ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ୪ଜଣ ଜବାବ ଦେଇଥିଲୁ: ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପୋଲିସର ଗୁରୁଦାୟିତ୍ୱ। ବିଶେଷ କରି ମାଓବାଦୀ ଓ ଏହାର ଟୁକୁରା ସଂଗଠନ ପିଏଲ୍‌ଏଫ୍‌ଆଇ(ପିପୁଲ୍ସ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ), ସିମି ଭଳି ହିଂସା ସୃଷ୍ଟିକାରୀ ସଂଗଠନ ଏବଂ କୁଖ୍ୟାତ ଅପରାଧୀମାନଙ୍କୁ ଦମନ କାର୍ଯ୍ୟରେ ପୋଲିସ ନିୟୋଜିତ ରହିଛି। ଏଥିରେ ଅନେକ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ନଜିର ରହିଛି। ଜୀବନ ପ୍ରତି ବିପଦ ଥିବା ଯୋଗୁ ସେମାନଙ୍କୁ ଗିରଫ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ହେଲେ ଏଭଳି ଏକ ଚ୍ୟାଲେଞ୍ଜରେ ସଫଳ ହୋଇଥିବା କହିଛନ୍ତି ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ। ଘଞ୍ଚ ଜଙ୍ଗଲ ସଂଲଗ୍ନ ପାହାଡ଼ ଉପରେ ଆମେ ୪ ଜଣ ରାତିଅଧିଆ ଅପରେଶନ ଚଳାଇ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କୁ ଗୁଳିରେ ଜବାବ ଦେଇଥିଲୁ ବୋଲି ସ୍ବାଇଁ କହିଛନ୍ତି। ଏହି ଘଟଣା ତାଙ୍କ ଚାକିରି ଜୀବନର ଶ୍ରେଷ୍ଠ ଅନୁଭୂତି ବୋଲି ସେ ବର୍ଣ୍ଣନା କରିଛନ୍ତି। ଉକ୍ତ ଅପରେଶନ ପାଇଁ ପରବର୍ତ୍ତୀ ସମୟରେ ତାଙ୍କ ଟିମ୍‌କୁ ଡିଜିପି ପୁରସ୍କୃତ କରିଥିଲେ।

୨୦୧୩ ଅଗଷ୍ଟ ୨ ରାତିରେ ଘଟିଥିଲା ସେହି ଘଟଣା। ସ୍ବାଇଁ କହିଛନ୍ତି ଯେ, ମୁଁ ସେତେବେଳେ ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲି। ସନ୍ଧ୍ୟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଏକ ଖବର ମିଳିଥିଲା ଯେ, ଡେମୁଲ ଝରଣ ଜଙ୍ଗଲର ପାହାଡ଼ରେ ୫ଜଣ ପିଏଲ୍‌ଏଫ୍‌ଆଇ ସଦସ୍ୟ ଲୁଚି ରହିଛନ୍ତି। ସେମାନେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି। ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ମୁଖ୍ୟତଃ ସୁନ୍ଦରଗଡ଼ ଜିଲା ସମେତ ପଡ଼େଶୀ ରାଜ୍ୟ ଝାଡଖଣ୍ଡ, ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ରହି ଅପରାଧ ଘଟାଇଥାନ୍ତି। ସେମାନେ ବ୍ୟାଙ୍କ୍‌ ଲୁଟ, ଡକାୟତି, ହତ୍ୟା, ଅପହରଣ, ସରକାରୀ କାର୍ଯ୍ୟରେ ବାଧା ସମେତ ରାସ୍ତା