Posted inଫୁରସତ

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌ ରେଲ୍‌ଓ୍ବେ ଟ୍ରାକ୍‌ ୬୩ କିଲୋମିଟର ଲମ୍ବ ପଞ୍ଜାବର ଭାନୁପଲ୍ଲୀରୁ ହିମାଚଳର ବିଳାସପୁର ପର୍ଯ୍ୟନ୍ତ ଏହା ଚଳାଚଳ କରିବ। ଦ୍ୱିତୀୟରେ ୧୨୫ କିଲୋମିଟର ଲମ୍ବ ଉତ୍ତରାଖଣ୍ଡର ଋଷିକେଶରୁ କର୍ନପ୍ରୟାଗ ପର୍ଯ୍ୟନ୍ତ ଚାଲିବ। ଏହି ଦୁଇ ଟ୍ରାକ୍‌ରେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଉତ୍ତରାଖଣ୍ଡ ଟ୍ରାକ୍‌ରେ ୨୦୨୪ରେ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୨୦୨୫ରେ ହିମାଚଳ ଟ୍ରାକ୍‌ କାର୍ଯ୍ୟ ସରିବ। ଏହି ଦୁଇ ଟ୍ରାକ୍‌ରେ ରେଳ ଗଡ଼ିବା ସାମରିକ ଦୃଷ୍ଟିରୁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହା ନିର୍ମାଣ ହେବା ଦ୍ୱାରା ବର୍ଡରରେ ପହଞ୍ଚିବା ସହଜ ହେବ। ବିଳାସପୁର-ଭାନୁପଲ୍ଲୀ ରେଲ୍‌ଓ୍ବେ ଟ୍ରାକ୍‌ ଭବିଷ୍ୟତରେ ଲେହ ପର୍ଯ୍ୟନ୍ତ ଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିପାଇଁ ଭୌଗୋଳିକ ସର୍ଭେ ଆରମ୍ଭ ହୋଇସାରିଛି।

ଏହି ଟ୍ରାକ୍‌ରେ ଉତ୍ତରାଖଣ୍ଡର ଚମେଲି ଦେଇ ଚାଇନା-ତିବ୍ବତ ବର୍ଡର ପର୍ଯ୍ୟନ୍ତ ମଧ୍ୟ ସେନାମାନେ ପହଞ୍ଚିପାରିବେ। ଋଷିକେଶ-କର୍ନପ୍ରୟାଗ ରେଲ୍‌ଓ୍ବେ ଟ୍ରାକ୍‌କୁ ଧାର୍ମିକ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଛି। ଏହି ଟ୍ୟାକ୍‌ ଦେଇ ୪ ଧାମକୁ ଯାତ୍ରୀମାନେ ସହଜରେ ଯାତାୟାତ କରିପାରିବେ। ଦୁଇଟି ଯାକ ଟ୍ରାକ୍‌ରେ ଲମ୍ବା ସୁଡ଼ଙ୍ଗ ରହିଛି। ଏହା ମଧ୍ୟ ଦେଇ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ କୌଣସି ଦର୍ଶନୀୟ ସ୍ଥାନଠାରୁ ମଧ୍ୟ କମ୍‌ ଅନୁଭବ ହେବନି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ ଟ୍ରାକ୍‌ର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି ଟ୍ରାକ୍‌ର ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରହିଛି। ରେଳ ବିକାଶ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଯୋଗୀନ୍ଦର ସିଂହ କୁହନ୍ତି, ଏହି ଟ୍ରାକ୍‌ କାମ ଖୁବ୍‌ ତୀବ୍ର ବେଗରେ ଚାଲିଛି। ଏଥିରେ ୭ଟି ଟର୍ନେଲ ଥିବା ବେଳେ ୫ଟିରେ କାମ ଆରମ୍ଭ ହୋଇସାରିଛି। ଦୁଇଟି ଯାକ ଟ୍ରାକ୍‌ର କାର୍ଯ୍ୟ ସମୟସୀମା ୨୦୨୫ ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri