ପିଏସ୍‌ସି ପକ୍ଷରୁ ବିଭିନ୍ନ ରେଳଷ୍ଟେଶନ ପରିଦର୍ଶନ: ଅନୁଧ୍ୟାନ କଲେ ଯାତ୍ରୀଙ୍କ ସେବା

ଜଟଣୀ, ୧୮ା୭(ଡି.ଏନ.ଏ.):ରେଲୱେ ବୋର୍ଡର ପାସେଞ୍ଜର ସର୍ଭିସ କମିଟି(ପିଏସ୍‌ସି) ବୁଧବାର ଖୋର୍ଦ୍ଧାରୋଡ଼, ପୁରୀ, ଭୁବନେଶ୍ୱର ରେଳଷ୍ଟେଶନ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇ ବିଭିନ୍ନ ସମସ୍ୟା ଉପରେ ବୁଝିଥିଲେ। ଏଥିସହ ଖାଦ୍ୟ ଷ୍ଟଲ, ଭୋଜନ ବ୍ୟବସ୍ଥା, ପାନୀୟ ଜଳର ସୁବିଧା ଆଦି ସେବା ଯାତ୍ରୀଙ୍କୁ ଠିକ୍‌ ଭାବେ ଉପଲବ୍ଧ ହେଉଛି କି ନାହିଁ କମିଟି ସଦସ୍ୟମାନେ ଅନୁଧ୍ୟାନ କରିଥିଲେ। କମିଟିର ଚେୟାରମ୍ୟାନ ରମେଶ ଚନ୍ଦ୍ର ରତନଙ୍କ ନେତୃତ୍ୱରେ ପଞ୍ଚାନନ ରାଉତ, ବିଷ୍ଣୁପ୍ରସାଦ ଦାସ, ସତ୍ୟବ୍ରତ ଦତ୍ତ, ଭେଙ୍କଟ ରମଣୀ, ରାଜୀବ କୁମାର ଶର୍ମା ପ୍ରମୁଖ ସଦସ୍ୟ ପରିଦର୍ଶନ କରି ନିରୀକ୍ଷଣ କରିଥିଲେ। ପରେ ଜଟଣୀସ୍ଥିତ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ମୁଖ୍ୟଦପ୍ତର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଭିଜନର ଡିଆର୍‌ଏମ୍‌ ଏମ.କେ. ପୋଦାର, ଏଡିଆରଏମ୍‌ ରାଜକୁମାରଙ୍କ ସମେତ ଡିଭିଜନର ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ବିଭିନ୍ନ ଷ୍ଟେଶନରେ ସିସିଟିଭି ବ୍ୟବସ୍ଥା, ଉତ୍କୃଷ୍ଟମାନର ପାନୀୟ ଜଳ ଓ ଯାତ୍ରୀସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ପ୍ରଦାନ ଉପରେ କମିଟି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଯାତ୍ରୀଙ୍କ ସେବାକୁ ଅଧିକ ଗୁରୁତ୍ୱ ଓ ଅଗ୍ରାଧିକାର ଦିଆଯାଉଥିବା ଡିଆରଏମ୍‌ ପୋଦାର ଆଲୋଚନା ସମୟରେ କହିଥିଲେ। ଏହି କମିଟି ୧୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାରୋଡ଼ ଡିଭିଜନର ବିଭିନ୍ନ ଷ୍ଟେଶନ ପରିଦର୍ଶନ କରି ଯାତ୍ରୀଙ୍କ ସୁବିଧା ଅନୁଧ୍ୟାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟ ଆଗ: ୮ ମାସର ଗର୍ଭବତୀ ସତ୍ତ୍ୱେ ଡ୍ୟୁଟି କରୁଛନ୍ତି ଏସ୍‌ଆଇ ମମତା

କଟକ ଅଫିସ,୨୨।୪: କରୋନା (କୋଭିଡ-୧୯)ମୁକାବିଲା ପାଇଁ ଏବେ ସବୁଆଡ଼େ ଲକ୍‌ଡାଉନ। ଏହାକୁ କଡ଼ାକଡ଼ି ପାଳନ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଛି ପୋଲିସ ବିଭାଗ। ରାଜ୍ୟର ବିଭିନ୍ନ...

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି...

ପୁରୀକୁ ବସ୍‌, ଯାତ୍ରୀବାହୀ ଟ୍ରେନ୍‌ ସେବା ବାତିଲ

ଭୁବନେଶ୍ୱର,୨୨।୬(ବ୍ୟୁରୋ)-ପୁରୀରେ ମଙ୍ଗଳବାର ଶ୍ରୀଜୀଉଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସୋମବାର ରାତି ୯ଟାରୁ ୨୪ ତାରିଖ ମଧ୍ୟାହ୍ନ ୨ଟା ଯାଏ ପୁରୀ ସହରକୁ ଶଟ୍‌ଡାଉନ...

ଶ୍ରମିକ ନେତା ସୌରିବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ବିଶିଷ୍ଟ ଟ୍ରେଡ୍‌ ୟୁନିୟନ ନେତା ତଥା ଲେଖକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ...

ଓସିଏସ୍‌ ପରୀକ୍ଷାଫଳ ପ୍ରକାଶ: କୃତକାର୍ଯ୍ୟ ହେଲେ ୭୮୫ ପରୀକ୍ଷାର୍ଥୀ

କଟକ ଅଫିସ,୯ା୯- ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ...

ଫନୀ ଘରଭଙ୍ଗା କ୍ଷୟକ୍ଷତି ଆକଳନ: ତାଲିକା ପ୍ରସ୍ତୁତିରେ ତ୍ରୁଟି, ଦୁର୍ନୀତି ଅଭିଯୋଗ

କୃଷ୍ଣପ୍ରସାଦ,୨୭ା୬(ଡି.ଏନ୍‌.ଏ.): ଫନୀ ବାତ୍ୟା ଦ୍ୱାରା ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଅନେକ କ୍ଷୟକ୍ଷତି ଘଟିଛି । ଏହି ପରିପ୍ରେକ୍ଷୀରେ ଘରଭଙ୍ଗା ସହାୟତା ରାଶିକୁ ସ୍ବଚ୍ଛ ଏବଂ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୧୨।୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନିମାପଡ଼ା ସବ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ...

ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର...

Advertisement
Archives

Model This Week