ପୁଣି ସୁରଟ୍‌ରୁ ୨ ବସ୍‌ରେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ

ଛତ୍ରପୁର, ୩୦।୪( ଡି.ଏନ୍‌.ଏ.)- ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡିଆ ଏବେ ଘର ବାହୁଡା ହେଉଛନ୍ତି । ଏହି କ୍ରମରେ ଗୁରୁବାର ଗୁଜରାଟର ସୁରଟରୁ ଆଉ ୨ ବସରେ ପ୍ରବାସୀ ଓଡିଆ ଗଞ୍ଜାମ ଜ଼ିଲା ଅଭିମୁଖେ ବାହାରିଛନ୍ତି। ଲକ୍‌ଡାଉନ୍‌କୁ ନେଇ ଫଶି ରହିଥିବା ଓଡିଆ ଶ୍ରମିକଙ୍କୁ ନେଇ ପୁଣି ଗୁଜରାଟର ସୁରଟ୍‌ଠାରୁ ଓଡିଶାକୁ ଆସୁଥିବା ଗୋଟିଏ ବସ୍‌ରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକର ଲୋକ ଥିବାବେଳେ ଅନ୍ୟ ବସ୍‌ରେ ଜଗନ୍ନାଥ ପ୍ରସାଦର ଲୋକ ଅଛନ୍ତି। ପ୍ରତ୍ୟେକ ବସ୍‌ରେ ୩୬ ଜଣ ଲେଖାଏ ଯାତ୍ରୀ ରହିଥିବାବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ଏହି ବସ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଅନୁମାନ କରାଯାଉଛି। ମଙ୍ଗଳବାର ସୁରଟ ଜ଼ିଲା ପ୍ରଶାସନ ଓଡିଶା ଫେରିବା ପାଇଁ ବସ୍‌କୁ ଅନୁମତି ସହ ପାସ୍‌ ପ୍ରଦାନ କରିଥିଲେ। ଉଭୟ ଓଡିଶା ଓ ଗୁଜରାଟ ସରକାରଙ୍କ ମିଳିତ ଉଦ୍ୟମରେ ଫସି ରହିଥିବା ଓଡିଶାର ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାର ବ୍ୟବସ୍ଥା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ୪ ଟି ବସ୍‌ରେ ୨୧୭ ଜଣ ପ୍ରବାସୀ ଆସି ଗଞ୍ଜାମରେ ପହଞ୍ଚିଛନ୍ତି। ସେଥିରେ ଜ଼ିଲାର ୧୪ ବ୍ଲକର ଲୋକ ଅଛନ୍ତି। ସମସ୍ତ ପ୍ରବାସୀ ଓଡିଆଙ୍କୁ ଆସିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପ୍ରଶାସନ ପକ୍ଷରୁ ସ୍ଥାନୀୟ କ୍ବାରାଣ୍ଟାଇନ ହୋମରେ ରଖିବା ପାଇଁ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଜି ରିପୋର୍ଟ ନେଇ ସରକାରଙ୍କ ଉପରେ ବର୍ଷିଲା ଭାଜପା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ଅର୍ଥ ହେରଫେର କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ...

ଦୁର୍ଘଟଣାରେ ନାଲ୍‌କୋ କର୍ମଚାରୀ ଗୁରୁତର

ବଅଁରପାଳ,୧୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସେଲ୍‌ଟର ପ୍ଲାଣ୍ଟ ପରିସର ପଟଲାଇନ କ୍ୟାଣ୍ଟିନ୍‌ ସମ୍ମୁଖରେ ଶନିବାର ମଧ୍ୟାହ୍ନରେ ଏକ ମେଟାଲ୍‌ ବୋଝେଇ ଟ୍ରେଲର (ଏମ୍‌ଟିଟି) ଧକ୍କାରେ ଜଣେ...

କଙ୍କଡ଼ା କିଣିବାକୁ ଅସମ୍ଭାଳ ଭିଡ଼: ରହୁନି ସାମାଜିକ ଦୂରତା

ଗଞ୍ଜାମ,୩ା୭(ଡି.ଏନ୍‌.ଏ.): ବର୍ତ୍ତମାନ ଗଞ୍ଜାମ ଜିଲାରେ ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି। ଏଭଳି ପରିସ୍ଥିତିରେ ପ୍ରଶାସନର ନିଦ ହଜିଗଲାଣି। ଏଥିପାଇଁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ...

ଅଳକାଙ୍କୁ ଜିତାଇବା ପାଇଁ ସଂକଳ୍ପ

ବ୍ରଜରାଜନଗର,୧୮ା୫(ଡି.ଏନ.ଏ.): ବ୍ରଜରାଜନଗର ଉପର୍ନିବାଚନ ପାଖେଇ ଆସୁଥିବାବେଳେ ବିଜେଡି ପକ୍ଷରୁ ସ୍ଥାନୀୟ ମାହେଶ୍ୱରୀ ଭବନଠାରେ ମଙ୍ଗଳବାର ଏକ ନିର୍ବାଚନୀସଭା ଅନୁଷ୍ଠିତ ହୋଇଥିଲା। ଦଳର ନଗର ସଭାପତି ରାଧାକାନ୍ତ...

ମା’ ବାପାଙ୍କ କଥା ସହିପାରିଲେନି ପୁଅ, ଶେଷରେ …

ପାଟଣା,୨୬।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ଭାରିଆ ହାଟ ନିକଟରେ ଥିବା ଏକ ଗଛରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା...

ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଘେରିଲେ ଲୋକେ

ବରଗଡ଼ ଅଫିସ,୧୩।୧୧- ବରଗଡ଼ ସହରର ଆହାର କେନ୍ଦ୍ରରେ ବୁଧବାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୈାହାନ ମଧ୍ୟାହ୍ନ ଭୋଜନ କରିଥିଲେ। ତେବେ ବହୁ...

ଭୁବନେଶ୍ୱରକୁ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ଚାଲିଛି ପ୍ରୟାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ୭୩ ବର୍ଷରେ ପାଦ ଦେଇଛି। ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ମନ୍ଦିରମାଳିନୀ...

କୋଟିଆରେ ପୁଣି ଜମିପଟ୍ଟା ବାଣ୍ଟିଲା ଆନ୍ଧ୍ର

ପଟ୍ଟାଙ୍ଗୀ,୬।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡିକ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଆନ୍ଧ୍ର...

Advertisement
Archives

Model This Week