ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ କଲେ ସୋନାକ୍ଷୀ

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ନର୍ସ। ଏମାନେ ସିଧାସଳଖ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ଏମାନଙ୍କ ନିକଟରେ ଶୀଘ୍ର ସଂକ୍ରମଣର ଭୟ ରହିଛି। ତେଣୁ ଏମାନେ ପର୍ସନାଲ ପ୍ରୋଟେକସନ୍‌ ଇକ୍ୟୁପମେଣ୍ଟ(ପିପିଇ) ବ୍ୟବହାର କରିବା ଜରୁରୀ। କିନ୍ତୁ ଆମ ଦେଶରେ ଏହା କମ୍‌ ପରିମାଣରେ ଥିବାରୁ ଏବେ ବଲିଉଡ୍‌ ନାୟିକା ସୋନାକ୍ଷୀ ସିହ୍ନା ସାଧାରଣ ଜନତାଙ୍କୁ ପିପିଇ କିଟ୍‌ ଦାନ କରିବାକୁ ଅନୁରୋଧ କହିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି କହିଛନ୍ତି କରୋନା ମୁକାବିଲା ପାଇଁ ଆମ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ ଆବଶ୍ୟକ। ହସ୍ପିଟାଲରେ ପିପିଇ କିଟ୍‌ର ଘୋର ଅଭାବ ରହିଛି। ସାଧାରଣ ଜନତା ପିପିଇ କିଟ୍‌ ଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଯେଉଁମାନେ ଆମର ଯତ୍ନ ନେଉଛନ୍ତି ଆମେ ସେମାନଙ୍କ ସୁରକ୍ଷା କଥା ଚିନ୍ତା କହିବା ସହ କେବଳ ପିପିଇ ନୁହେଁ ମାସ୍କ, ସୁ କଭର, ଗ୍ଲୋଭସ୍‌ ଆଦି ମଧ୍ୟ ଦାନ କରିବାକୁ ସୋନାକ୍ଷୀ କହିଛନ୍ତି। ଏହାସହ ସେ ଏକ ଓ୍ବେବସାଇଟର ଲିଙ୍କ ଶେୟାର କରିଛନ୍ତି ଯାହା ମାଧ୍ୟମରେ ଜଣେ ପିପିଇ କିଟ୍‌ ଦାନ କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri