ପୁଣି ବୋଟ୍‌ରେ ଆସିଲେ ୩୩ ମତ୍ସ୍ୟଜୀବୀ

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ଯୋଗୁ ଚେନ୍ନାଇରେ ଫସି ରହିଥିବା ମତ୍ସ୍ୟଜୀବୀ ଓ ଶ୍ରମିକମାନେ ନିଜ ଉଦ୍ୟମରେ ବୋଟ୍‌ କିଣି ସମୁଦ୍ର ପଥରେ ଗଞ୍ଜାମ ଫେରିବାରେ ଲାଗିଛନ୍ତି। କରୋନା ଭୟ ହେଉ କି କାମଧନ୍ଦା ମିଳୁ ନ ଥିବାରୁ ଖାଦ୍ୟ ଯୋଗାଡ଼ କରି ନ ପାରି ସେମାନେ ଏହି ବିପଦପୂର୍ଣ୍ଣ ଉପାୟ ଅବଲମ୍ବନ କରୁଛନ୍ତି; ଯାହାକି ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ସମୁଦ୍ର ପଥରେ ଏ ପର୍ଯ୍ୟନ୍ତ ୩ ଥରରେ ମୋଟ ୧୧୦ ଜଣ ଚେନ୍ନାଇରେ ଆସିଲେଣି। ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି।
ସୋମବାର ଗଞ୍ଜାମକୁ ୨ଟି ବୋଟ୍‌ରେ ମତ୍ସ୍ୟଜୀବୀମାନେ ଫେରିଥିଲେ। ୩୯ ଜଣଙ୍କୁ ନେଇ ଆସିଥିବା ଗୋଟିଏ ବୋଟ୍‌ ଅପରାହ୍ନ ପ୍ରାୟ ୩ଟାରେ ଚିକିଟି ବ୍ଲକ ରାମେୟାପାଟଣା ମୁହାଣରେ ଲାଗିଥିଲା। ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ରାମେୟାପାଟଣା ଗ୍ରାମସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଅନ୍ୟ ବୋଟ୍‌ଟି ରାତି ପ୍ରାୟ ୧ଟାରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରି ଜେଟିଠାରେ ପହଞ୍ଚିଥିଲା। ଏଥିରେ ୩୩ ମତ୍ସ୍ୟଜୀବୀ ଆସିଥିଲେ। ଏମାନେ ଚେନ୍ନାଇର କାଶୀମେଡୁ ଫିସିଂ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରି ଆସୁଥିଲେ। କରୋନା ଯୋଗୁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ବହୁ କଷ୍ଟରେ ଦିନ କାଟୁଥିଲେ। ଖାଇବାକୁ ମିଳି ନ ଥିଲା। ତେଣୁ ଏମାନେ ୧ ଲକ୍ଷ ୮୦ ହଜାର ଟଙ୍କାରେ ଏକ ବୋଟ୍‌ କିଣି ଗତ ୨୪ ତାରିଖରେ ଚେନ୍ନାଇରୁ ବାହାରିଥିଲେ। ସମୁଦ୍ର ପଥରେ ବୋଟ୍‌ରେ ମତ୍ସ୍ୟଜୀବୀ ଆସୁଥିବା ଖବର ପାଇଥିବାରୁ ପ୍ରଶାସନିକ ଅଧିକାରୀ ଓ ପୋଲିସ ଫିସେରି ଜେଟିଠାରେ ସେମାନଙ୍କୁ ଅପେକ୍ଷା କରିଥିଲେ। ବିଳମ୍ବିତ ରାତିରେ ବୋଟ୍‌ ସେଠାରେ ପହଞ୍ଚିବା ପରେ ସମସ୍ତ ୩୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ଆର୍ଯ୍ୟପଲ୍ଲୀ ହାଇସ୍କୁଲରେ ଖୋଲାଯାଇଥିବା ଆଇସୋଲଶନ ସେଣ୍ଟରକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ଡି ଗାଁର ୫, ପାତିସୁନାପୁର, ରାମେୟାପାଟଣା, ନୋଳିଆ ନୂଆଁଗାଁ, ଗୋଳାବନ୍ଧର ଜଣେ ଲେଖାଏ, ପୁରୀ ଜିଲାର ଜଣେ ଓ ଆନ୍ଧ୍ରପ୍ରଦେଶର ୨ ଜଣେ ଥିବା ଜଣାପଡିଥିଲା। ସମସ୍ତଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି। ବାହାରେ ପୋଲିସ ମୁତୟନ କରାଯାଇଛି। ମଙ୍ଗଳବାର ଛତ୍ରପୁର ବ୍ଲକ ଜନସ୍ବାସ୍ଥ୍ୟ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ସେଠାରେ ପହଞ୍ଚିି ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଗନ ଦ୍ୱାରା ସମସ୍ତଙ୍କ ଶରୀରର ତାପମାତ୍ରା ଯାଞ୍ଚ କରିଥିଲେ। ଜ୍ୱର ଥିବା ୪ ଜଣଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ୩୮ ଦାଦନ ଶ୍ରମିକ ଚେନ୍ନାଇରୁ ବୋଟ୍‌ରେ ଆସି ଚିକିଟି ବ୍ଲକ୍‌ ସୁନୁପୁର ମୁହାଣ ନିକଟରେ ଓହ୍ଲାଇଥିଲେ। ସେମାନେ ମଧ୍ୟ ଆଇସୋଲେଶନ ସେଣ୍ଟରରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚଳ ଓଭରହେଡ୍‌ ପାଣି ଟାଙ୍କିର ମରାମତି ହେବ

