ପୁଅ କଟୁରି ଚୋଟରେ ମା’ ଗୁରୁତର: ଅଭିଯୁକ୍ତ ଗିରଫ

ଡେଲାଙ୍ଗ,୧୩ା୯(ଡି.ଏନ୍‌.ଏ.): ଡେଲାଙ୍ଗ ଥାନା ଅନ୍ତର୍ଗତ ପଟଣପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅର କଟୁରି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା (ନଂ.୧୬୨/୧୯)ରୁଜୁ କରିବା ସହ ଅଭିଯୁକ୍ତ ବୈକୁଣ୍ଠ ବେହେରାଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ପଟଣପୁର ଗ୍ରାମର ବୈକୁଣ୍ଠ ଶ୍ୱଶୁର ଘରକୁ ଯିବାପାଇଁ ତାଙ୍କ ମା’ଙ୍କୁ ଟଙ୍କା ମାଗିଥିଲେ। ମା’ ତାଙ୍କୁ ୫୦୦ଟଙ୍କା ଦେଇଥିଲେ। ଏହା ପରେ କୌଣସି କାରଣକୁ ନେଇ ବୈକୁଣ୍ଠ ମା’ଙ୍କୁ ଗାଳିଗୁଲଜ କରିବା ସହ ଏକ କଟୁରିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ମା’ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବରପାଇ ଥାନା ଏସ୍‌ଆଇ ଉପେନ୍ଦ୍ର ନାଥ ଦାସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବୈକୁଣ୍ଠକୁ ଗିରଫ କରିଥିଲେ। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ...

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକ

ନୂଆପଡା ଅଫିସ/ବୋଡେନ,୧୨ା୮: ନୂଆପଡା ଜିଲା ବୋଡେନ ବ୍ଲକ ସଭାଗୃହରେ ବିଡିଓ ପୂର୍ଣ୍ଣ ନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ସ୍ବାଧୀନତା ଦିବସ ପାଳନ ଲାଗି ଏକ ପ୍ରସ୍ତୁତି ବୈଠକ...

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ...

ଚୋରା କାଠ ଜବତ

ପାଟଣା, ୧୪।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲର କାଳିଘାଇ ନିକଟରୁ ଶନିବାର ବିଳମ୍ବିତ ରାତିରେ ୨୫ଟି ଶାଗୁଆନ ଗଛ ଚୋରା ଚାଲାଣ ହେଉଥିବା...

ବନ୍ଧା ହେଲା ୧୪ ହାତିଆ ନାଲି ପତିତପାବନ ବାନା

ପୁରୀ ଅଫିସ,୨୦।୨: ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ କୌଳିକ ପଣ୍ଡା ନାରାୟଣ ଗୋଚ୍ଛିକାର ଶ୍ରୀମନ୍ଦିରରେ ଦର୍ଶନ କରାଇଥିଲେ। ଏହାପରେ ରାଷ୍ଟ୍ରପତି ନାରାୟଣ ଗୋଚ୍ଛିକାରଙ୍କ ସହ କିଛି...

୯ରେ କୋର୍ଟରେ ହାଜର ହେବେ ସୁମିତ୍‌ -ତପସ୍ବିନୀ

ବ୍ରହ୍ମପୁର ଅଫିସ,୩୧।୩: ଡାକ୍ତର ସୁମିତ୍‌ ସାହୁ-ତପସ୍ବିନୀ ଦାସଙ୍କ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ଆସନ୍ତା ୯ ତାରିଖରେ ହାଜର ହେବା ଲାଗି ସ୍ତ୍ରୀ-ସ୍ବାମୀଙ୍କୁ ହାଇକୋର୍ଟ...

ରକ୍ତ ହେଲା ପର: ପ୍ରତିଶୋଧରୁ ଗୁଳିମାଡ

ଖୋର୍ଦ୍ଧା ଅଫିସ, ୨ା୭:ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଗୁଳି ଫୁଟିଛି। ସାନଭାଇ ଗୁଳିମାଡ଼ରେ ବଡଭାଇ ଗୁରତର ଆହତ ହୋଇଛନ୍ତି। ଗୁରୁତର...

ଆଇନଜୀବୀ ସଂଘ, ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

ଜୁନାଗଡ,୧୯।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଆଇନଜୀବୀ ସଂଘ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବୁଧବାର ଜେଏମ୍‌ଏଫସି କୋର୍ଟ ପରିସରରେ ସଡକ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ...

Advertisement
Archives

Model This Week