Posted inଖେଳ

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ ସିନ୍ନାସ୍ବାମୀଙ୍କ କ୍ଷେତ୍ରରେ ଏହା ବିପରୀତ ଘଟିଛି। ରେଳ ଷ୍ଟେଶନରେ ବିସ୍କୁଟ ବିକି ପୁଅକୁ ବିଶ୍ୱର ସର୍ବଶ୍ରେଷ୍ଠ ବୋଲ୍‌ ଭାବେ ଗଢିେfତାଳିଲେ। କିନ୍ତୁ ସେ କୋଟି କୋଟି ଟଙ୍କା ଆୟ କଲା ପରେ ବି ସିନ୍ନାସ୍ବାମୀ ଆଜି ବି ବିସ୍କୁଟ ବିକୁଛନ୍ତି। ସିନ୍ନାସ୍ବାମୀଙ୍କ ପୁଅ ହେଉଛନ୍ତି ଶ୍ରୀଲଙ୍କାର ପୂର୍ବତନ ସ୍ପିନର୍‌ ମୁଥୟା ମୁରଲିଧରନ୍‌। ଏନେଇ ସେ କୁହନ୍ତି, ମୁଁ କେବେ ବି ପୁଅ ନାଁ ନେଇ ବ୍ୟବସାୟ କରିବାକୁ ଚାହେଁ ନାହିଁ। ମୁଁ ବଞ୍ଚିଥିବା ଯାଏ ମୋ ପେଶା କେବେ ଛାଡିବି ନାହିଁ। ମୁଁ ଜାଣି ମୁଁ ପୁଅର ପରିଚୟ ଦେଲେ ମୋତେ ବହୁତ ଲାଭ ମିଳିବ କିନ୍ତୁ ମୁଁ ଏହା କରିବାକୁ ଚାହେଁ ନାହିଁ। ସୂଚନାଯୋଗ୍ୟ, ସିନ୍ନାସ୍ବାମୀ ସବୁବେଳେ ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ଧଳା ଲୁଙ୍ଗି ଏବଂ ଶାର୍ଟ ପିନ୍ଧି ସକାଳୁ ସକାଳୁ ଷ୍ଟେଶନରେ ବୁଲି ବିସ୍କୁଟ ବିକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁବାଇରେ ୨୪, ଆବୁଧାବିରେ ୨୦, ଶାରଜାରେ ଖେଳାଯିବ ୧୨ ଆଇପିଏଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ, ୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ ଲାଗି ବିସିସିଆଇ ପକ୍ଷରୁ ରବିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି କାର୍ଯ୍ୟସୂଚୀ ଅନୁଯାୟୀ ଗତଥରର ଚାମ୍ପିୟନ...

ସିନ୍ଧୁ, ସାଇନାଙ୍କ ର଼୍ୟାଙ୍କିଙ୍ଗ୍‌ ସ୍ଥିର

ନୂଆଦିଲ୍ଲୀ,୩୧।୭(ପିଟି)- ଦେଶର ଦୁଇ ମହିଳା ସିଙ୍ଗଲ୍ସ ଶଟଲର ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲଙ୍କ ବିଶ୍ୱ ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ଦର୍ଶାଇଛି...

କ୍ରିକେଟ୍‌ରୁ ବିରତି ନେବେ ରୋହିତ

ମୁମ୍ବାଇ,୨୩।୧୨: ଶେଷରେ ଭାରତୀୟ ଦଳର ଉପଅଧିନାୟକ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କ୍ରିକେଟ୍‌ରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ପ୍ରତ୍ୟେକ...

ସ୍ତ୍ରୀଙ୍କ ହାତରୁ ଗାଜର ହାଲଓ୍ବା ଖାଇ ଖୁସିହେଲେ ଏହି କ୍ରିକେଟର

ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ଦୁବାଇରୁ ହନିମୁନ୍‌ ସାରି ଭାରତ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସ୍ତ୍ରୀ ଧନଶ୍ରୀ ବର୍ମା ଶାଶୁ...

ହେଜେଲ୍‌ଙ୍କ ପୁର୍ବରୁ ୬ଜଣ ନାୟିକାଙ୍କୁ ଡେଟ୍‌ କରିଥିଲେ ଯୁବରାଜ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁବରାଜ ସିଂ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ହେଲେ ଏହି ଖେଳାଳିଙ୍କ ଲଭ୍‌ ଲାଇଫ୍‌ ଉପରେ ଯଦି ନଜର ପକାଇବା...

ବିଜୟ ହଜାରେ ଟ୍ରଫି: ମୁମ୍ବାଇକୁ ଚତୁର୍ଥ ଟାଇଟଲ

ନୂଆଦିଲ୍ଲୀ,୧୫।୩(ପି.ଟି.): ଅଧିନାୟକ ତଥା ଓପନର ପୃଥ୍ବୀ ଶ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଦିତ୍ୟ ତାରେଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ ବଳରେ ମୁମ୍ବାଇ ୫୧ଟି ବଲ ବାକିଥାଇ...

ବୁଡ଼ିଯିବ ରୋଇଂ, କାୟାକିଂ, କାନୋଇଂ କ୍ରୀଡ଼ା

  କଟକ ଅଫିସ,୩ା୭: ଜଗତପୁର ନିକଟସ୍ଥ ବିରୂପା ନଦୀ ପଠାରେ ରହିଛି ସାଇ ଜଳକ୍ରୀଡ଼ା କେନ୍ଦ୍ର। ଏହି କେନ୍ଦ୍ରରୁ ତିଆରି ହୋଇଛନ୍ତି ରାଜ୍ୟର ଅନେକ ପ୍ରତିଭା।...

ବୁମରାଙ୍କ ବୋଲିଂଙ୍କୁ ନକଲ କଲେ ବୃଦ୍ଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ଦଳର ବୋଲର ଜସ୍‌ପ୍ରୀତ୍‌ ବୁମରା ନିଜର ବୋଲିଂ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଆଇସିସି ଦିନିକିଆ ର଼୍ୟାକିଂରେ ନମ୍ବର ଓ୍ବାନରେ ରହିଛନ୍ତି। ଭାରତୀୟ...

Advertisement
Ten Cric Info


Archives

Model This Week