ପୁଣି ବାହାରୁ ରୋଗୀ କିଣିଲେ ମେଡିସିନ: ସମ୍ପର୍କୀୟ ତାତିଲା ପରେ ଚେତିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୧ା୧୧- ୫-ଟି ସଚିବଙ୍କ ତାଗିଦ ପରେ ବି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଗୁରୁବାର ଏପରି ଘଟଣାକୁ ନେଇ ପୁରୁଷ ଓ୍ବାର୍ଡରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ସମ୍ପର୍କୀୟ ତାତିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ଉଦୟ ହୋଇଛି। ତୁରନ୍ତ ମେଡିକାଲ ପକ୍ଷରୁ ବାହାରୁ ଔଷଧ କିଣାଯାଇ ସମ୍ପକ୍ତ ରୋଗୀଙ୍କୁ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ବଅଁରପାଳ ବ୍ଲକ ଗୋଳାବନ୍ଧ ଅଞ୍ଚଳର ବଶିଷ୍ଟ ସ୍ବାଇଁ(୨୧) ସିକ୍‌ଲିନ୍‌ ରୋଗରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମାସକୁ ସେ ୩ଥର ଚିକିତ୍ସା ପାଇଁ ଆସିଥାନ୍ତି। ଗତ ଦୁଇଦିନ ତଳେ ସେ ପୁରୁଷ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ହେଲେ ମେଡିକାଲରେ ତାଙ୍କୁ ମାଗଣାରେ ଔଷଧ ମିଳୁନାହିଁ। ଫଳରେ ଦୁଇ ଦିନ ହେଲା ସେ ବାହାରୁ ମେଡିସିନ କିଣୁଥିଲେ। କିନ୍ତୁ ତାଙ୍କ ବିଧବା ମା ଦମୟନ୍ତୀ ସ୍ବାଇଁଙ୍କ ନିକଟରୁ ଗୁରୁବାର ଟଙ୍କା ସରିଯିବାରୁ ସେ ମେଡିସିନ କିଣିପାରି ନ ଥିଲେ। ଏ ନେଇ ମେଡିକାଲରେ ଥିବା କର୍ମଚାରୀଙ୍କ ସେ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ମେଡିସିନ୍‌ ଦେବା ବଦଳରେ ତାଙ୍କୁ କର୍ମଚାରୀମାନେ ନାଲି ଆଖି ଦେଖାଇଥିଲେ। ଫଳରେ ସେ ଓ୍ବାର୍ଡ ମଧ୍ୟରେ ପାଟିତୁଣ୍ଡ କରିବା ସହ ଜିଲାପାଳଙ୍କୁ ଅବଗତ କରିବେ ବୋଲି କହିଥିଲେ। ଏହାପରେ କର୍ମଚାରୀମାନେ ତାଙ୍କୁ ସିଡିଏମ୍‌ଓଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ରୋଗୀଙ୍କ ମା’ ଦମୟନ୍ତୀ ଏ ନେଇ ଏଡିଏମ୍‌ଓ(ମେଡିକାଲ)ଙ୍କୁ ଜଣାଇବା ପରେ ତାଙ୍କ ପୁଅଙ୍କ ପାଇଁ ମେଡିସିନ୍‌ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି, ଏପରି ଘଟଣା ଶୁଣିଥିଲି। ସିକଲିନ୍‌ ରୋଗୀଙ୍କୁ ମେଡିସିନ୍‌ ପ୍ରଦାନ କରାଯାଇଛି। ମେଡିକାଲରେ ମେଡିସିନ୍‌ ନ ଥିଲେ ଆମେ ବାହାରୁ କିଣି ରୋଗୀଙ୍କୁ ଦେବାର ନିୟମ ରହିଛି। ଏପରି କି ଗୁରୁବାର ତିନୋଟି ଏପରି ମେଡିସିନ୍‌ ବାହାରୁ କିଣା ହେବା ଘଟଣା ସମ୍ପର୍କରେ ଡାକ୍ତରମାନେ ଅବଗତ କରିଥିବା ସିଡିଏମ୍‌ଓ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ...

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୨୩।୨: : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବଦଳିବେ। ଏବେ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ସେ କେନ୍ଦ୍ର...

ବରକନ୍ୟାଙ୍କୁ ବେଦିରୁ ଉଠାଇନେଲା ପୋଲିସ

ରାଉରକେଲା ଅଫିସ,୨୧ା୫: ପ୍ରଥମ ସ୍ତ୍ରୀ ଓ ତାଙ୍କର ଏକ ଝିଅ ଥିବା ସତ୍ତ୍ୱେ ଅନ୍ୟ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ପୋଲିସ ବାହାଘର...

ଆଇପିଏଲ୍‌କୁ ନେଇ ସଟ୍ଟା ଖେଳ, ୭୦ ହଜାର ଟଙ୍କା ସହ ଧରାପଡ଼ିଲେ ଯୁବକ

ଭବାନୀପାଟଣା,୧୭।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଆଇପିଏଲ୍‌ ମ୍ୟାଚକୁ ନେଇ ଖେଳା ହେଉଥିବା ସଟ୍ଟାଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଗିରଫ କରିଛି।...

ଜମିଜମା ବିବାଦକୁ ନେଇ ସଂଘର୍ଷ, ଦୁଇ ଗୁରୁତର

ବାଲେଶ୍ୱର ଅଫିସ,୨୧ା୭: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ୍‌ ପାଟ...

ଝାରତରଭାକୁ ପରୀକ୍ଷାମୂଳକ ଭାବେ ରେଳ ଚାଲିଲା

ସୋନପୁର/ତରଭା,୧୧।୧୧(ନି.ପ୍ର./ଡି.ଏନ.ଏ.): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅନ୍ତର୍ଗତ ବିଛୁପାଲିରୁ ଝାରତରଭା ଷ୍ଟେଶନ ମଧ୍ୟରେ ୧୦ କିଲୋମିଟର ନୂଆ ରେଳ ଲାଇନର ଗୁରୁବାର ସିଆର୍‌ଏସ୍‌ ଯାଞ୍ଚ ହୋଇଛି। ଦକ୍ଷିଣ ପୂର୍ବ...

ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ

କୋଣାର୍କ,୨୮।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ବାଉଁଶ...

ଷ୍ଟେଶନ ନିକଟରୁ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ

ବାରିପଦା ଅଫିସ, ୨।୧: ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ରେଳଷ୍ଟେଶନ ନିକଟରୁ ଶନିବାର ସକାଳେ ଜଣେ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି।...

Advertisement
Archives

Model This Week