Posted inରାଜ୍ୟ

ପିଭିଟିଜିରେ ଅନ୍ତର୍ଭୁକ୍ତ ହେଲା ରାଜ୍ୟର ୮୮୮ ଗାଁ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚିହ୍ନଟ ହୋଇଥିବା ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ୮୮୮ଟି ଗ୍ରାମକୁ ନୂତନ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ) ଗ୍ରାମଭାବେ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ଏହାସହ ପ୍ରାଚୀନ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରଠାରେ ୩ଟି ନୂତନ ମାଇକ୍ରୋ ପ୍ରୋଜେକ୍ଟ ପ୍ରତିଷ୍ଠା କରାଯାଇଛି।
ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ପ୍ରାଚୀନ ଜନଜାତି ଗୋଷ୍ଠୀ ଆର୍ଥିକ ଏବଂ ସାମାଜିକଭାବେ ଅନୁନ୍ନତ ତଥା ଦୁର୍ବଳ ଶ୍ରେଣୀରେ ରହିଛନ୍ତି। ଭାରତରେ ଚିହ୍ନଟ ୭୫ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ମଧ୍ୟରୁ ୧୩ ପିଭିଟିଜି ଓଡ଼ିଶାର ୧୨ଟି ଜିଲାରେ ବସବାସ କରିଥାନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶାରେ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। ଏହାଦ୍ୱାରା ୫୪୧ଟି ଗ୍ରାମ୍ୟବସତିର ୯୦ ହଜାର ପିଭିଟିଜି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଉପାଦେ ଆଗକୁ ନେଇ ରାଜ୍ୟ ସରକାର ଆହୁରି ୧ ଲକ୍ଷ ୫ ହଜାର ପିଭିଟିଜିକୁ ଚିହ୍ନଟ କରି ସ୍ବୀକୃତି ପ୍ରଦାନ କରିଛନ୍ତି। ଏମାନେ ୧୧ ଜିଲାର ୨୯ଟି ବ୍ଲକ ଅନ୍ତର୍ଗତ ୮୮୮ଟି ଅତିରିକ୍ତ ଗ୍ରାମ ବା ବସତିରେ ବସବାସ କରୁଛନ୍ତି। ସେହି ଗ୍ରାମଗୁଡ଼ିକୁ ରାଜ୍ୟ ସରକାର ଚିହ୍ନଟକରି ପିଭିଟିଜିରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାବ୍ୟତୀତ ବୀରହୋର୍‌, ଜୁଆଙ୍ଗ ଓ ପାଉଡି ଭୂୟାଁ ଭଳି ୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ୫୫ ହଜାର ଜନଜାତି ୩ ଜିଲାର ୭୬ଟି ଗ୍ରାମପଞ୍ଚାୟତର ୨୫୦ ଗ୍ରାମରେ ବସବାସ କରୁଛନ୍ତି। ଏମାନଙ୍କ ପାଇଁ ଏବେ ୩ଟି ନୂତନ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଛି। ଯାଜପୁର ଜିଲା ସୁକିନ୍ଦାରେ ବୀରହୋର୍‌ ଓ ଜୁଆଙ୍ଗ ଉନ୍ନୟନ ଏଜେନ୍ସି, ଢେଙ୍କାନାଳରେ ଜୁଆଙ୍ଗ ଉନ୍ନୟନ ଏଜେନ୍ସି ଏବଂ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କାର୍ଯ୍ୟାଳୟରେ ପାଉଡି ଭୂୟାଁ ଉନ୍ନୟନ ଏଜେନ୍ସି ପ୍ରତିଷ୍ଠା ହୋଇଛି। ପିଭିଟିଜି ଗ୍ରାମଭାବେ ସ୍ବୀକୃତି ମିଳିବା ପରେ ଏବଂ ନୂତନ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଗଠିତ ହୋଇଥିବା ଅଞ୍ଚଳର ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ୧ଲକ୍ଷ ୬୦ହଜାର ଜନଜାତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହେବେ। ଫଳରେ ଏସବୁ ଯୋଜନାରେ ଉପକୃତ ପ୍ରାଚୀନ ଜନଜାତି ସଂଖ୍ୟା ୨ ଲକ୍ଷ ୫ ହଜାରରେ ପହଞ୍ଚତ୍ଥିବା ସରକାରୀ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?