ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅରାଜି ଅଭିଭାବକ

ମୁମ୍ବାଇ, ୧୩।୫:: କରୋନା ସଂକ୍ରମଣ ରୋକିବାକୁ ସାରା ଦେଶରେ ଲକ୍‌ଡାଉନ ଜାରିରହିଛି। କଟକଣା ହଟିବା ପରେ ଜୁନ/ଜୁଲାଇ ସୁଦ୍ଧା ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା କରୁଛନ୍ତି। ହେଲେ ସ୍କୁଲ ଖୋଲିବା ପରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ରାଜି ନ ଥିବା ଏକ ସର୍ଭେରୁ ଜଣାପଡିଛି। ପ୍ୟାରେଣ୍ଟ ସର୍କଲ ଦ୍ୱାରା ପରିଚାଳିତ ଏକ ଦେଶବ୍ୟାପୀ ସର୍ଭେରେ ପ୍ରାୟ ୧୨ ହଜାର ଅଭିଭାବକ ଭାଗ ନେଇ ସେମାନଙ୍କ ମତାମତ ରଖିଥିଲେ। ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ଅଭିଭାବକ ସ୍କୁଲ ପୁନର୍ବାର ଖୋଲିବା ପରେ ଅତି କମ୍‌ରେ ମାସେ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ନ ଥିବା ଦର୍ଶାଇଛନ୍ତି। ସେମାନେ ମାସେ ଯାଏ କୋଭିଡ୍‌-୧୯ ପରିସ୍ଥିତି ଉପରେ ନଜର ରଖିବେ ବୋଲି କହିଛନ୍ତି। ସେହିପରି ୨୪ ପ୍ରତିଶତ ଅଭିଭାବକ ସ୍କୁଲ ଖୋଲିବାର ୬ ମାସ ପର୍ଯ୍ୟନ୍ତ ପିଲାଙ୍କୁ ଛାଡିବାକୁ ଉଚିତ ଭାବୁ ନ ଥିବା କହିଛନ୍ତି। କିଛି ହାତଗଣତି ସକ୍ରିୟ କରୋନା ମାମଲା ମଧ୍ୟ ବିପଦକୁ ଡାକିଆଣିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏହାର ମୁକାବିଲା ପାଇଁ ସରକାର ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କେତେଜଣ ଅଭିଭାବକ ମତ ରଖିଛନ୍ତି। ସେହିପରି ଲକ୍‌ଡାଉନ ଉଠିବା ପରେ ପିଲାମାନଙ୍କୁ ବାହାରକୁ ଖେଳ କିମ୍ବା ଅନ୍ୟାନ୍ୟ ସମାବେଶ ପାଇଁ ଅଭିଭାବକ କେତେ ପସନ୍ଦ କରିବେ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ୪୩ ପ୍ରତିଶତ ଅଭିଭାବକ ଅନ୍ତତଃ ପକ୍ଷେ ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା କାର୍ଯ୍ୟକଳାପ ପାଇଁ ପିଲାମାନଙ୍କୁ ବାହାରକୁ ପଠାଇବେ ନାହିଁ ବୋଲି କହିଥିଲେ। ଏପରିକି ସମାନ ସଂଖ୍ୟକ ଅଭିଭାବକ ଚଳିତବର୍ଷ କୌଣସି ମଲ୍‌ କିମ୍ବା ସିନେମା ହଲ୍‌ ମଧ୍ୟ ଯିବେନାହିଁ ବୋଲି ମତ ରଖିଥିଲେ। ପ୍ୟାରେଣ୍ଟ ସର୍କଲର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ନାଲିନା ରାମଲକ୍ଷ୍ମୀ କହିଛନ୍ତି, ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ନେଇ ଚିନ୍ତିତ ଅଛନ୍ତି। ସେମାନେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନାହାନ୍ତି। ସ୍କୁଲ ଖୋଲିବା ପରେ ସେଠାରେ ପିଲାଙ୍କ ସୁରକ୍ଷା ବ୍ୟବସ୍ଥା, ସାମାଜିକ ଦୂରତା ରକ୍ଷା ନିୟମ ଆଦି ଉପଯୁକ୍ତ ଭାବେ ପାଳନ ହେଉଥିବା ନେଇ ଅଭିଭାବକମାନେ ନିଶ୍ଚିତ ହେବାକୁ ଚାହୁଁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର: ସୁରକ୍ଷାରେ ଅବହେଳା ଯୋଗୁ ୪ ପୋଲିସ ନିଲମ୍ବିତ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ବାହାଘର ସରିଛି । ହେଲେ ଏଥିରେ ସୁରକ୍ଷାରେ ଅବହେଳା ଯୋଗୁ ୪ ଜଣ...

ଜେଲ୍‌ରେ କରୋନା: ୩୩ କଏଦୀ, ଜେଲର ସମେତ ୧୦ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,୨୨ା୭: କରୋନାର କରାଳଛାୟା ଭିତରେ ଏବେ ଗଞ୍ଜାମ ଜିଲା ଗତି କରୁଛି। ମଣ୍ଡଳକାରାଗାରରେ ରହୁଥିବା କଏଦୀ, କାରାପାଳ ଓ କର୍ମଚାରୀମାନେ ମଧ୍ୟ ଏଥିରୁ ବର୍ତ୍ତି...

ମୋଦିଙ୍କ ଆତ୍ମନିର୍ଭର ଅଭିଯାନ: ସିଏପିଏଫ୍‌ କ୍ୟାଣ୍ଟିନ୍‌ରେ ଜୁନ୍‌ ୧ରୁ ବିକ୍ରି ହେବ ସ୍ବଦେଶୀ ଉତ୍ପାଦ

ନୂଆଦିଲ୍ଲୀ,୧୩।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଲକ୍‌ଡାଉନ୍‌ ଯୋଗୁ ଦେଶର ଅର୍ଥନୀତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ନିର୍ବାଚନ ହାରିବା ପରେ ହୃଦ୍‌ଘାତରେ କଂଗ୍ରେସ ନେତାଙ୍କ ପରଲୋକ

ଭୋପାଳ,୧୭।୭: ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ହାରିବା ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ରେୱାର ୯ ନମ୍ବର ଓ୍ବାର୍ଡରୁ ପ୍ରତିଦ୍ୱନ୍ଦିତା...

ଚିନ୍ତା ବଢ଼ାଇଲା ଚାଇନାର ‘କ୍ୟାଟ୍‌ କ୍ୟୁ ଭାଇରସ୍‌’

ନୂଆଦିଲ୍ଲୀ,୩୦ା୯: ଚାଇନାରୁ ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁଠାରୁ ତ୍ରାହି ମିଳୁନାହିଁ। ଏବେ ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନି ଘଟିଲାଣି ଏବଂ ପ୍ରାୟ ୩...

ଭୁବନେଶ୍ୱରରୁ ଆଉ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୮।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୨ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି...

ମନ୍ତ୍ରୀଙ୍କ ପାଇଁ ଅଢ଼ୁଆରେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ

ବାଙ୍ଗାଲୁରୁ,୧୨।୮ : କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରଜ ବୋମାଇଙ୍କ ନେତୃତ୍ୱରେ ଖୁସି ନାହାନ୍ତି ମନ୍ତ୍ରୀ। ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀ ଇଚ୍ଛା ମୁତାବକ ବିଭାଗ ନ ମିଳିବାରୁ ଇସ୍ତଫା...

ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା...

Advertisement
Archives

Model This Week