Posted inଖେଳ

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ ବେଙ୍ଗାଲୁରୁ ରାପ୍ଟର୍ସ ଦ୍ୱିତୀୟ ଲେଗ୍‌ର ମ୍ୟାଚ୍‌ଗୁଡିକୁ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଛି। ଫଳରେ ଏହାକୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।
ପିବିଏଲ୍‌ର ୨୦୨୦ ସଂସ୍କରଣରେ ୨୪ଟି ଟାଇ ବା ମ୍ୟାଚ୍‌ ଖେଳାଯିବ। ଆସନ୍ତା ୨୦ ତାରିଖରୁ ଏହି ମ୍ୟାଚ୍‌ଗୁଡିକ ବିଭିନ୍ନ ସହରରେ ଆୟୋଜନ ହେବ। ଫେବୃୟାରୀ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଲିଗ୍‌ର ଅନ୍ତିମ ଲେଗ ପୂର୍ବରୁ ବେଙ୍ଗାଲୁରୁରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ମ୍ୟାଚ୍‌ ଆୟୋଜନ ହୋଇପାରିବ ନାହିଁ ବୋଲି ଟୁଇଟ୍‌ ବେଙ୍ଗାଲୁରୁ ରାପ୍ଟର୍ସ ସ୍ପଷ୍ଟ କରିଥିଲା। ଏବେ ଏହି ମ୍ୟାଚ୍‌ଗୁଡିକ ହାଇଦ୍ରାବାଦ୍‌ରେ ଖେଳାଯିବ। ଜାନୁୟାରୀ ୨୯ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ଅନ୍ୟମ୍ୟାଚ୍‌ଗୁଡିକ ଖେଳାଯିବ। ଏବେ ୧୫ ମ୍ୟାଚ୍‌ ସମେତ ୩ଟି ଡବଲ୍‌ ହେଡର୍ସ ମଧ୍ୟ ହାଇଦ୍ରାବାଦ୍‌ରେ ଆୟୋଜନ ହେବ। ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ହାଇଦ୍ରାବାଦ୍‌ରେ ଆୟୋଜନ ହେବ। ଆଗାମୀ ସିଜନର ଅନ୍ୟ ଦୁଇଟି ଭେନ୍ୟୁ ହେଲା ଚେନ୍ନାଇ ଓ ଲକ୍ଷ୍ନୌ। ଚେନ୍ନାଇରେ ଆସନ୍ତା ୨୦ରୁ ୨୪ ଓ ଲକ୍ଷ୍ନୌରେ ୨୫ରୁ ୨୮ ତାରିଖ ମଧ୍ୟରେ ଲିଗ୍‌ର ଅନ୍ୟ ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଚେନ୍ନାଇରେ ପ୍ରଥମ ଲେଗ୍‌ ଖେଳାଯିବା ପରେ ଲକ୍ଷ୍ନୌରେ ଅନ୍ୟ ମ୍ୟାଚ୍‌ଗୁଡିକ ଖେଳାଯିବ। ଶେଷରେ ହାଇଦ୍ରାବାଦ୍‌ରେ ବାକି ମ୍ୟାଚ୍‌ଗୁଡିକ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷ ବାସନ୍ଦ ହେଲେ ଏହି ଯୁବ କ୍ରିକେଟର୍‌

ଢାକା, ୨୭।୭: ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ଯୁବ ଦ୍ରୁତ ବୋଲର କାଜି ଅନିକ୍‌ ଇସ୍‌ଲାମଙ୍କୁ ୨ ବର୍ଷ ଲାଗି ବାସନ୍ଦ କରିଛି। ୨୦୧୮ରେ ହୋଇଥିବା...

ଧୋନୀଙ୍କୁ ବିସିସିଆଇର ସମର୍ଥନ

ନୂଆଦିଲ୍ଲୀ,୭।୬- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର ଉଇକେଟ କିପିଂ ଗ୍ଲୋଭ୍ସକୁ ନେଇ...

ଦର୍ଶକଙ୍କ ପ୍ରତ୍ୟାବର୍ତ୍ତନ: ସୁପର ରଗ୍‌ବୀ ମ୍ୟାଚ୍‌ ଦେଖିବେ ୩୫ ହଜାର

ଓ୍ବେଲିଂଟନ,୯।୬(ଏପି) : କୋଭିଡ୍‌-୧୯ ମହାମାରୀ ଉପରେ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଛି। ଫଳରେ ଦେଶରେ କ୍ରୀଡ଼ା ଇଭେଣ୍ଟଗୁଡିକ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ମହାମାରୀ...

ଫିଫା ଯୋଗ୍ୟତା ପର୍ଯ୍ୟାୟ: ଭାରତୀୟ ଦଳରେ ଧୀରଜ ନୂଆ ମୁହଁ

ନୂଆଦିଲ୍ଲୀ, ୭।୧୧ (ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଏହାର ପ୍ରଥମ-ଲେଗ୍‌ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଏଥିଲାଗି ମୁଖ୍ୟ କୋଚ୍‌ ଇଗର୍‌ ଷ୍ଟିମାକ...

ମାଲାମାଲ୍‌ ହେବାକୁ ଯାଉଛି ବିସିସିଆଇ!

ନୂଆଦିଲ୍ଲୀ,୬।୭: ବିସିସିଆଇ ୨୦୨୨ ପାଇଁ ବଡ ପ୍ରସ୍ତୁତି କରୁଛି। ଆସନ୍ତା ସିଜିନରୁ ଦୁଇଟି ନୂତନ ଦଳ ଆଇପିଏଲ୍‌ରେ ଅନ୍ତର୍ଭୂକ୍ତ କରାଯିବ। ଏହାର ଟେଣ୍ଡର ଶୀଘ୍ର ବାହାରିବାକୁ...

ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲଙ୍କ ଦେହାନ୍ତ

ଓ୍ବାଶିଂଟନ,୭।୪(ଏପି)- ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୮୩ରେ ସେ ପ୍ରୋ ଫୁଟବଲ ହଲ୍‌ ଅଫ୍‌ ଫେମ୍‌ରେ...

ମହାନ କ୍ରିକେଟରଙ୍କ ଭବିଷ୍ୟବାଣୀ: ୪-୦ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବ ବିରାଟବାହିନୀ

ନୂଆଦିଲ୍ଲୀ,୪।୬: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜରେ ବିରାଟ କୋହଲି ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିବ। ଦଳ ଏହି ସିରିଜକୁ...

ଆଇସିସିର ନେତ୍ୱତ୍ୱ ନେଇପାରିବେ ଗାଙ୍ଗୁଲି :ଗାଓ୍ବାର

ନୂଆଦିଲ୍ଲୀ, ୧୫।୫(ପି.ଟି.): ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବା ପାଇ ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ...

Advertisement
Archives

Model This Week