ପିଲା ଜିଦିଆ ହୋଇଥିଲେ ସମ୍ଭାଳନ୍ତୁ ଏପରି…

କୁହାଯାଏ, ଗୋଟିକିଆ ଛୁଆ ବେଶି ଜିିଦିଆ ହୋଇଥା’ନ୍ତି। ଗୋଟିଏ ଛୁଆ ହୋଇଥିବାରୁ ପରିବାରର ସମସ୍ତେ ଗେଲବସରରେ ବଢ଼ାଇଥା’ନ୍ତି। ତାଙ୍କ ମନପସନ୍ଦର ଜିନିଷ ଦେଇଥା’ନ୍ତି। ପ୍ରାୟତଃ କୌଣସି କଥାରେ ଆକଟକରି ନ ଥାଆନ୍ତି। ଏହିସବୁ କାରଣ ପିଲାଙ୍କୁ ଜିଦିଆ କରିବାରେ ସାହାଯ୍ୟ କରିଥାଏ। ଜିଦିଆ ପିଲାଙ୍କୁ ସମ୍ଭାଳିବା କଷ୍ଟକର ହୋଇଥାଏ। ଯଦି ଆପଣଙ୍କ ପିଲାଠି ଏକଜିଦିଆ ଲକ୍ଷଣ ଦେଖୁଛନ୍ତି, ସେମାନଙ୍କୁ ସମ୍ଭାଳିବା ପାଇଁ ଜାଣନ୍ତୁ କିଛି ଟିପ୍ସ।

– ଆପଣଙ୍କ ପିଲାଙ୍କୁ ସ୍ନେହ ସହିତ ଦାୟିତ୍ୱ ବି ଦେବା ନିହାତି ଜରୁରୀ। ସେମାନଙ୍କ ଉପରେ ଛୋଟ ଛୋଟ ଦାୟିତ୍ୱ ଦେବା ଫଳରେ ସେ ତାହାର ମହତ୍ତ୍ୱ ବୁଝିଥାଏ। ତେବେ ପିଲା ଜିଦି କରିବା ସମୟରେ ଆପଣ ଅଧିକ ନ ରାଗି ଶାନ୍ତ ହୋଇ ତାଙ୍କୁ ବୁଝାନ୍ତୁ।

– ଛୁଆଙ୍କ ସହ ଅଧିକ ସମୟ ବିତାଇବା ସହିତ ସାଙ୍ଗ ଭଳି ବ୍ୟବହାର କରନ୍ତୁ।
– ପିତାମାତା ଛୁଆଙ୍କ ସବୁ ଇଚ୍ଛା ପୂରଣ କରିବା ଉଚିତ ହୋଇ ନ ଥାଏ। ତେବେ ଛୁଆ ମାଗୁଥିବା ସବୁ ଜିନିଷ ସେମାନଙ୍କୁ ନ ଦେଇ ଟଙ୍କାର ମୂଲ୍ୟ ସେମାନଙ୍କୁ ଜଣାଇବା ଉଚିତ।

– ପିଲାଙ୍କ ମନରେ ଥିବା କଥା ତାଙ୍କ ଭିତରେ ଚାପି ରଖିବାକୁ ଦିଅନ୍ତୁ ନାହିଁ, ତାଙ୍କୁ ମନଖୋଲି କହିବାକୁ ଦିଅନ୍ତୁ ଏବଂ ଧ୍ୟାନ ସହକାରେ ଶୁଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସେବା ଓ ସର୍ଜନାର ମଧୁଝର: ତପନକୁମାର

ଅନ୍ତର୍ଜାତୀୟ ସ୍ତରର ଜଣେ ଗବେଷକ, ପ୍ରାଧ୍ୟାପକ, ବ୍ୟବସାୟ ରଣନୀତି ବିସାରଦ, ପରିଚାଳନା ମାର୍ଗଦର୍ଶକ, ସମାଜସେବୀ, ସ୍ତମ୍ଭକାର, ସୁଲେଖକ, ଅନୁବାଦକ ତଥା ହାଇଦ୍ରାବାଦରେ ଅବସ୍ଥିତ ନାର୍ସି ମୋନ୍ଜି...

ହିମାଳୟର ନାଗପୁଷ୍ପ

କିଛିଦିନ ପୂର୍ବରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଗୋଟିଏ ଆଲୋକଚିତ୍ର ବିଦ୍ୟୁତ ବେଗରେ ପ୍ରସାରିତ କରାଯାଇ ଦାବି କରାଯାଉଥିଲା ଯେ ସେହି ଚିତ୍ରଟି ହିମାଳୟର ମାନସ ସରୋବରରେ...

ହୋମ୍‌ ଡେକୋରେଶନ

ଘର ସଜାଇବାକୁ ତ ସମସ୍ତଙ୍କର ଇଚ୍ଛା। କିନ୍ତୁ ହୋମ୍‌ ଡେକୋରେସନ୍‌ ଜିନିଷର ଦାମ୍‌ ଦେଖି ବେଳେବେଳେ ମନ ଫିକା ପଡିଯାଏ। ତେବେ କମ୍‌ ସମୟ ଓ...

ଅଏଲି ସ୍କିନ୍‌ ହୋଇଥିଲେ..

ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ତ୍ୱଚା ଅଧିକ ଅଏଲି ହୋଇଯାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ। ଦିନକୁ ଅତିକମ୍‌ରେ ଦୁଇଥର...

ଅଣ୍ଟା ବିନ୍ଧୁଥିଲେ…

ଅଣ୍ଟା ବିନ୍ଧୁଥିଲେ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। କାରଣ ପ୍ରାରମ୍ଭରୁ ଏହାର ଉପଚାର ନ କରିଲେ ପରବର୍ତ୍ତୀ ସମୟରେ ତାହା ଗମ୍ଭୀର ସମସ୍ୟା ଭାବରେ...

ଏହି ୪ ଜିନିଷ କରିଥାଏ ସମ୍ପର୍କକୁ ସୁଦୃଢ଼, ଜୀବନସାଥୀଙ୍କଠାରୁ ମିଳେ ଭରପୂର ପ୍ରେମ

ସମ୍ପର୍କକୁ ମଜବୁତ କରିବା ପାଇଁ ଦମ୍ପତିଙ୍କୁ ଛୋଟ ଛୋଟ ଜିନିଷରେ ଧ୍ୟାନ ଦେବାକୁ ପଡିଥାଏ। ଯଦି ଏସବୁକୁ ଅଣଦେଖା କରାଯାଏ, ତେବେ ସମ୍ପର୍କର ଦୂରତା ବଢ଼ିବା...

ଲବଙ୍ଗର ଉପକାରିତା

ଲବଙ୍ଗକୁ ପ୍ରାୟ ସମସ୍ତଙ୍କ ଘରେ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏଥିରେ ଏମିତି ବି କିଛି ଔଷଧୀୟ ଗୁଣ ଅଛି, ଯାହା...

ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ...

Advertisement
Archives

Model This Week