ଡେରାବିଶ,୪ା୭(ସ୍ବ.ପ୍ର.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତତ୍ତ୍ୱାବଧାନରେ କୋଟି କୋଟି ଟଙ୍କା ଖର୍ଚ୍ଚ...

ପିଇଓଙ୍କ ଘରେ ଭିଜିଲାନ୍ସ ବିଭାଗର ଚଢ଼ାଉ

ସୋନପୁର, ୨୪।୧୨(ନି.ପ୍ର.)-ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ମାନିକେଶ୍ୱର...

ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼ ଅଫିସ୍‌,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ...

ଶିକ୍ଷକତା ଜାଲିଆତି ଅଣାୟତ୍ତ

ଯାଜପୁର ଅଫିସ,୬ା୬: ଜାତିଗତ ଏବଂ ଶିକ୍ଷାଗତ ପ୍ରମାଣପତ୍ରକୁ ଜାଲିଆତି କରି ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରିବା ଏବେ ସାଧାରଣ ବିଷୟ ହୋଇଛି। ବିଶେଷକରି ଶିକ୍ଷା...

ଜିଏମ୍‌ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଆହତ

ପରଜଙ୍ଗ, ୩୦ା୮ (ନିଗମାନନ୍ଦ ଦଳବେହେରା)/ ଢେଙ୍କାନାଳ (ରତନ ନାୟାର): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର କୁଲେଇସ୍ଥିତ ଜିଏମ୍‌ ଆଇରନ...

ମହାନଦୀ ବାର୍ଫି ପ୍ରକଳ୍ପରେ ଏନ୍‌ଜିଟି ରୋକ

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମହାନଦୀ ବେଳାଭୂମିରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବାଲିଯାତ୍ରା ନଦୀ ସମ୍ମୁଖ ବିକାଶ(ବାର୍ଫି) ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍‌କା। ମହାନଦୀ କୂଳରେ କୌଣସି ପ୍ରକାର ସ୍ଥାୟୀ...

ଖର୍ଚ୍ଚ ନ ହୋଇ ଫେରିଯିବ ୧.୦୭ କୋଟି

କଟକ ଅଫିସ,୨।୬: ଗୋଟିଏ ପଟେ ରାଜ୍ୟରେ ସଡ଼କ ଦୁର୍ଘଟଣା ପ୍ରତି ବର୍ଷ ବଢୁଥିବା ବେଳେ ଏହାକୁ ରୋକିବାରେ ପୋଲିସ ଏକପ୍ରକାର ବିଫଳ ହେଉଛି। ଅନ୍ୟପଟେ ସଡ଼କ...

ପୂଜା ପ୍ରଦୂଷଣ କଟକଣା ନାମକୁମାତ୍ର

କେନ୍ଦ୍ରାପଡ଼ା ଅଫିସ, ୨୧ା୯: ଦୁଇବର୍ଷ ଧରି କରୋନା କଟକଣା ପରେ ଚଳିତବର୍ଷ କେନ୍ଦ୍ରାପଡା ଜିଲାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ...

Advertisement
Archives

Model This Week