ପିଚୁ ପାଇଁ ଅନନ୍ତପୁର-ନେନ୍ଧେରା ଢଳେଇ ରାସ୍ତା ବିପର୍ଯ୍ୟସ୍ତ: ସାଧାରଣରେ ତୀବ୍ର ଅସନ୍ତୋଷ

ବାଲିକୁଦା,୧୫ା୩(ସ୍ବ.ପ୍ର.): ବାଲିକୁଦା ବ୍ଲକ୍‌ର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଥିବା ଏକମାତ୍ର ରାସ୍ତା ଅନନ୍ତପୁର-ନେନ୍ଧେରା ଏବେ ବିପର୍ଯ୍ୟସ୍ତ। ଉକ୍ତ ରାସ୍ତାର କିଛି ଭାଗ ଟେଣ୍ଡର କରାଯାଇ ବିଭାଗ ପକ୍ଷରୁ ମରାମତି କରାଯାଉଛି। ମାତ୍ର ମରାମତି ହେଉଥିବା ପିଚୁ ରାସ୍ତା ପାଇଁ ଆରମ୍ଭରେ ଥିବା ଢଳେଇ ଖଣ୍ଡ ବିଖଣ୍ଡିତ ହୋଇଗଲାଣି। କାରଣ ଉକ୍ତ ରାସ୍ତାରେ ସମ୍ପୃକ୍ତ ଠିକାଦାର ବେଆଇନ ଭାବରେ ଓଭରଲୋଡିଂ ଟ୍ରକ୍‌ ଓ ହାଇୱା ପରିବହନ କରାଉଛନ୍ତି। ରାସ୍ତାର କ୍ଷମତା ବାହାରେ ଠିକାଦାର ମାଲ ପରିବହନ କରୁଥିବାରୁ ମୂଳ ଢଳେଇ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ପ୍ରକାଶଯୋଗ୍ୟ, ବାଲିକୁଦାର ସମୁଦ୍ର ଉପକୂଳକୁ ଯାତାୟାତ ପାଇଁ ଅନନ୍ତପୁର -ନେନ୍ଧେରା ରାସ୍ତା ୧୦ କି.ମି. ରହିଛି। ଏହି ରାସ୍ତା ମଧ୍ୟରୁ ଶେଷ ଭାଗରେ କିଛି ପିଚୁ ବର୍ଷା ଦିନେ ନଷ୍ଟ ହୋଇ ଯାଇଥିବାରୁ ତାହାର ମରାମତି ପାଇଁ ଜାନୁୟାରୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଟର ଡାକଯାଇଥିଲା। ଯାହାର ଅଟକଳ ମୂଲ୍ୟ ୧୧ ଲକ୍ଷ ଥିଲା। ଉକ୍ତ ପିଚୁ ରାସ୍ତାକୁ ସମ୍ପୃକ୍ତ ଠିକାଦାର ଏବେ ମରାମତି କରୁଛନ୍ତି। ମାତ୍ର ଏହି ରାସ୍ତା ମରାମତି ପାଇଁ ଆବଶ୍ୟକ ମେଟାଲ, ଚିପସ୍‌, ବାଲି, ଡଷ୍ଟ ଭାରିଯାନରେ ଆଣାଯାଉଥିବାରୁ ମୂଳ ଢଳେଇ ରାସ୍ତା ଭାଙ୍ଗି ଖଣ୍ଡଖଣ୍ଡ ହୋଇଗଲାଣି। ରାସ୍ତାରେ ପରିବହନ କ୍ଷମତା ୨୦ରୁ ୨୫ଟନ ଥିବା ବେଳେ ଠିକାଦାର ୪୦ରୁ ୫୦ ଟନ ମାଲ ପରିବହନ କରୁଛନ୍ତି। ଏଥିଯୋଗୁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଛି। ଯାତାୟାତବେଳେ ଦୁର୍ଘଟଣା ମଧ୍ୟ ଘଟିଚାଲିଛି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ବର୍ଷା ଦିନେ ଏହି ରାସ୍ତାରେ ସମ୍ପୂର୍ଣ୍ଣ ଯାତାୟାତ ଠପ୍‌ ହୋଇଯିବ। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଲ ଶତପଥୀଙ୍କୁ ପଚାରିବାରୁ ସେ କହିଥିଲେ, ଏବେ ସମ୍ପୃକ୍ତ ଠିକାଦାରଙ୍କୁ ଉକ୍ତ ରାସ୍ତାରେ ଭାରିଯାନ ନ ନେବାକୁ କୁହାଯିବ। ଯେହେତୁ ଢଳେଇ ରାସ୍ତା ନଷ୍ଟ ହୋଇଛି ମରାମତି କରିବା କଷ୍ଟ। ତଥାପି ଯାହା କିଛି କରାଯାଇ ପାରିବ ତାହା ତୁରନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା...

ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘ ନିର୍ବାଚନ

ବଲାଙ୍ଗୀର ଅଫିସ,୪।୨: ଓଡ଼ିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ...

ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବହେଳା

ଜଗତ୍‌ସିଂହପୁର ଅଫିସ, ୧୭ା୧୨:ଜଗତ୍‌ସିଂହପୁର ବ୍ଲକ ମହିରାସ୍ଥିତ ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇପଡ଼ିଛି। ଏହି ଉଚ୍ଚ ବିଦ୍ୟାଳୟ ୧୯୯୩ରୁ ସରକାରୀ ବିଦ୍ୟାଳୟର ମାନ୍ୟତା...

ପୁଅଙ୍କୁ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଶିକ୍ଷକ ଫେରାର

ମାହାଙ୍ଗା,୨୮ା୬(ସ୍ବ.ପ୍ର.): ମାହାଙ୍ଗା ଥାନା ପୋଡାମରାଇ ପଞ୍ଚାୟତରେ ୨ ନାବାଳକ ପୁଅଙ୍କୁ ଘରେ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଏନେଇ ପୀଡିତା ଶନିବାର ମାହାଙ୍ଗା...

ଜିଲାରେ ଡେଙ୍ଗୁ ଭୟ ବଢୁଛି: ନାମକୁ ଚାଲିଛି ସଚେତନତା

ଜଗତ୍‌ସିଂହପୁର ଅଫିସ,୪ା୭: ଜଗତ୍‌ସିଂହପୁର ଜିଲାରେ ଡେଙ୍ଗୁ ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କାରଣ ବିଗତ ବର୍ଷଗୁଡିକରେ ଜିଲାରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଗତ...

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ : ଡାକ୍ତରଖାନା ପରିସରରେ ଉତ୍ତେଜନା

ଅନୁଗୋଳ ଅଫିସ,୨୬।୯: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ଘର ବଅଁରପାଳ ବ୍ଲକ...

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ।...

ଘର ଉଚ୍ଛେଦ ସମୟରେ ଉତ୍ତେଜନା: ଅଧିକାରୀଙ୍କ ଗୋଡ଼ ଧରିଲେ ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡ଼ଖାରଦ ପଞ୍ଚାୟତ ଘଣ୍ଟପୁର ଅଞ୍ଚଳରେ ହୋଇଥିବା ବେଆଇନ ଘର, ଗୁହାଳ ଏବଂ ଦୋକାନକୁ...

Advertisement
Archives

Model This Week