କିମ୍ବା ଅନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଅପହରଣ କରି ଟଙ୍କା ମାଗନ୍ତି। ଖବର ମିଳିବା ପରେ ଭାବିଲି ଯେ, ଜଙ୍ଗଲକୁ ଅଧିକ ଫୋର୍ସ ନେଇଗଲେ ପିଏଲ୍‌ଏଫ୍‌ଆଇ ଗୁପ୍ତଚର ଖବର ପାଇଯିବେ। ତେଣୁ ଜଣେ ଏସ୍‌ଆଇ, ଜଣେ କନ୍‌ଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନେଇ ଅପରେଶନରେ ବାହାରିଲି। ପୋଲିସ ଗାଡ଼ି ନ ନେଇ ବାଇକରେ ରାତି ପ୍ରାୟ ଗୋଟାଏ ସମୟରେ ଡେମ୍ବୁଲ ଝରଣ ଜଙ୍ଗଲ ଅଭିମୁଖେ ବାହାରିଲୁ। ଆମ ସମସ୍ତଙ୍କ ପାଖରେ ପିସ୍ତଲ ଥିଲା। ପ୍ରଥମେ ବାଇକକୁ ପାହାଡର ଏକ କିଲୋମିଟର ଦୂର ବୁଦାରେ ଲୁଚାଇ ପାହାଡ ଉପରକୁ ଚଢ଼ିଥିଲୁ। ଜାଗା ଦେଖାଇବା ପାଇଁ ସାଥିରେ ଯାଇଥିବା ଖବରୀ ପାହାଡ଼ ଦେଖାଇ ଦେଇ ଚାଲି ଯାଇଥିଲେ। ରାତି ପ୍ରାୟ ୩ଟାରେ ଆମେ ପାହାଡ଼ ଉପରେ ପହଞ୍ଚିଥିଲୁ। ଉପରେ ପ୍ରଶସ୍ତ ସ୍ଥାନ ଥିବା ଦେଖିବାକୁ ମିଳିଥିଲା। ଏକ ଗଛମୂଳେ ଲୁଚି ରହି ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ଗତିବିଧି ଜାଣିବାକୁ ଚେଷ୍ଟା କଲୁ। ଅନ୍ଧାର ଯୋଗୁ ସେଠାକାର ସ୍ଥିତି ବିଷୟରେ ଜାଣିବା ଅତ୍ୟନ୍ତ କଷ୍ଟକର ଥିଲା। ହେଲେ ବହୁ କଷ୍ଟରେ ଜାଣିବାକୁ ପାଇଲୁ ଯେ, ଜଣେ ଲୋକେ କାନ୍ଧରେ ବନ୍ଧୁକ ପକାଇ ପଇଁତରା ମାରୁଥିଲେ ଏବଂ ଅନ୍ୟ ୪ଜଣ ଶୋଇଥିଲେ। କିନ୍ତୁ ଗଛର ପତ୍ର ଓ ଡାଳ ଖଡ଼ ଖଡ଼ ହୋଇଯିବାରୁ ସେମାନେ ପୋଲିସ ଥିବା ଜାଣିପାରି ଗୁଳିଚାଳନା କରିଥିଲେ। ଆମେ ବି ପାଲଟା ଜବାବ ଦେଲୁ। ଏହି ସମୟ ମଧ୍ୟରେ ଏକ ଚିତ୍କାର ସାଙ୍ଗକୁ ପାହାଡ଼ ତଳକୁ ଖସି ପଳାଇଯିବାର ଶବ୍ଦ ଶୁଣାଗଲା। କିଛି ସମୟ ପରେ ଶୂନ୍‌ଶାନ ଲାଗିଲା। ଆମେ ସତର୍କତାର ସହ ଆଗକୁ ବଢ଼ିଲୁ। ଅଳ୍ପବାଟ ଯିବା ପରେ ଏକ ସ୍ଥାନରେ ରକ୍ତ ପଡ଼ିଥିବାବେଳେ ୧୦ଟି ବନ୍ଧୁକ, ୩ଟି ପିସ୍ତଲ, ୧୪୦ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଗୁଳିମାଡ଼ରେ ଆହତ ହୋଇଥିବା ରକ୍ତ ଛିଟାରୁ ଜଣାପଡ଼ିଥିଲା। ସେମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ୧୦ ଦିନ ପରେ ୨ ପିଏଲ୍‌ଏଫଆଇ ସଦସ୍ୟଙ୍କୁ ସେହି ଜଙ୍ଗଲ ନିକଟରୁ ଗିରଫ କରାଯାଇଥିଲା ବୋଲି ଆଇଆଇସି ସ୍ବାଇଁ କହିଛନ୍ତି।

– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri