ପିଲାଙ୍କୁ ଶିଖାନ୍ତୁ…

ଛୋଟ ପିଲାମାନେ କୋମଳମତି । କେତେକ ବିଷୟ ପ୍ରତି ଯଦି ସେମାନେ ପିଲାଟି ଦିନରୁ ସଚେତନ ହେବେ ତେବେ ତାହା ସେମାନଙ୍କ ଭବିଷ୍ୟତ ପାଇଁ ବେଶ୍‌ ଲାଭପ୍ରଦ ହେବ। ସେ ସମ୍ପର୍କରେ ଟିପ୍ସ..
ଲାଇଟ୍‌ ବନ୍ଦ କରିବା
ଆପଣ ପିଲାକୁ ଇକୋ ଫ୍ରେଣ୍ଡ୍‌ଲି ହେବା ପାଇଁ ଶିଖାନ୍ତୁ। ଯଦି ଆବଶ୍ୟକ ନାହିଁ ତେବେ ଲାଇଟ୍‌ ହେଉ ଅବା ଫ୍ୟାନ୍‌ ସୁଇଚ୍‌ ବନ୍ଦ କରିବାକୁ ସେମାନଙ୍କୁ ଶିଖାନ୍ତୁ। ଏହାଦ୍ୱାରା ଇଲେକ୍ଟ୍ରି ସଞ୍ଚୟ ହୋଇପାରିବ।
ଟ୍ୟାପ୍‌ ବନ୍ଦ କରିବା
ପିଲାକୁ ବ୍ରଶ୍‌ କଲାବେଳେ କିମ୍ବା ନିଜେ ଗାଧୋଇବା ସମୟରେ ପାଣି ସଞ୍ଚୟ ବିଷୟରେ ସୂଚନା ଦିଅନ୍ତୁ। ଅନେକ ସମୟରେ ସେମାନେ ପାଣି ବ୍ୟବହାର କରୁ ନ ଥିଲେ ମଧ୍ୟ ଟ୍ୟାପ୍‌ ଖୋଲା ରଖିଥାଆନ୍ତି। ଏହାଦ୍ୱାରା ପାଣିର ଅଯଥା ଅପଚୟ ହୋଇଥାଏ। ତେଣୁ ଆବଶ୍ୟକ ନ ଥିଲେ ପାଣି ଟ୍ୟାପ୍‌ ବନ୍ଦ ରଖିବାକୁ ସେମାନଙ୍କୁ ଶିଖାନ୍ତୁ।
ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ କରିବା
କିଚେନ୍‌ରେ ପ୍ଲାଷ୍ଟିକ୍‌ କଣ୍ଟେନର ବଦଳରେ ଗ୍ଲାସ କଣ୍ଟେନର ବ୍ୟବହାର କରନ୍ତୁ। ପିଲାମାନଙ୍କ ଖେଳନା ପ୍ଲାଷ୍ଟିକ୍‌ ବଦଳରେ କାଠର ବାଛନ୍ତୁ। ଗ୍ରୋସେରି ଶପିଂ କରିବାକୁ ଗଲେ ବି କପଡା ବ୍ୟାଗ୍‌ ନେଇ ଯାଅନ୍ତୁ।
କିଚେନ୍‌ରେ ଅର୍ଗାନିକ୍‌ ଜିନିଷର ବ୍ୟବହାର କରନ୍ତୁ
ଛୋଟ କିଚେନ୍‌ ଗାର୍ଡେନ୍‌ ପ୍ରସ୍ତୁତ କରନ୍ତୁ। ଯଦି ମାର୍କେଟକୁ ଶପିଂ ପାଇଁ ଯାଉଛନ୍ତି ତେବେ ସାଙ୍ଗରେ ପିଲାକୁ ନିଅନ୍ତୁ।
ପ୍ରକୃତି ପାଖକୁ ନିଅନ୍ତୁ ପିଲାକୁ
ଆପଣଙ୍କ ଓ୍ବିକ୍‌ ଏଣ୍ଡ୍‌ ବା ଫ୍ରି ସମୟରେ ସନ୍ଧ୍ୟାବେଳେ ପିଲାଙ୍କୁ ପାର୍କ କିମ୍ବା ସବୁଜବନାନୀ ଘେରା ଜାଗା ବା ସମୁଦ୍ରକୂଳକୁ ବୁଲାଇବାକୁ ନିଅନ୍ତୁ। ଏହାଦ୍ୱାରା ସେମାନଙ୍କ ମାଇଣ୍ଡ ଫ୍ରେଶ୍‌ ହୋଇଥାଏ ଏବଂ ପରିବେଶ ସମ୍ପର୍କିତ ଜ୍ଞାନ ମଧ୍ୟ ସେମାନେ ଅର୍ଜନ କରିପାରନ୍ତି। ଅଦରକାରୀ ଜିନିଷରୁ କିଛି କ୍ରିଏଟିଭ୍‌ ତିଆରି କରିବା
ବ୍ୟାଗ୍‌, ପୁରୁଣା କପଡା,ଖବରକାଗଜ, କଣ୍ଟେନରରୁ କିଛି ନୂଆ କରିବାକୁ ଉତ୍ସାହିତ କରନ୍ତୁ। ଏହି ଅଦରକାରୀ ଜିନିଷରୁ ପ୍ୟାନ୍‌ ହୋଲ୍ଡର, ବୁକ୍‌ ହୋଲ୍ଡର ଗିଫ୍ଟ ର଼୍ୟାପ୍ସ ଆଦି ପ୍ରସ୍ତୁତ କରିବାକୁ କହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ଜାଣନ୍ତୁ କିଏ ସେହି ଋତବ୍ରତ ବାନାର୍ଜୀ, ଯିଏ ୫୮ ବିଧାୟକଙ୍କୁ ହାତ କରି ମମତାଙ୍କ ହାତରୁ ଛଡ଼ାଇ ନେଉଛନ୍ତି TMC?

କୋଲକାତା,୩।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ମମତା ବାନାର୍ଜୀଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଛି। ତାଙ୍କ ଦଳ ତୃଣମୂଳ କଂଗ୍ରେସ (TMC) ଏବେ ଦୁଇ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ଭାବୁକ ହେଲେ ଶିବକୁମାର, ମା’ଙ୍କ ପାଦ ଛୁଇଁ…

ବେଙ୍ଗାଲୁରୁ,୩ା୬: କର୍ନାଟକରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡି.କେ. ଶିବକୁମାରଙ୍କ ସହିତ ଆଜି ୧୩…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଜଣେ ଛାତ୍ରଙ୍କୁ ପଢ଼ାଇବା ପାଇଁ ଏତେଟଙ୍କା ଚାର୍ଜ କରନ୍ତି ଖାନ୍‌ ସାର? କୋଚିଂ ଫିସ୍‌ ଜାଣିଲେ…

ନୂଆଦିଲ୍ଲୀ,୩।୬: ଖାନ ସାରଙ୍କୁ କିଏ ବା ନଜାଣେ.. ନିଜର ନିଆରା ପଢ଼ାଇବା ଶୈଳୀ ପାଇଁ ସାରା ଦେଶରେ ପ୍ରସିଦ୍ଧ ଖାନ ସାର୍‌ ଲକ୍ଷ ଲକ୍ଷ ପିଲାଙ୍କ ପ୍ରିୟ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri