ପୁଅର ଦରମା ପାଇଁ ମା’ ବାପାଙ୍କ ଆମରଣ ଅନଶନ

ଖୁଣ୍ଟା,୪ା୨(ଡ଼ି.ଏନ୍‌.ଏ.)-ପୁଅର ଦରମା ଟଙ୍କା ମଞ୍ଜୁର ପାଇଁ ମା’ବାପାଙ୍କୁ ଆମରଣ ଅନଶନରେ ବସିବାକୁ ପଡ଼ିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ସହକାରୀ ଡାକ୍ତର ରୂପେ କାର୍ଯ୍ୟରତ ସଂକଳ୍ପ କୁମାର ପରିଡାଙ୍କ ଦରମା ଟଙ୍କା ଜାଣିଶୁଣି ଆକ୍ରୋଶ ମୂଳକ ଭାବେ ଅଟକାଇ ରଖାଯାଇଛି ବୋଲି ସଂକଳ୍ପଙ୍କ ମା’ ଜ୍ୟୋସ୍ନାମୟୀ ବେହେରା ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସୋମବାର ଅପରାହ୍ନ ୧ଟା ୩୦ମିଠାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆମରଣ ଅନଶନରେ ବସିଥିଲେ। ଏଥିରେ ସଂକଳ୍ପଙ୍କ ବାପା ଡା. ବିନୋଦ ଚନ୍ଦ୍ର ପରିଡ଼ା ମଧ୍ୟ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଉକ୍ତ ଘଟଣାକୁ ମେଡିକାଲ ଅଫିସର ଦାସମାତ ମାର୍ଣ୍ଡି ଖଣ୍ଡନ କରିବା ସହିତ ଡା. ସଂକଳ୍ପଙ୍କ ବିରୋଧରେ ଖୁଣ୍ଟା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଗତ ୧ ତାରିଖ ଦିନ ଡାକ୍ତର ସଂକଳ୍ପ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲପତ୍ର ଫିଙ୍ଗା ଫିଙ୍ଗି କରିବା ସହିତ ଜାତିଆଣ ନେଇ ବିଭିନ୍ନ ପ୍ରକାର ଗାଳିଗୁଲଜ କରିଥିଲେ ବୋଲି ଉକ୍ତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଆସନ୍ତାକାଲି ସୁଦ୍ଧା ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାକରେ ବିରଳ ଅସ୍ତ୍ରୋପଚାର: ସ୍ବାଭାବିକ ହେଲା ଶ୍ୱାସକ୍ରିୟା

କଟକ ଅଫିସ,୨୦ା୨: କଟକ ଜିଲା ଟାଙ୍ଗୀସ୍ଥିତ ପଦ୍ମିନୀ କେୟାର ହସ୍ପିଟାଲରେ ଜଣେ ଯୁବକଙ୍କ ନାକ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ସେ ଏବେ...

ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର...

‘ଆତ୍ମସନ୍ତୋଷର ସ୍ଥାନ ନାହିଁ, ଅଧିକ ସତର୍କ ହୁଅ’

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସ ଜରିଆରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରାଜ୍ୟର...

ଶ୍ରୀମନ୍ଦିର କ୍ଷୟକ୍ଷତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ:ରଥଯାତ୍ରା ସୁଦ୍ଧା ଫେରିବ ସ୍ବାଭାବିକ ଅବସ୍ଥା

ପୁରୀ ଅଫିସ, ୧୯ା୫: ବାତ୍ୟାରେ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ସ୍ଥାନୀୟ...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...

ଦ୍ରୌପଦୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ପାଇଁ ଦିଲ୍ଲୀ ଗଲେ ବିଧାୟକ: ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ଭେଟିବେ

ଭୁବନେଶ୍ୱର,୩ା୮ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ମଙ୍ଗଳବାର ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ୨୪ ଜଣ ବିଜେଡି, ଭାଜପା ଓ...

ପୁରୀରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ପୁରୀ ଜିଲାରେ ବାତା ‘ଜଓ୍ବାଦ’ ସ୍ଥଳଭାଗ ଛୁଇଁପାରେ। ୪ ତାରିଖ ସନ୍ଧ୍ୟା ଏବଂ ୫ ତାରିଖ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି...

ନାବାଳିକା ଗଣବଳାତ୍କାର: ମହିଳାଙ୍କ ସମେତ ୬ ଗିରଫ

ସମ୍ବଲପୁର,୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଡ଼ଭଗା ଅଞ୍ଚଳର ଏକ ଢାବା ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର...

Advertisement
Archives

Model This Week