Posted inରାଜ୍ୟ

ପିଭିଟିଜିରେ ଅନ୍ତର୍ଭୁକ୍ତ ହେଲା ରାଜ୍ୟର ୮୮୮ ଗାଁ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚିହ୍ନଟ ହୋଇଥିବା ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳର ୮୮୮ଟି ଗ୍ରାମକୁ ନୂତନ ପିଭିଟିଜି (ଦୁର୍ବଳ ତଥା ଅନୁନ୍ନତ ଶ୍ରେଣୀର ଜନଜାତି ଗୋଷ୍ଠୀ) ଗ୍ରାମଭାବେ ରାଜ୍ୟ ସରକାର ସ୍ବୀକୃତି ଦେଇଛନ୍ତି। ଏହାସହ ପ୍ରାଚୀନ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରଠାରେ ୩ଟି ନୂତନ ମାଇକ୍ରୋ ପ୍ରୋଜେକ୍ଟ ପ୍ରତିଷ୍ଠା କରାଯାଇଛି।
ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ପ୍ରାଚୀନ ଜନଜାତି ଗୋଷ୍ଠୀ ଆର୍ଥିକ ଏବଂ ସାମାଜିକଭାବେ ଅନୁନ୍ନତ ତଥା ଦୁର୍ବଳ ଶ୍ରେଣୀରେ ରହିଛନ୍ତି। ଭାରତରେ ଚିହ୍ନଟ ୭୫ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ମଧ୍ୟରୁ ୧୩ ପିଭିଟିଜି ଓଡ଼ିଶାର ୧୨ଟି ଜିଲାରେ ବସବାସ କରିଥାନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓଡ଼ିଶାରେ ୧୭ଟି ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। ଏହାଦ୍ୱାରା ୫୪୧ଟି ଗ୍ରାମ୍ୟବସତିର ୯୦ ହଜାର ପିଭିଟିଜି ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଉପାଦେ ଆଗକୁ ନେଇ ରାଜ୍ୟ ସରକାର ଆହୁରି ୧ ଲକ୍ଷ ୫ ହଜାର ପିଭିଟିଜିକୁ ଚିହ୍ନଟ କରି ସ୍ବୀକୃତି ପ୍ରଦାନ କରିଛନ୍ତି। ଏମାନେ ୧୧ ଜିଲାର ୨୯ଟି ବ୍ଲକ ଅନ୍ତର୍ଗତ ୮୮୮ଟି ଅତିରିକ୍ତ ଗ୍ରାମ ବା ବସତିରେ ବସବାସ କରୁଛନ୍ତି। ସେହି ଗ୍ରାମଗୁଡ଼ିକୁ ରାଜ୍ୟ ସରକାର ଚିହ୍ନଟକରି ପିଭିଟିଜିରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାବ୍ୟତୀତ ବୀରହୋର୍‌, ଜୁଆଙ୍ଗ ଓ ପାଉଡି ଭୂୟାଁ ଭଳି ୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ୫୫ ହଜାର ଜନଜାତି ୩ ଜିଲାର ୭୬ଟି ଗ୍ରାମପଞ୍ଚାୟତର ୨୫୦ ଗ୍ରାମରେ ବସବାସ କରୁଛନ୍ତି। ଏମାନଙ୍କ ପାଇଁ ଏବେ ୩ଟି ନୂତନ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ପ୍ରତିଷ୍ଠା କରାଯାଇଛି। ଯାଜପୁର ଜିଲା ସୁକିନ୍ଦାରେ ବୀରହୋର୍‌ ଓ ଜୁଆଙ୍ଗ ଉନ୍ନୟନ ଏଜେନ୍ସି, ଢେଙ୍କାନାଳରେ ଜୁଆଙ୍ଗ ଉନ୍ନୟନ ଏଜେନ୍ସି ଏବଂ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କାର୍ଯ୍ୟାଳୟରେ ପାଉଡି ଭୂୟାଁ ଉନ୍ନୟନ ଏଜେନ୍ସି ପ୍ରତିଷ୍ଠା ହୋଇଛି। ପିଭିଟିଜି ଗ୍ରାମଭାବେ ସ୍ବୀକୃତି ମିଳିବା ପରେ ଏବଂ ନୂତନ ମାଇକ୍ରୋ ପ୍ରୋଜେକ୍ଟ ଏଜେନ୍ସି ଗଠିତ ହୋଇଥିବା ଅଞ୍ଚଳର ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀର ୧ଲକ୍ଷ ୬୦ହଜାର ଜନଜାତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହେବେ। ଫଳରେ ଏସବୁ ଯୋଜନାରେ ଉପକୃତ ପ୍ରାଚୀନ ଜନଜାତି ସଂଖ୍ୟା ୨ ଲକ୍ଷ ୫ ହଜାରରେ ପହଞ୍ଚତ୍ଥିବା ସରକାରୀ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri