ପିଆରଏମ୍‌ ମେଡିକାଲ କଲେଜ: ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୧୨ା୧୦- ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୪ ଘଣ୍ଟିଆ ବିଦୁତ୍‌ ସେବା ଯୋଗାଇ ଦେବା ନେଇ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ଦାବି କରିଛି। ସଂଗଠନର ଜିଲା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ଓ ସମ୍ପାଦକ ରାକେଶ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଏଥିନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ଗତ ୯ ତାରିଖରେ ମେଡିକାଲ କଲେଜରେ ଦୀର୍ଘ ୭ ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବା ଘଟଣାକୁ ସଂଗଠନ ନିନ୍ଦା କରିଛି। ମେଡିକାଲ କଲେଜରେ ଜେନେରେଟର ଥିଲେ ମଧ୍ୟ ଏହାର ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି ନ ଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିଲା। ଏଣୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨ ମାସ ମଧ୍ୟରେ ମେଡିକାଲ କଲେଜରେ ଦେଖା ଦେଉଥିବା ବିଦ୍ୟୁତ୍‌ ସମସ୍ୟାର ସମାଧାନ କରିବା ପାଇଁ ଜିଲାପାଳ ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସୋନୁ ରାମ, ଦେବାଶିଷ ନାୟକ, ବିଶ୍ୱଜିତ ରାଉତ, ହୃଷିକେଶ ଚାନ୍ଦ, ସିଦ୍ଧାର୍ଥ ରାୟ, ବଳରାମ ଦାସ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri