ପୁନେରେ ଫସିଛନ୍ତି ସ୍କିଲ ଓଡ଼ିଶା ଛାତ୍ର

ବାଲେଶ୍ୱର ଅଫିସ,୨୩।୪-ବାଲେଶ୍ୱର ସଦର ବ୍ଲକ, ବସ୍ତା ଓ ଜଳେଶ୍ୱର ବ୍ଲକର ୧୩ଜଣ ଛାତ୍ର ସରକାରୀ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ (ସ୍କିଲ ଓଡ଼ିଶା)ରେ କୃତକାର୍ଯ୍ୟ ହୋଇ ଗତ ୫ତାରିଖରେ ପୁନେର ଏକ ଅଟୋମୋବାଇଲ୍‌ କମ୍ପାନୀରେ ଯୋଗଦେଇଥିଲେ। କିଛିଦିନ ପରେ ଲକ୍‌ଡାଉନ୍‌ ହେବା ପରେ କମ୍ପାନୀ ବନ୍ଦ ହୋଇଥିଲା। ଫଳରେ ସେମାନେ ସେଠାରେ ଫସି ରହି ସହାୟତା ପାଇଁ ଭିଡ଼ିଓ ଜରିଆରେ ନିବେଦନ କରିଛନ୍ତି।
ସାରା ଭାରତ ଲକ୍‌ଡାଉନ୍‌ ହେବା ପରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଜିଲାର ୧୩ଜଣ ଛାତ୍ର ଗତ ମାର୍ଚ୍ଚ ୩ ତାରିଖରେ ସରକାରଙ୍କ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ସଫଳତା ହାସଲ କରି ମହାରାଷ୍ଟ୍ରର ପୁନେ ଜିଲା ଚାତନ ଅଞ୍ଚଳର ଏଡ଼ିଆଇଭିକେ, ଏପିଟିଆଇଭି ଏବଂ ସାନ୍‌ସିରା ଅଟୋମୋବାଇଲ୍‌ କମ୍ପାନୀରେ ୩ ମାସିଆ ଟ୍ରେନିଂ ନିମନ୍ତେ କ୍ୟାମ୍ପସ୍‌ରେ ମାସିକ ୧୩ହଜାର ୫ଶହ ଟଙ୍କା ଦେୟରେ ନିଯୁକ୍ତି ପାଇଥିଲେ। ଏଥିପାଇଁ ଶେରଗଡ଼ସ୍ଥିତ ଦି ଗର୍ଗ ଟେଲିଗ୍ରାଫ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଟିଟିଆଇ)ରେ ଟ୍ରେନିଂ ନେଇଥିଲେ। ଏଥିସହିତ ମାଗଣା ଘରଭଡ଼ା ସୁବିଧା ରହିଥିଲା। କିନ୍ତୁ ପୁନେରେ ପହଞ୍ଚତ୍ବା ପରେ ମାତ୍ର ୧୫ଦିନ କାମ କରିବା ପରେ ଲକ୍‌ଡାଉନ୍‌ ଘୋଷଣା କରାଗଲା। ଫଳରେ କମ୍ପାନୀ ବନ୍ଦ ହୋଇଯିବା ସହ ସେମାନଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଛି। ମାଲିକ ଘରଭଡ଼ା ମାଗିବା ସହ ପାଖରେ ଅର୍ଥ ନ ଥିବାରୁ ରହିବା ଓ ଖାଇବା ପାଇଁ ବହୁ ସମସ୍ୟା ଉପୁଜିଛି। ଏନେଇ ଜିଟିଟିଆଇ ପ୍ରିନ୍ସପାଲଙ୍କୁ ଫୋନ୍‌ କରି ସମସ୍ତ ଘଟଣା ଜଣାଇବା ପରେ ମଧ୍ୟ ଛାତ୍ରମାନଙ୍କ କଥା କୌଣସି ବୁଝୁ ନ ଥିବାର ଛାତ୍ରମାନେ ଏକ ଭିଡ଼ିଓ ମାଧ୍ୟମରେ ଅଭିଯୋଗ କରିବା ସହ ଛାତ୍ର ବିଜୁ ପ୍ରଧାନ, ଅନ୍ତର୍ଯ୍ୟାମୀ ମହାଳିକ ପ୍ରମୁଖ ଫୋନ୍‌ ଯୋଗେ ଜିଲା ପଞ୍ଚାୟତ ଅଧିକାରୀ ନିମାଇଁ ଚରଣ ମହାନ୍ତିଙ୍କୁ ଜଣାଇଛନ୍ତି। ଏ ସମ୍ପର୍କରେ ଜିଲା ପଞ୍ଚାୟତ ଅଧିକାରୀ ମହାନ୍ତି କହନ୍ତି, ଖବର ପାଇ ସେମାନଙ୍କ ସମସ୍ତ ବ୍ୟବସ୍ଥା କରାଯିବା ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?