ପିଠା ଖାଇ ୨ ଭାଇ ମୃତ, ମା’ ବାପା ଗୁରୁତର: ଫୁଡ ପଏଜନିଂ ହୋଇଥିବା ସନ୍ଦେହ

ଚନ୍ଦାହାଣ୍ଡି,୧୨।୨(ଡି.ଏନ.ଏ):  ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପିଠା ଖାଇ ଗୋଟିଏ ପରିବାର ୨ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବାପା ଗୁରୁତର ହୋଇଛନ୍ତି। ତେବେ ପରିବାରର ୨ ଝିଅ ବଞ୍ଚିଯାଇଛନ୍ତି। ମୃତ ୨ ଶିଶୁପୁତ୍ର ହେଲେ ଅମୂଲ୍ୟ ଗୌଡ (୬) ଓ ଗିରିଧାରୀ ଗୌଡ(୪)।
ଦଣ୍ଡାମୁଣ୍ଡା ଗ୍ରାମର ବେଣୁଧର ଗୌଡ (୩୮), ସ୍ତ୍ରୀ ଶକୁନ୍ତଳା ଗୌଡ(୩୫), ଝିଅ କୁମାରୀ ଗୌଡ (୧୨), ତୁଳସୀ ଗୌଡ (୯), ପୁଅ ଅମୂଲ୍ୟ ଓ ଗିରିଧାରୀ ମଙ୍ଗଳବାର ରାତିରେ ଆଳୁ ବାଇଗଣ ତରକାରି ଖାଇ ଶୋଇଥିଲେ। ଭୋରୁ ବେଣୁଧର, ଶକୁନ୍ତଳା ଏବଂ ଦୁଇ ପୁଅ ଅମୂଲ୍ୟ ଓ ଗିରିଧାରୀଙ୍କ ପ୍ରବଳ ଝାଡା ହୋଇଥିଲା। ଅମୂଲ୍ୟ ଓ ଗିରିଧାରୀ ଅଚେତ ହୋଇଯାଇଥିଲେ । ବେଣୁଧର ଓ ଶକୁନ୍ତଳା ଗୁରୁତର ହୋଇ ପଡିଥିଲେ। ମା’, ବାପା ଓ ୨ ଭାଇଙ୍କ ଅବସ୍ଥା ଦେଖି କୁମାରୀ ଓ ତୁଳସୀ ପାଖ ପଡୋଶୀଙ୍କୁ ଡାକିଥିଲେ। ସେମାନେ ସମସ୍ତଙ୍କୁ ନେଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର କଳ୍ପେସ ସୁନା କହିଥିଲେ। ବେଣୁଧର ଓ ଶକୁନ୍ତଳାଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୃତ ୨ ଶିଶୁପୁତ୍ରଙ୍କ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଫୁଡ ପଏଜନିଂରୁ ଏପରି ହୋଇଥିବା ଡାକ୍ତର କଳ୍ପେସ ସୁନା କହିଛନ୍ତି। ତୁଳସୀ ଓ କୁମାରୀଙ୍କ କହିବା ଅନୁଯାୟୀ କିଛିଦିନ ତଳେ ଘରକୁ ଆଈ ପିଠା ଆଣିକି ଆସିଥିଲେ। ମଙ୍ଗଳବାର ମା’, ବାପା ଓ ୨ ଭାଇ ପିଠା ଖାଇଥିଲେ। କିନ୍ତୁ ସେମାନେ ଖାଇ ନ ଥିଲେ। ଆଳୁ-ବାଇଗଣ ତରକାରି ୨ ଭାଇ ଖାଇ ନ ଥିଲେ। ପିଠା ବିଷାକ୍ତ ହୋଇ ଯାଇଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ନବରଙ୍ଗପୁର ମେଡିକାଲ ଏଡିଏମ(ପିଏଚ) ଚୌଧୁରୀ ଶୋଭାରାଣୀ ମିଶ୍ର, ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଦ୍ଧେନ୍ଦୁ ପ୍ରହରାଜ, ଡାକ୍ତର କଳ୍ପେସ ସୁନା, ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୌରୀ ଶଙ୍କର ବେତ୍ସା, ଆୟୁଷ ଡାକ୍ତର ବସନ୍ତ କୁମାର ଷଡଙ୍ଗୀ, ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢୀ, ଚନ୍ଦାହାଣ୍ଡି ଆଇଆଇସି ଅଭୟ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ବେଣୁଧରଙ୍କ ଘର ବାହାରେ ପକାଯାଇଥିବା ଭାତ ଓ ତରକାରିର ନମୁନା ସଂଗ୍ରହ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଶୋଭାରାଣୀ କହିଛନ୍ତି। ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂକ୍ରମଣ ବ୍ୟାପିଲେ ସମ୍ଭାଳି ହେବନାହିଁ: ଏଥିଲାଗି ଜନତା କର୍ଫ୍ୟୁ ଗୋଟିଏ ଦିନ, ଲକ୍‌ଡାଉନ୍‌ ସାତ ଦିନ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାରଠାରୁ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି।...

‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ଗୃହରେ ଉଦ୍‌ବେଗ: କୁମ୍ଭକାରଙ୍କ ଦୁରାବସ୍ଥା ସୁଧାରିବାକୁ ମହାରଥୀଙ୍କ ଅନୁରୋଧ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଚଳିତ ମାସ ୨୮ ତାରିଖରେ ଧରିତ୍ରୀରେ ପ୍ରକାଶିତ ହୋଇଥିବା ‘ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ, ଫନୀ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର’ ଶୀର୍ଷକ ଖବରକୁ...

ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ଭଦ୍ରକରେ ପହଞ୍ଚିଲା ଦୁଇ ଓଡ୍ରାଫ୍‌ ଟିମ୍‌

ଭଦ୍ରକ ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌ ମୁକାବିଲା ପାଇଁ ଭଦ୍ରକରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ପହଞ୍ଚିଛନ୍ତି। ରବିବାର ମଧ୍ୟ ଦୁଇ ଏନ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚିଥିଲା। ସେମାନଙ୍କୁ...

ଚାନ୍ଦବାଲିରେ ହାଇଓ୍ବା-ବାଇକ୍‌ ମୁହାଁମୁହିଁ

ଭଦ୍ରକ ଅଫିସ,୫।୧୨: ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଗୁରୁବାର ସକାଳେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ...

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ରାସ୍ତା କାମକୁ ବିରୋଧ କରି ପୋଡ଼ିଲେ ୩ଟି ଗାଡ଼ି

ମୁନିଗୁଡା,୨୮।୧୨: ରାୟଗଡା ଜିଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ୩ଟି ଗାଡିକୁ ପୋଡ଼ିଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁନିଗୁଡା ବ୍ଲକ...

ପୌରସଂସ୍ଥା ବାହାରେ କାର୍ଯ୍ୟାଳୟ କ୍ୟାଶବୁକ୍‌: ଆକାଉଣ୍ଟ ଜବତ କଲେ ପିଡି

ଅନୁଗୋଳ ଅଫିସ, ୬।୯-ଅନୁଗୋଳ ପୌରପାଳିକାରେ ନିୟୋଜିତ ହୋଇଥିବା ଜଣେ ଆକାଉଣ୍ଟାଣ୍ଟ ଗୁରୁବାର କାର୍ଯ୍ୟାଳୟର କ୍ୟାଶବୁକ୍‌କୁ ବାହାରକୁ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୌରପାଳିକା ଅର୍ଥ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *