ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ଜାମିନ ଆବେଦନ ପ୍ରତ୍ୟାହାର କଲେ ରୂପେଶ

କଟକ ଅଫିସ,୧୩।୨: ଯାଜପୁର ଜିଲା ଧର୍ମଶାଳା ବ୍ଳକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରୂପେଶ ଭଦ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଗୁରୁବାର କୋର୍ଟରୁ ସେ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ପୁଣି ତଳ କୋର୍ଟରେ ଜାମିନ ଆବେଦନ ପାଇଁ ଏହା ହାଇକୋର୍ଟରୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ମାମଲାର ଚାର୍ଜଶିଟ ଦାଖଲ ପୂର୍ବରୁ ରୂପେଶ ହାଇକୋର୍ଟ ଆସିଥିଲେ। ଏଣୁ ଚାର୍ଜଶିଟ ହେବା ପରେ ରୂପେଶ ପୁଣି ତଳକୋର୍ଟକୁ ଯିବେ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ସ୍ମିତାରାଣୀ ହରିଦାସପୁର ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଗତ ଅକ୍ଟୋବର ୧୬ରେ ସ୍ମିତାରାଣୀଙ୍କ ମୃତଦେହକୁ ଧର୍ମଶାଳା ଥାନା ଅଧୀନ ବାଲିଘର ନିକଟରେ ଥିବା ଏକ ଗେଷ୍ଟ ହାଉସ୍‌ରୁ ପୋଲିସ ଜବତ କରିଥିଲା। ଉକ୍ତ ଗେଷ୍ଟ ହାଉସ୍‌ର ମାଲିକ ଥିଲେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ତଥା ଉକ୍ତ ମାମଲାର ଅଭିଯୁକ୍ତ ରୂପେଶ ଭଦ୍ର। ସ୍ମିତାରାଣୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ପୋଲିସ ରୂପେଶଙ୍କୁ ଅକ୍ଟୋବର ୧୮ ତାରିଖରେ ଗିରଫ କରିଥିଲା। ନିକଟରେ ଉକ୍ତ ଗେଷ୍ଟ ହାଉସ୍‌କୁ ଯାଜପୁର ଜିଲା ପ୍ରଶାସନ ଭାଙ୍ଗି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାରରେ ଲାଗିଗଲା ନିଆଁ

ବଡବିଲ, ୩୧।୩(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲ ଡାକ ବଙ୍ଗଳା ଛକ ନିକଟରେ ମଙ୍ଗଳବାର ହଠାତ ଏକ ଚଳନ୍ତା କାରରେ ନିଆଁ ଲାଗି ଜଳିଯାଇଛି। ମାତ୍ର କାରରେ...

୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

ନୂଆପଡା ଅଫିସ,୧୦।୭: ନୂଆପଡ଼ା ଜିଲା କୋମନା ଥାନା ଅଞ୍ଚଳରେ ଦୁଇ ଭିନ୍ନ ଗାଁରେ ୨ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। କୋମନା...

ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ

କପ୍ତିପଦା,୨୨।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡାଗଡି ପଞ୍ଚାୟତ କରପଦା ଗ୍ରାମରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ...

ହାଓ୍ବଡାକୁ ସ୍ବାଭାବିକ ହେଉଛି ଟ୍ରେନ୍‌ ସେବା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦେଶରେ ଆନ୍ଦୋଳନ ଓ ହିଂସା ଜାରି ରହିଥିବାରୁ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ତେବେ ଆସାମ...

ଚମକିଲେ ନିଆରା ହୀରା

ପୁରୀ ଅଫିସ,୧।୩:ବାପା ଦିନମଜୁରିଆ। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ। ଫନୀ ମହାବାତ୍ୟା ପରଠାରୁ ପଲିଥିନ ତଳେ ବିତିଛି ଜୀବନ। ହେଲେ ରାଜନୀତି ପ୍ରତି ଥିବା...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ।...

କୃଷକ ଉତ୍ପାଦକ ଦଳ ଗଠନ ଉପରେ ତାଲିମ

କର୍ଲାମୁଣ୍ଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢୀପଦରଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଧଅଁରାଖମନ, ବୁଢୀପଦର, ସିରାବାହାଲ ଗଁ।ର ଅଗ୍ରଣୀ ଚାଷୀମାନଙ୍କୁ...

‘କଳ୍ପନା ଦି ୱାଣ୍ଡର’ ନାଟକ ମଞ୍ଚସ୍ଥ

ଢେଙ୍କାନାଳ ଅଫିସ,୧୩ା୬-ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ବୁଧବାର ଅଲଟରନେଟିଭ୍‌ ରିଦମ ଥିଏଟର ପକ୍ଷରୁ ନାଟକ ‘କଳ୍ପନା ଦି...

Advertisement
Archives

Model This Week