ବିପଦର ସମ୍ମୁଖୀନ ହେଉଛନ୍ତି ସାର୍କ

ବାଲେଶ୍ୱର ଅଫିସ, ୧୫।୭-ବାଲେଶ୍ୱର ନୋସି ବିଜିନେସ୍‌ ପାର୍କର ଉତ୍କଳା ମଞ୍ଚରେ ପାଳିତ ହୋଇଛି ‘ସାର୍କ ଦିବସ’। ସାର୍କ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଶିକ୍ଷା ଦେବା ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସାମୁଦ୍ରିକ ପରିସଂସ୍ଥା ପାଇଁ ସାମ୍ପ୍ରତିକ ପରିସ୍ଥିତିରେ ପାଖାପାଖି ୧୦୦ ପ୍ରଜାତିର ସାର୍କ ଅନେକ ବିପଦର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଏଥିପାଇଁ ବାଣିଜି୍ୟକ ମାଛଧରା ଏବଂ ଜଳ ପ୍ରଦୂଷଣ ଦାୟୀ। ଏପରିକି ଜାଲରେ ଫସିଯାଉଥିବା ସାର୍କମାନେ ମଧ୍ୟ ବିପଦମୁଖୀ ହେଉଛନ୍ତି। ଏମାନଙ୍କୁ ସଙ୍କଟରୁ ମୁକ୍ତ କରିବା ପାଇଁ ସାର୍କ ଦିବସ ପାଳନ ଅବସରରେ ଆସୋସିଏଶନ୍‌ ଫର୍‌ ବାୟୋଡାଇଭରସିଟି କନ୍‌ଜରଭେଶନ୍‌ ଆଣ୍ଡ୍‌ ରିସର୍ଚ୍ଚ (ଏବିସି) ତରଫରୁ ବଳରାମଗଡ଼ିରେ ଥିବା ଟ୍ରଲର ସଂଘ ଏବଂ ସେଠିକାର କିଛି ମାଛ ଧରାଳିଙ୍କୁ ନେଇ ଆୟୋଜିତ ଦିବସରେ ତାଲିମ ଦିଆଯାଇଥିଲା। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ଶିକ୍ଷାଗତ ସଚେତନତା କାର୍ଯ୍ୟକ୍ରମ ଏବଂ ଏହା କାହଁିକି ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସମ୍ୟକ୍‌ ସୂଚନା ଦିଆଯାଇଛି। ଅତିଥି ଶିଳ୍ପୀ କେଶୁ ଦାସ ଓ ଡ. ସିଦ୍ଧାର୍ଥ ପତି ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସାର୍କ ହେଉଛି ସାମୁଦ୍ରିକ ମାଛ ଯାହାକି ୪୦୦ ମିଲିୟନ ବର୍ଷ ପୂର୍ବରୁ ଅବସ୍ଥାନ କରିଛି। ସମଗ୍ର ପୃଥିବୀରେ ୪୫୦ ପ୍ରଜାତିରୁ ଅଧିକ ସଂଖ୍ୟାରେ ଏମାନେ ଦେଖିବାକୁ ମିଳନ୍ତି। ଏମାନଙ୍କୁ ମଧ୍ୟ ଶିକାରୀ ମାଛ କୁହାଯାଏ। ସାର୍କର ଲାଞ୍ଜ ଏହାର ଭାରସାମ୍ୟ, ଗତି, ବେଗ ଏବଂ ଦିଗ ନିର୍ଣ୍ଣୟରେ ସହାୟକ ହୋଇଥାଏ। ବହୁତ ପ୍ରଜାତିର ସାର୍କ ମଧ୍ୟରୁ କିଛି ହେଉଛନ୍ତି ଟାଇଗର୍‌ ସାର୍କ, ବୁଲ୍‌ ସାର୍କ, ଗ୍ରେଟ୍‌ ହ୍ବାଇଟ୍‌ ସାର୍କ, ମାକୋ ସାର୍କ। ସାର୍କର ଅନେକ ପ୍ରାଧାନ୍ୟତା ଅଛି, ଯେପରିକି ଏହା ସାମୁଦ୍ରିକ ପରିପାର୍ଶ୍ୱକୁ ସୁନ୍ଦର ଏବଂ ସୁସ୍ଥ ରଖିଥାଏ। ସେମାନେ କିଛି ମାଛ ସଂଖ୍ୟାକୁ ସନ୍ତୁଳନ କରି ରଖିଥାନ୍ତି ଏବଂ ମୃତ ଜୀବଜନ୍ତୁଙ୍କ କବଳରୁ ସମୁଦ୍ରକୁ ସ୍ବଚ୍ଛ ରଖିବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?