ପିଲାଙ୍କୁ ସ୍ମାର୍ଟଫୋନ୍‌ ଦେଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଛୋଟ ପିଲାଙ୍କର ବର୍ତ୍ତମାନ ପିଢ଼ି ସ୍ମାର୍ଟଫୋନ୍‌। ଟ୍ୟାବ୍‌ଲେଟ୍‌ ଏବଂ ଅନ୍ୟ ଇଣ୍ଟରନେଟ୍‌ ଯୁକ୍ତ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ସେମାନେ ଆଗକୁ ବଢ଼ି ଚାଲିଛନ୍ତି। ଏହାକୁ ନେଇ ଅନେକ ଅଭିଭାବକ ଚିନ୍ତିତ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଏହି ସ୍ମାର୍ଟଫୋନ୍‌ ଏବଂ ଟ୍ୟାବ୍‌ଲେଟ୍‌ ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ କରିବାରେ ଲାଗିଛି। ବୈଜ୍ଞାନିକଙ୍କ ଅନୁସାରେ, ପିଲାଙ୍କ ବିକାଶଶୀଳ ମସ୍ତିଷ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡୁଛି। ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ବୈଜ୍ଞାନିକମାନେ କିଛି କିଶୋରଙ୍କ ମସ୍ତିଷ୍କରେ ସଂଜ୍ଞାନାତ୍ମକ ବିକାଶର ଗବେଷଣା କରି ଏହି ତଥ୍ୟ ହାସଲ କରିଛନ୍ତି। ଗବେଷଣାରେ ଆମେରିକାର ୯ ଏବଂ ୧୦ ବର୍ଷ ବୟସର ପ୍ରାୟ ୧୧ହଜାର ପିଲାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମସ୍ତିଷ୍କ ସ୍କାନ୍‌ରୁ ଜଣାପଡ଼ିଛି, ସ୍କ୍ରିନ୍‌ରେ ଅଧିକ ସମୟ ବିତାଉଥିବା ପିଲାଙ୍କ ସ୍ମୃତିଶକ୍ତି ଧୀରେଧୀର କ୍ଷୀଣ ହୋଇଥାଏ। ସେମାନେ ଠିକ୍‌ରେ କୌଣସି କଥା ମନେରଖିବା କିମ୍ବା କୌଣସି ଶବ୍ଦ ମଧ୍ୟରେ ଥିବା ମହତ୍ତ୍ୱପୂର୍ଣ୍ଣ ଅନ୍ତରକୁ ବୁଝିବାରେ ଅସମର୍ଥ ଥିଲେ। ବୈଜ୍ଞାନିକଙ୍କ ମତରେ, ପିଲାଦିନ ଏଭଳି ଏକ ସମୟ, ଯେତେବେଳେ ସେମାନଙ୍କ ମସ୍ତିଷ୍କ ଧୀରେଧୀରେ ବିକାଶ ଆଡ଼କୁ ଗତିକରେ; ସେତେବେଳେ ପିଲାଙ୍କ ସ୍ମରଣଶକ୍ତି ମଜଭୁତ କରିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରାଯାଇଥାଏ। କିନ୍ତୁ ବର୍ତ୍ତମାନ ମୋବାଇଲ୍‌ ଏବଂ ଟ୍ୟାବ୍‌ଲେଟ୍‌ରେ ଦୀର୍ଘ ସମୟ ଅପଚୟ କରିବା ଦ୍ୱାରା ବାହାର ଦୁନିଆ ବିଷୟରେ ଜାଣିବା କିମ୍ବା କୌଣସି ଘଟଣା ମନେରଖିବା ପ୍ରକ୍ରିୟାକୁ ସେମାନଙ୍କ ମସ୍ତିଷ୍କ ସହଜରେ ଗ୍ରହଣ କରିପାରୁ ନାହଁି। ଏହା ଭବିଷ୍ୟତ ପାଇଁ ଏକ ବିପଜ୍ଜନକ ସଙ୍କେତ କହିଲେ ଅତ୍ୟୁକ୍ତି ହେବ ନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?