ପୁଣି ରାଗିଲେ ତନୁଶ୍ରୀ, ନାନା ପାଟେକରଙ୍କୁ ଆଶାରାମଙ୍କ ସହ କଲେ ତୁଳନା

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏହା ପରଠାରୁ ସେ ଲଗାତର ନାନାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଏବେ ପୁଣି ଥରେ ନାନାଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି। ସେ ନାନାଙ୍କୁ ଆଶାରାମ ବାପୁଙ୍କ ସହ ତୁଳନା କରିଛନ୍ତି। ତାଙ୍କ କହିବା କଥା ଦୁଇଜଣ ଯାକ ଧଳା କୁର୍ତ୍ତା ପିନ୍ଧନ୍ତି। ଉପର ବେଶ୍‌ ସଫା ସୁତରା ଦେଖାଯାଉଥିବା ବେଳେ ଭିତରଟା କଦାକାର।


ସେ ଆହୁରି କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାଇବା ବେଶ୍‌ ସହଜ। ଆପଣଙ୍କୁ କେବଳ ଗାନ୍ଧି ଟୋପି ଏବଂ ଧଳା ପୋଷାକ ପିନ୍ଧିବା ଦରକାର। ତନୁଶ୍ରୀ ନାନାଙ୍କ ଉପରେ ଯେଉଁ ଅଭିଯୋଗ ଆଣିଥିଲେ ସେହି କେସ୍‌କୁ ପୋଲିସ ବନ୍ଦ କରି ଦେଇଥିଲା। ଏହା ପରେ ତନୁଶ୍ରୀ କହିଥିଲେ, ଯଦି ଆପଣଙ୍କ ପାଖରେ ପଇସା ଅଛି, ତାହେଲେ ଆପଣଙ୍କୁ ନ୍ୟାୟ ଏବଂ ସମ୍ମାନ ଦୁଇଟା ଯାକ ମିଳିବ। ତନୁଶ୍ରୀ ନିର୍ଭୟା କେସ୍‌ ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରୁଛନ୍ତି। ଫାଶୀଠାରୁ ଆହୁରି ଭଲ ହେବ ଯଦି ଏମାନଙ୍କୁ ଇଲେକ୍ଟ୍ରି କରେଣ୍ଟ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଡ୍‌ ପୀଡିତାଙ୍କ ସହ ଜନ୍ମଦିନ ପାଳିବେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଜାନୁୟାରୀ ୧୦ରେ ପରଦାକୁ ଆସିବାକୁ ଥିବାବେଳେ ଏହାପୂର୍ବରୁ ଅର୍ଥାତ୍‌...

ଲକ୍‌ଡାଉନ୍‌: ପରିବାର ସହ ଗେମ୍‌ ଖେଳୁଛନ୍ତି ବିରୁଷ୍କା

ମୁମ୍ବାଇ,୭।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ...

ପିଏମ୍‌ ମୋଦି ଦେଶବାସୀଙ୍କୁ ସମ୍ବୋଧନ ସମୟରେ କାର୍ତ୍ତିକ ଆର୍ୟନ ରଖିଲେ ଏଭଳି ପ୍ରତିକ୍ରିୟା: ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ଦେଶବାସୀଙ୍କ ମନୋବଳ ବଢ଼ାଉବା ଏବଂ ଲକ୍‌ଡାଉନ୍‌ ଅବଧି ଲାଗି ନୂତନ ଘୋଷଣାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ...

ଲଣ୍ଡନରେ ତୈମୁରଙ୍କୁ ୧୨ଘଣ୍ଟା ପାଇଁ ଛାଡି ମୁମ୍ବାଇ କାହିଁକି ଆସିଲେ କରୀନା

ମୁମ୍ବାଇ: ବଲିଉଡ୍‌ ବେବୋ ଏବେ ନିଜ ପରିବାରଙ୍କ ସହ ୟୁରୋପରେ ହଲିଡେ କଟାଉଛନ୍ତି। କରୀନା କପୁର, ସୈଫ ଅଲ୍ଲୀ ଖାଁ, ତୈମୁରଙ୍କ ସମେତ କରିସ୍ମା ଓ...

କରୋନା ମଧ୍ୟରେ ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତା

କରୋନା ଭୟ ମଧ୍ୟରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ନିତିନ ରବିବାର ରାତିରେ ବିବାହ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶାଲିନୀ...

କଟକରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ସେଠ୍‌:‘ବାସ୍ତବତାକୁ କ୍ୟାମେରାରେ ତୋଳିବା ସହଜ ନୁହେଁ’

କଟକ ଅଫିସ,୧୭ା୧୨: ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଆଦିତ୍ୟ ସେଠ୍‌ ଜଣେ ଚର୍ଚ୍ଚିତ ଚେହେରା। ୧୯୮୬ ମସିହାରୁ ସେ ମନୋରଞ୍ଜନ ଦୁନିଆ ସହ ଜଡ଼ିତ। ଆଦିତ୍ୟଙ୍କ...

ରାନୁ ମଣ୍ଡଳଙ୍କୁ ଫ୍ଲାଟ୍‌ ଉପହାର ଦେବା ଖବର ଏକ ଗୁଜବ: ସଲମାନ୍‌ ଖାଁ

ମୁମ୍ବାଇ,୨୪।୯: ରେଳଷ୍ଟେଶନରେ ଗୀତ ଗାଇ ପରେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କୁ ସଲମାନ୍‌ ଖାଁ ୫୫ ଲକ୍ଷ ଟଙ୍କାର ଏକ ଫ୍ଲାଟ୍‌ ଉପହାର...

ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *