ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା: କୌଶିକଙ୍କ ଲକରରୁ ୩୭.୯ଲକ୍ଷ ଜବତ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ (ପିଏନ୍‌ବି) ଶାଖାରେ ୩୨ କୋଟି ଠକେଇ ଘଟଣାର ତଦନ୍ତ ଚଳାଇଛି ସିବିଆଇ। ମଙ୍ଗଳବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତିଙ୍କ ଲକରରୁ ୩୮ ଲକ୍ଷ ଟଙ୍କା ଜବତ କରିଛି। ସିବିଆଇର ଏକ ଟିମ୍‌ ପଟିଆ କିଟ୍‌ ସ୍କୋୟାରସ୍ଥିତ ୟୁନିୟନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ୟୁବିଆଇ) ଶାଖାକୁ ଯାଇ ଛାନ୍‌ଭିନ କରିଥିଲା। ଅଧିକାରୀମାନେ କୌଶିକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ସହ ତାଙ୍କ ଲକରକୁ ଯାଞ୍ଚ କରିଥିଲେ। ଲକରରୁ ନଗଦ ୩୭.୯୦ ଲକ୍ଷ ଟଙ୍କା ମିଳିଥିଲା। ପରେ ଉକ୍ତ ଲକରକୁ ସିଲ୍‌ କରାଯାଇଥିବାବେଳେ ଅନ୍ୟ କେତେକ ବ୍ୟାଙ୍କ୍‌ରେ ମଧ୍ୟ ଛାନ୍‌ଭିନ୍‌ କରାଯାଇଛି। ସେହିଭଳି କୌଶିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଭୁବନେଶ୍ୱର, କଟକ ଓ ରାଜ୍ୟ ବାହାରେ ଏକାଧିକ ଟିମ୍‌ ଚଢ଼ାଉ କରିଥିବା ସିବିଆଇ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଏହି ଠକେଇର ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିବିଆଇ ଅଧିକାରୀଙ୍କ ସହ ଆଲୋଚନା କରି ଠକେଇ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛି। ଲକରରୁ ଜବତ ଟଙ୍କାକୁ ନେଇ ମଧ୍ୟ ଇଡି ଖୋଳତାଡ଼ ଆରମ୍ଭ କରିଛି। ଉଭୟ ସିବିଆଇ ଏବଂ ଇଡ଼ିର ସମନ୍ବୟରେ ତଦନ୍ତ ଆଗକୁ ବଢ଼ିଛି। ଏଥିସହ ମାମଲା ରୁଜୁ ହୋଇଥିବା ୯ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ସଂକ୍ରାନ୍ତ ତଥ୍ୟ ହାସଲ ପାଇଁ ଉଦ୍ୟମ ଚାଲିଛି। ସେମାନେ କେଉଁସବୁ ବ୍ୟାଙ୍କ, ସମ୍ପର୍କୀୟ ଓ ଅନ୍ୟ କାହା ପାଖରେ ଟଙ୍କା ରଖିଛନ୍ତି କି? ଉକ୍ତ ଠକେଇ ଟଙ୍କାରେ ସୁନା, ଜମି ଅବା ଅନ୍ୟ କିଛି ସମ୍ପତ୍ତି କରିଛନ୍ତି ତାହାର ଟିକିନିଖି ଜାଣିବାକୁ ଉଭୟ ସିବିଆଇ ଓ ଇଡି ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୦ରେ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ଼୍‌ କମ୍ପାନୀ ଆରମ୍ଭ କରିଥିଲେ ଅବିନାଶ ମହାନ୍ତି। ଏହି କମ୍ପାନୀ ବିଦେଶକୁ ଲୁହାପଥର ରପ୍ତାନି କରୁଥିବା ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇ ଷ୍ଟେଶନ ସ୍କୋୟାରସ୍ଥିତ ପିଏନ୍‌ବି ଶାଖାରୁ ବିଭିନ୍ନ ସମୟରେ ୩୨ କୋଟି ଟଙ୍କା ଋଣ ଉଠାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସଂସ୍ଥା ହଠାତ୍‌ ଗାଏବ ହୋଇଯାଇଥିଲା। ଠକେଇ ନେଇ ଜଣାପଡିବା ପରେ ପିଏନ୍‌ବିର ସର୍କଲ ମୁଖ୍ୟ ଗଣପତିଲାଲ ଗତ ୯ ତାରିଖରେ ସିବିଆଇରେ ଅଭିଯୋଗ କରିଥିଲେ।
ତଦନ୍ତରୁ ଜଣାପଡିଛି ଯେ, ୨୦୧୦ରୁ ୨୦୧୫ ମଧ୍ୟରେ ଏହି ଠକେଇ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ତତ୍‌କାଳୀନ ବ୍ୟାଙ୍କ ଅଧିକାରୀଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନ ଲିମିଟେଡ୍‌ ମ୍ୟାନେଜମେଣ୍ଟର ୯ଜଣଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି। ଷ୍ଟେଶନ ସ୍କୋୟାରସ୍ଥିତ ପିଏନ୍‌ବି ଶାଖାର ତତ୍‌କାଳୀନ ଚିଫ୍‌ ମ୍ୟାନେଜର ନାଗମଣି ସତ୍ୟନାରାୟଣ ପ୍ରସାଦ ଓ ମନୋରଞ୍ଜନ ଦାଶ, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏସ୍‌.ସି. ଶର୍ମା, ସିନିୟର ମ୍ୟାନେଜର ପ୍ରିୟତୋଷ ଦାଶଙ୍କ ସମେତ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁଶନର ଏମ୍‌ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଓ ଅଂଶୁମାନ ସାମନ୍ତରାୟ ଏବଂ ବିଧୁଭୂଷଣ ନାୟକଙ୍କ ନାମରେ ସିବିଆଇ ଆଇପିସି ଦଫା ୧୨୦(ବି), ୪୨୦, ପିସି ଆକ୍ଟର ଦଫା ୧୩(୨) ଓ ୧୩(୧)(ଡି)ରେ ମାମଲା ରୁଜୁ କରି ତଦନ୍ତ କରୁଛି। ସିବିଆଇ ଟିମ୍‌ ଓଡ଼ିଶା ଓ ବାହାର ରାଜ୍ୟରେ ଚଢାଉ କରିଥିଲେ ମଧ୍ୟ ଏଯାଏ ଅଭିଯୁକ୍ତଙ୍କୁ ଧରିପାରି ନାହିଁ। ଠକେଇର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଂସ୍ଥାର ଏମ୍‌ଡି ଅବିନାଶ ମହାନ୍ତି ଧରାପଡିଲେ ସବୁ ଗୁମର ଖୋଲିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର…

ଧର୍ମେନ୍ଦ୍ରଙ୍କ ପରେ ଜୋର୍‌ ଧରିଲା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ୭ ଦିନରେ ନ ଦେଲେ…

ଭୁବନେଶ୍ୱର, ୨୭।୭: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ରାଜରାସ୍ତା ସରଗରମ ହୋଇଥିବାବେଳେ ବର୍ତ୍ତମାନ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋର୍‌…

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ

ପୁରୀ,୨୭ା୭ (ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri