ ତାଙ୍କୁ ବହୁ ପ୍ରଶଂସା କରାଯାଇଥିଲା। ପରେ ଦିଲ୍ଲୀଠାରେ ଜାତୀୟ ସାହସିକତା ପୁରସ୍କାର ମିଳିଥିଲା। ଅବିନାଶ କୁହନ୍ତି ଆମ ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ । ଘରେ ବାପ ମା ଓ ସାନଭାଇ ଅଛନ୍ତି ମୋତ ମିଳିଥିବା ପୁରସ୍କାର ପଦକ ସହିତ ଏକଲକ୍ଷ ଟଙ୍କାକୁ ମୁଁ ମୋର ପାଠପଢ଼ାରେ ଖର୍ଚ୍ଚ କରିଛି। ମାଟ୍ରିକ ପରେ ଆଇ.ଟି.ଆଇ-ଫିଟର କୋର୍ସ କରିଥିଲି। ଏବେ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ କାମ କରୁଛି। ମାସିକ ଯାହା ପାରିଶ୍ରମିକ ମିଳେ ସେଥିରେ ଘର ଚଳେଇବାରେ ସହଯୋଗ କରୁଛି।

ଝିଲି ବାଗ-୨୦୧୮ମସିହା ଜୁନ ୧୬ ତାରିଖର ଘଟଣା। ଜଣେ ୮ବର୍ଷୀୟ ବାଳିକା ଏକ ପରିତ୍ୟକ୍ତ କୂଅର ପ୍ରାୟ୨୫ଫୁଟ ଗଭୀରତାରୁ ତାଙ୍କର ସାନଭଉଣୀଙ୍କୁ ଉଧାରକରି ସାହସିକତାର ପରିଚୟ ଦେଇଛନ୍ତି। ସୋନପୁର ଜିଲାର ତରଭା ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁ। ଏହି ଗ୍ରାମର ବାସିନ୍ଦା ହେଲେ ଲକ୍ଷ୍ମୀଚରଣ ବାଗ । ସେ ଦିନମଜୁରିଆ ଭାବେ କାମକରି ପରିବାର ଚଲେଇଥାନ୍ତି। ତାଙ୍କର ବଡ଼ମଝିଆ ଝିଅ ଝିଲି ବାଗ ସେ ତାଙ୍କ ସାନ ଭଉଣୀ ମିଲି ମିଶି ସାହିରାସ୍ତାକଡ଼ରେ ଖେଳୁଥିବାବେଳେ ଅସାବଧାନତା ଯୋଗୁ ନିକଟରେଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିଲେ ମିଲି। ମାତ୍ର ଝିଲି ଉପସ୍ଥିତ ବୁଦ୍ଧିଖଟାଇ ତେତ୍‌କ୍ଷଣାତ ଗାଁଲୋକଙ୍କୁ ଚିତ୍କାରକରି ଡାକ ପକାଇଥିଲେ। ଏବଂ ସେହି ସମୟରେ ସାନଭଉଣୀଙ୍କୁ ଉଧାର ପାଇଁ ଝିଲି ସେହି କୂଅର ପ୍ରାୟ୨୫ଫୁଟ ଗଭୀରତାକୁ ପଶି ଯାଇଥିଲେ । ସେଠାରେ ମିଲିକୁ ଉଧାରକରି ପ୍ରାୟ୨୦ ମିନିଟ ପର୍ଯ୍ୟନ୍ତ ଦୁଇହାତରେ ଧରି ଛିଡ଼ା ହୋଇଥିଲେ ସେହି କୂଅ ଭିତରେ ।
ସେହି କୂଅରେ ଅଳ୍ପମାତ୍ରାରେ ପାଣିଥିଲା। ଗାଁଲୋକ ଏପରି ଘଟଣାରେ ସେଠାରୁ ତାଙ୍କୁ ଉଧାର କରିଥିଲେ। ତା’ପରେ ତାଙ୍କୁ ଜାତୀୟ ସାହସିକତା ପୁରସ୍କାର ମିଳିଥିଲା। ଝିଲି ବାଗଙ୍କ ମା’ ଛାୟାକାନ୍ତି ବାଗ କୁହନ୍ତି ଏହି ପୁରସ୍କାର ସହିତ ମିଳିଥିବା ଏକ ଲକ୍ଷଟଙ୍କା ଏବେ ଝିଲି ବାଗଙ୍କ ନାମରେ ଏକ ବ୍ୟାଙ୍କଖାତାରେ ଜମା ରହିଛି। ଏବେ ଝିଲି ଗାଁ ସ୍କୁଲରେ ୫ମ ଶ୍ରେଣୀରେ ପାଠ ପଢୁଛି। ଏଥିପାଇଁ ତା’ର ଏକ ପରିଚୟ ସୃଷ୍ଟି ହୋଇଛି। ଆମକୁ ଅନେକ ଜାଣିପାରିଛନ୍ତି।

ବିଶ୍ୱଜିତ ପୁହାଣ-ଏକ କେନାଲପାଣିରେ ବୁଡ଼ିଯାଉଥିବା ଜଣେ୫ ବର୍ଷୀୟ ବାଳିକାଙ୍କୁ ଉଧାର କରିଥିଲେ ଜଣେ ୧୦ବର୍ଷର ବାଳକ। ସେତେବେଳେ ଏହି ଘଟଣାଟି ଜଗତ୍‌ସିଂହପୁରରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। ତେବେ ଘଟଣାଟି ଥିଲା ଏମିତି- ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲ୍ଳକ ଇଚ୍ଛାପୁର ଗାଁର ପବିତ୍ର ପୁହାଣ ଓ ବବିତା ପୁହାଣଙ୍କ ପୁତ୍ର ବିଶ୍ୱଜିତ ପୁହାଣ। ବିଶ୍ୱଜିତ ୨୦୧୭ ମସିହା ଅଗଷ୍ଟ ୧୪ ତାରିଖରେ ଘର ପାଖରେ ଖେଳୁଥିବା ସମୟରେ ନିକଟରେ ଯାଇଥିବା କନ୍ଦରପୁର -ମାଛଗାଁ କେନାଲରେ ଜଣେ ୫ବର୍ଷ ବୟସର ନାବାଳିକା ସେହି କେନାଲରେ ପଡ଼ିଯାଇଥିଲେ ା ସେହି ସମୟରେ ଆଉ ଜଣେ ପିଲା ଚିକତ୍ାର କରିଥିଲା ା ଅନ୍ୟ ପିଲାର ଚିକତ୍ାର ଶୁଣି ଖେଳୁଥିବା ଅବସ୍ଥାରେ ଥିବା ବିଶ୍ୱଜିତ କେନାଲ ନିକଟକୁ ଦୌଡ଼ି ଯାଇ ପାଣି ଭିତରକୁ ଲମ୍ଫ ମାରି ବୁଡି ଯାଉଥିବା ୫ ବର୍ଷର ଶିଶୁ କନ୍ୟାକୁ କେନାଲ ଜଳରୁ ଉଦ୍ଧାର କରିଥିଲେ ା ସେତେବେଳେ ଶିଶୁଟି ସଂଜ୍ଞାହୀନ ଅବସ୍ଥାରେ ଥିଲା ା ପରବର୍ତ୍ତୀ ଅବସ୍ଥାରେ ଗାଁ ଲୋକ ଓ ପରିବାର ଲୋକେ ସମ୍ପୃକ୍ତ ଶିଶୁକୁ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିସତ୍ା କରାଇଥିଲେ ା ଏବଂ ଶିଶୁ କନ୍ୟାଟି ଜୀବନ ଫେରି ପାଇଥିଲା। ବିଶ୍ୱଜିତଙ୍କୁ ଏହି ସାହସିକତା ପାଇ ଁସାଧାରଣରେ ଧନ୍ୟବାଦ ଜଣାଇଥିଲେ। ପ୍ରକାଶଥାଉକି ବୁଡି ଯାଉଥିବା ଶିଶୁ କନ୍ୟା ହେଉଛନ୍ତି ପୁରୀ ଜିଲା ତାଳଦା ପଞ୍ଚାୟତର ଡିହକରଡ଼ା ଗାଁ ପ୍ରମୋଦ ବିଶ୍ୱାଳଙ୍କ ଝିଅ ମାମୁନି। ସେ ତାଙ୍କ ମାଉସୀ ଘର ଇଚ୍ଛାପୁରକୁ ଆସିଥିବାବେଳେ କୁଣିଆଘରୁ ଲୋକଙ୍କ ସାଥିରେ ଗାଧୋଇବାକୁ ଯାଇଥିବାବେଳେ କେନାଲରେ ବୁଡି ଯାଇଥିଲେ ା ଏହି ଘଟଣାରେ ବିଶ୍ୱଜିତ ତାଙ୍କୁ ଉଧାର କରିଥିଲେ। ତେବେ ବିଶ୍ୱଜିତଙ୍କ କେବଳ ମାମୁନିଙ୍କୁ କେନାଲରୁ ଉଦ୍ଧାର କରି ନ ଥିଲେ ପୂର୍ବରୁ ନିଜ ପିଉସୀ ପୁଅକୁ ନିଜ ପୋଖରୀରୁ ମଧ୍ୟ ଉଦ୍ଧାର କରିଥିଲେ ା ତାଙ୍କର ଏହି ସାହସିକତା ପାଇଁ ପ୍ରଥମେ ୨୦୧୮ ସ୍ବାଧୀନତା ଦିବସରେ ଜିଲା ସମାଜା ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳ ୧୦ ହଜାର ଟଙ୍କା ସହିତ ମାନପତ୍ର ପଦକ ପ୍ରଦାନ କରିଥିବା ବେଳେ ପରେ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଅର୍ଥରାଶିର ଚେକ୍‌ ଓ ମେଡାଲ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ସମାଜ ମଙ୍ଗଳ ବିଭାଗ ଦ୍ୱାରା ରାଜ୍ୟପାଳ ୧ ଲକ୍ଷ ଟଙ୍କା ଓ ପଦକ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦ ହଜାର