ପିଲାଙ୍କ ସ୍ପେଶାଲ ସମର ଭ୍ୟାକେଶନ

ସମର ଭ୍ୟାକେଶନ ପିଲାଙ୍କ ପାଇଁ ଯେତିକି ଖାସ୍‌ ବାପାମା’ଙ୍କ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ପିଲାଙ୍କୁ ବିଜି ରଖିବା ପାଇଁ ଯେକୌଣସି କ୍ଲାସ୍‌ରେ ଭର୍ତ୍ତି କରିଦେବାଟା ଠିକ୍‌ ନୁହେଁ। ପ୍ରଥମେ ତା’ର ପସନ୍ଦ ନାପସନ୍ଦକୁ ବୁଝନ୍ତୁ ଓ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶ ହେବାଭଳି କ୍ଲାସ୍‌କୁ ପଠାନ୍ତୁ। ଜାଣନ୍ତୁ ସେନେଇ କିଛି ଟିପ୍ସ…।
ପବ୍ଲିକ୍‌ ସ୍ପିକିଂ
ପବ୍ଲିକ୍‌ ସ୍ପିକିଂ କେବଳ ପିଲାଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକଙ୍କ ପାଇଁ ଜରୁରୀ। ଏହାଦ୍ୱାରା ସେ ନିଜ କଥାକୁ ଅନ୍ୟ ଜଣଙ୍କ ଆଗରେ ଠିକ୍‌ ଭାବେ ପରିପ୍ରକାଶ କରିପାରିବ। ଆତ୍ମବିଶ୍ୱାସ ବଢ଼ିବା ସହ କୌଣସି ପ୍ରକାର ପ୍ରେଜେଣ୍ଟେଶନ ବେଳେ ସେ ଭୟଭୀତ ହେବନାହିଁ।
ଡ୍ୟାନ୍ସ, ଡ୍ରାମା, ଆକ୍ଟିଂ
ଏହା ହେଉଛି ଏପରି କ୍ଷେତ୍ର, ଯେଉଁଠି ପିଲାଙ୍କୁ ଷ୍ଟେଜ୍‌ରେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଏହାଦ୍ୱାରା ପିଲାଙ୍କ ଆତ୍ମବିଶ୍ୱାସ ବଢ଼ିବା ସହ ବ୍ୟକ୍ତିତ୍ୱରେ ଉତ୍ତମ ପରିବର୍ତ୍ତନ ଆସିଥାଏ।
ସ୍ପୋର୍ଟସ
ପିଲାର ଯେଉଁ ସ୍ପୋର୍ଟସ ପ୍ରତି ରୁଚି ଅଛି ତାକୁ ସେହି ଦିଗରେ ଉତ୍ସାହିତ କରନ୍ତୁ। ଆଜିକାଲି ଅଧିକାଂଶ ପିଲାଙ୍କ ଶରୀରରେ ଭିଟାମିନ୍‌ ଡି୩ ଏବଂ ଭିଟାମିନ୍‌ ବି୧୨ କମ୍‌ ରହୁଛି। କାରଣ ସାରାଦିନ ଘରେ ରହି ଗ୍ୟାଜେଟ୍‌ସରେ ବ୍ୟସ୍ତ ରହୁଥିବାରୁ ସେମାନଙ୍କ ଶରୀରର ଏକ୍ସରସାଇଜ୍‌ ହୋଇପାରୁନି। ତେଣୁ ସମର୍‌ ଭ୍ୟାକେଶନରେ ପିଲାକୁ ଏପରି କ୍ଲାସ୍‌କୁ ପଠାନ୍ତୁ, ଯେଉଁ ଆଉଟ୍‌ଡୋରରେ ସ୍ପୋର୍ଟସ ଶିଖାଯାଉଥିବ।
ପ୍ରାକ୍ଟିକାଲ ସାଇନ୍ସ
ବହି ପଢ଼ି ପିଲା ଯେତିକି ଶିଖି ନ ପାରିବେ ତା’ଠାରୁ ଅଧିକ ପ୍ରାକ୍ଟିକାଲ କ୍ଲାସ ଯାଇ ଏକ୍ସପେରିମେଣ୍ଟ କରି ଶିଖିପାରିବେ।
କୁକିଂ
ପୁଅ ହେଉ ଅବା ଝିଅ, ରୋଷେଇର ବେସିକ୍‌ ଜ୍ଞାନ ରହିବା ଆବଶ୍ୟକ। ପିଲାମାନେ ବି ଜାଣିବା ଦରକାର ଯେ ରୋଷେଇ କରିବାରେ କିପରି ପରିଶ୍ରମର ଆବଶ୍ୟକତା ରହିଛି। ଏହା ଦ୍ୱାରା ସେମାନେ ଆଉ ଖାଦ୍ୟ ନଷ୍ଟ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri