ପାର୍କିଂ ୟାର୍ଡରୁ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳିଙ୍ଗନଗର,୬।୧୨ (ଡି.ଏନ୍‌.ଏ.)- କଳିଙ୍ଗନଗର ଶିଳ୍ପାଞ୍ଚଳ ସାତବାଇଁଶିଆ ଛକ ନିକଟ ଏକ ଘରୋଇ ଟ୍ରକ୍‌ ପାର୍କିଂ ୟାଡ୍‌ରୁ ଗୁରୁବାର ଦାନଗଦୀ ପୋଲିସ ଜଣେ ଟ୍ରେଲର ହେଲ୍‌ପରଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣ ହେଲେ ବିହାରର କୁମୁଡା ଥାନା ସିତାମ୍ବରୀ ଜିଲା ବିସିନିପୁର ଗ୍ରାମର ପାରସନାଥ ମିଶ୍ରାଙ୍କ ପୁଅ ବିଚୁ ମିଶ୍ରା(୩୨) । ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪୧୯/୧୯) ରୁଜୁକରି ଦାନଗଦୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୁଧବାର ରାତିରେ ପାର୍କିଂ ୟାର୍ଡରେ ଥିବା ମାଲ ବୋଝେଇ ଟ୍ରେଲ୍‌ର (ଓଡି୧୯ପି ୫୯୩୧) ତଳୁ ଦୁର୍ଗନ୍ଧ ବାହାରୁଥିଲା। ଅନ୍ୟ ଗାଡି ଡ୍ରାଇଭରମାନେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଏକ ମୃତଦେହ ପଡିଥିବା ଦେଖିଥିଲେ। ଏ ନେଇ ସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ। ପରେ ସୁରକ୍ଷା କର୍ମୀ ଦାନଗଦୀ ପୋଲିସକୁ ଅବଗତ କରିଥିଲେ। ଖବର ପାଇ ଦାନଗଦୀ ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ତେବେ ପାର୍କିଂ ୟାର୍ଡରେ କଡ଼ାକଡି ସୁରକ୍ଷା ବ୍ୟବସ୍ଥା ରହିଥିଲେ ମଧ୍ୟ ହେଲ୍‌ପରଙ୍କ ମୃତ୍ୟୁ ବିଷୟରେ କେହି ନ ଜାଣି ପାରିବା ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରେଲର ଡ୍ରାଇଭର ଫେରାର ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ଏଠାରେ ଜଣେ ଟ୍ରେଲର ହେଲ୍‌ପରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ବାରିପଦା ଅଫିସ,୩ା୩: ଶୁକ୍ରବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦ୍ବିତୀୟ ଦିନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଛନ୍ତି। ରାଇରଙ୍ଗପୁର ସଡ଼କ ପଥରେ ବାହାରି...

ଖେଳପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚିକିଟି,୩୧ା୧୨(ଡି.ଏନ.ଏ.)-କେ.ନୂଆଗାଁ ଥାନା ନୂଆପଡ଼ା ଗ୍ରାମ ନିକଟରେ ଥିବା ଖେଳପଡ଼ିଆ ପରିସରରୁ ମଙ୍ଗଳବାର ନୂଆପଡା ଫାଣ୍ଡି ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ...

ଥାଇ ନ ଥିବା ପରି ରାସ୍ତା, ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ସୁନାବେଡ଼ା/ସେମିଳିଗୁଡ଼ା, ୧୭ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ) ଭବିଷ୍ୟତର ପ୍ରଶାସନିକ ଅଧିକାରୀ ସୃଷ୍ଟି ଉଦ୍ଦେଶ୍ୟରେ ସେମିଳିଗୁଡ଼ାଠାରେ କିଛିଦିନ ପୂର୍ବରୁ ପ୍ରତିଷ୍ଠା ହୋଇଛି ଶହୀଦ ଲକ୍ଷ୍ମଣ ନାୟକ ପ୍ରତିଯୋଗିତାମୂଳକ...

ହେଉନି ଦାବି ପୂରଣ: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି ନେଲେ କର୍ମୀ

ସୋରଡା,୨୦।୧୧(ଡି.ଏନ୍‌.ଏ.): ସୋମବାରଠାରୁ ବନ୍ଦ ରହିବ ସୋରଡ଼ା ବ୍ଲକର ୨୬ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ୨୫୮ ଅଙ୍ଗନଓ୍ବାଡି କେନ୍ଦ୍ର । ପ୍ରଭାବିତ ହେବେ ୭ ହଜାରରୁ...

ଜଙ୍ଗଲରେ ଚଲାଇଥିଲେ ଆଶ୍ରମ, ବାନ୍ଧିନେଲା ପୋଲିସ

ପରଜଙ୍ଗ,୨୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବୁଧବାର ଖଣ୍ଡିଆ ବାବାଙ୍କୁ...

ବାଲୁକା ଶିଳ୍ପୀ ନାରାୟଣ ପ୍ରସାଦ ବେହେରାଙ୍କୁ ଉଚ୍ଚ ପ୍ରଶଂସା

ବାଲିଆ,୮ା୧୨: କୋଣାର୍କ ମହୋତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନ ବ୍ୟାପୀ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରିଡି ବ୍ଲକ ଅଧୀନ ମଧ୍ୟଶାସନ...

ଟ୍ରେଲରରୁ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର, ୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୩୧ା୩- ୧୬ ନଂ. ଜାତୀୟ ରାଜପଥ ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରେଲରକୁ ସୋମବାର ସନ୍ଧ୍ୟାରେ ପରିବହନ ବିଭାଗ ଜବତ କରିଛି। ଉକ୍ତ...

ବୋଲେରୋରେ ଚାଲାଣ ହେଉଥିଲା ଦେଶୀ ରନ୍ଧା ମଦ, ପାଟ୍ରୋଲିଂବେଳେ ଧରିଲା ପୋଲିସ

ଭଦ୍ରକ ଅଫିସ,୪ା୭: ଜିଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଏକ ସ୍ବତନ୍ତ୍ର ଟିମ୍‌ ବାସୁଦେବପୁର ଥାନା ଅନ୍ତର୍ଗତ ଟେରା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ...

Advertisement
Archives

Model This Week