ଟଙ୍କା ଓ ଏକ ପଦକ ପ୍ରଦାନ କରିଥିଲେ ା ପୁରସ୍କାର ପାଇବା ପରେ ବିଶ୍ୱଜିତଙ୍କ ମନୋବଳ ବୃଦ୍ଧି ପାଇଛି ା ସେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଲିକୁଦାରେ ୬ଷଷ୍ଠ ଶ୍ରେଣୀରୁ ସେ ଏବେ ୮ମ ଶ୍ରେଣୀରେ ପାଠ ପଢୁଛନ୍ତି ା ଶିଶୁ ମନ୍ଦିରର ବାର୍ଷିକ ଦରମା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୨ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ତାଙ୍କୁ ସରକାରଙ୍କ ପକ୍ଷରୁ ନବୋଦୟ, ସୈନିକ ସ୍କୁଲ କିମ୍ବା ସେଣ୍ଟ୍ରାଲ ସ୍କୁଲରେ ସୁବିଧା ପ୍ରଦାନ କରିବା ପାଇଁ ସେ ଦାବି କରିଛନ୍ତି ା -ତେବେ ଅନେକ ସମୟରେ ଏମିତି ବିପଦରେ ପଡ଼ିଥିବା ପ୍ରାଣୀଙ୍କୁ କେହି ଉଧାର କରିବାର ନଜିର ରହିଛି। ଏମିତି ସାହସିକତା ପାଇଁ ସାଧାରଣରେ ପ୍ରଶଂସା ଓ ପୁରସ୍କୃତ କରାଯାଇଥାଏ। ଏଥିରେ ଉଧାରକାରୀଙ୍କ ମନୋବଳ ଦୃଢ ହେବାସହିତ ସେମାନଙ୍କ ସାହସିକତା ପାଇଁ ନିଆରା ପରିଚୟ ସୃଷ୍ଟି ହୋଇଥାଏ। ଅନ୍ୟପକ୍ଷେ ଏପରି ସାହସିକତାରେ ସଫଳତା ପାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଦବୀ ଓ ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରାଯାଇଥାଏ। ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥାଏ। ଚଳିତବର୍ଷ ୨୦୨୦ମସିହା ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହସିକତା ପୁରସ୍କାର ପାଇବା ପାଇଁ କେନ୍ଦ୍ରାପଡ଼ା ଜିଲାର ଦୁଇଜଣ ଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସେମାନେ ହେଲେ ପୂର୍ଣ୍ଣିମା ଓ ସବିତା ଗିରି । ଏମାନେ କେନ୍ଦ୍ରାପଡ଼ାର ନିପାଣିଆ ଘାଟରେ ଏକ ଡଙ୍ଗାବୁଡ଼ି ଘଟଣାରେ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଏମାନେ ପଢୁଥିବା ସ୍କୁଲରେ ଏକ ବାତ୍ୟାଆଶ୍ରୟସ୍ଥଳ ନିର୍ମାଣ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତିି ଗ୍ରହଣ କରିଥିବାର ସାଧାରଣରେ ଜଣାପଡ଼ିଛି। ସେହିପରି ଅନୁଗୋଳ ଜିଲା ତାଳଚେରର ଶ୍ରୀମତୀ ଭଦ୍ରା ନାମକ ଜଣେ ବାଳିକା ଟ୍ରେନ ଲାଇନରୁ ଜଣଙ୍କ ପ୍ରାଣ ବଞ୍ଚାଇଥିଲେ। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

– ବନବିହାରୀ ବେହେରା
ମାନଭଞ୍ଜନ ମିଶ୍ର, ତାପସ ସ୍ବାଇଁ, ବିଚିତ୍ରାନନ୍ଦ ସାହୁ,ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?