ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ ଫଟୋ ଶେୟାର କରିବା ସହ ଭାବୁକ ହୋଇଛନ୍ତି। ଗୋଟିଏ ଦିନ ପୂର୍ବେ ହିମାଚଳରେ ଫିଲ୍ମ ଶୁଟିଂ କରୁଥିବା ଅମିତାଭ କେବେ ପୋଲାଣ୍ଡ ପହଞ୍ଚିଲେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ହେଲେ ରବିବାର ସେ ଟୁଇଟରରେ କିଛି ଫଟୋ ଶେୟାର କରି ପୋଲାଣ୍ଡରେ ଥିବା ସୂଚନା ଦେଇଥିଲେ। କିନ୍ତୁ ସେ କ’ଣ ପାଇଁ ପୋଲାଣ୍ଡ ଗସ୍ତ କରିଛନ୍ତି ସେ ନେଇ କିଛି କହି ନ ଥିଲେ। ଏବେ ସେ ଏକ ଚର୍ଚ୍ଚରେ ତାଙ୍କ ପିତାଙ୍କ ସହ ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି। ୟୁରୋପର ସବୁଠାରୁ ପୁରାଣା ଚର୍ଚ୍ଚ ଭିତରୁ ଗୋଟିଏ ଚର୍ଚ୍ଚରେ, ପୋଲାଣ୍ଡରେ ସେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଛି। ସେ କହିଛନ୍ତି ବାବୁଜୀଙ୍କ ଆତ୍ମାକୁ ଶାନ୍ତି ଓ ସୁଖ ମିଳିବା ଦରକାର। ଏହି ସମୟରେ ସେ ବିଶପ ଓ ପୋଲାଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ପୋଲାଣ୍ଡରେ ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କୁ ସମ୍ମାନୀତ କରାଯାଇଛି। ବିଦେଶ ମାଟିରେ ତାଙ୍କ ପିତାଙ୍କୁ ସମ୍ମାନ ମିଳିବା ଜଣେ ପୁଅ ପାଇଁ କିଛି କମ୍‌ ଗୌରବର ବିଷୟ ନୁହେଁ ବୋଲି ଅମିତାଭ ଲେଖିଛନ୍ତି। ଏହାସହ ଅମିତାଭ ସେହି ପୁରୁଣା ଚର୍ଚ୍ଚର ଫଟୋ ମଧ୍ୟ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ବସ୍‌ ପରେ ରଶ୍ମୀଙ୍କ ସହ କଥା ହେବାକୁ ପସନ୍ଦ କରୁନାହାନ୍ତି ଶେହନାଜ

ବମ୍ବେ: ପୁଣି ଥରେ ଟେଲି ପରଦାକୁ ଫେରିଛି ସମସ୍ତଙ୍କର ପ୍ରିୟ ରିଆଲିଟି ଶୋ ‘ବିଗ୍‌ବସ୍‌’। ତଫାତ ଏତିକି ପୁଣି ଥରେ ପୁରୁଣା ଏପିସୋଡ ଦର୍ଶକଙ୍କୁ ଦେଖିବାକୁ...

ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ...

ବିଳାସପୂର୍ଣ୍ଣ କାର୍‌ ଛାଡି ଅଟୋରେ ଭାଣିଜୀର ମେହେନ୍ଦୀ ସେରିମନୀକୁ ଗଲେ ରବିନା

ମୁମ୍ବାଇ: ଫିଲ୍ମ ‘କେଜିଏପ୍‌ ଚାପ୍ଟର-୨’ରୁ ବଡ଼ ପରଦାକୁ ଫେରୁଥିବା ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ନିକଟରେ ସେ...

ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍‌ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍‌ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି...

ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ଅନନ୍ୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ‘ପତି ପତ୍ନୀ ଔର ଓ୍ବ’ ପରେ ଏବେ ଅନନ୍ୟା ‘ଖାଲି ପିଲି’ରେ...

ସଲମାନଙ୍କ ସହ କାମ କରିବେ ନୁସରତ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ସହ କାମ କରିବାକୁ ପ୍ରାୟତଃ ସବୁ ନାୟିକାଙ୍କର ଇଚ୍ଛା ଥାଏ। ଏବେ ଏହି ସୁଯୋଗ ପାଇବାକୁ ଯାଉଛନ୍ତି ନାୟିକା ନୁସରତ...

‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ।...

ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର...

Coronavirus Update


Archives

Model This Week

Why Dharitri