ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ. ଦ୍ୱିତୀୟ ଶତାଦ୍ଦୀର ଏ୍ୟତିହାସିକ ପାରାଭାଡ଼ି ସ୍ତୂପ ଆବିଷ୍କୃତ ହୋଇଥିଲା। କେବଳ ପାରାଭାଡ଼ି ସ୍ତୂପ ନୁହେଁ, ବୌଦ୍ଧ ଯୁଗୀୟ ହାତୀ ଗୁମ୍ଫା ସହ ବହୁ ପ୍ରାଚୀନ ମୂର୍ତ୍ତୀ ଆବିଷ୍କାର କରାଯାଇଥିଲା। ସେଥିପାଇଁ ସମ୍ପୃକ୍ତ ପାହାଡ଼ଟିକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ସଂରକ୍ଷିତ ତାଲିକାରେ ରଖାଯାଇଛି। ଏହାବାଦ ଏହି ପାହାଡ଼ର କୌଣସି ସ୍ଥାନରୁ ଖନନ କରାଯାଇପାରିବ ନାହିଁ ବୋଲି ଜିଲା ପ୍ରଶାସନ ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ଏହାସତ୍ତ୍ୱେ କେତେକ ପାହାଡ଼ ମାଫିଆ ଏଠାରୁ ବେଆଇନଭାବେ ଖନନ କରି ବାହାରକୁ ମୋରମ ଓ ବୋଲଡର ଚୋରା ଚାଲାଣ କରୁଛନ୍ତି।
ତହସିଲ ଅଧୀନ ୫୩ନଂ ଜାତୀୟ ରାଜପଥ କଡ଼ରେ ବନ୍ଦରେଶ୍ୱର ରାଜସ୍ବ ଗ୍ରାମ ମଧ୍ୟରେ ରହିଛି ଏହି ପାରାଭାଡ଼ି ପାହାଡ଼। ଏହାକୁ ବନ୍ଦରେଶ୍ୱର ପାହାଡ଼ ବୋଲି ମଧ୍ୟ କୁହାଯାଏ। ପାହାଡ଼ ଶିଖରରେ ପା୍ରଚୀନ ବୌଦ୍ଧ ସ୍ତୂପ ପାରାଭାଡ଼ି ରହିଥିବାବେଳେ ଏହାର ପାଦଦେଶରେ ଲଙ୍ଗୁଳି ମଠ ରହିଛି। ଗତ ୨୦୦୬ରେ ଏହି ପାହାଡ଼କୁ ଦର୍ପଣ ତହସିଲ ତରଫରୁ ଲିଜ ଦିଆଯାଇଥିବାବେଳେ ଏହାକୁ ବନ୍ଦ କରିବା ପାଇଁ ‘ବୁଦ୍ଧାୟନ’ ତରଫରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏହାର ବିଚାର କର ହାଇକୋର୍ଟ ଯାଜପୁର ଜିଲା ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ ବିଭାଗକୁ ମିଳିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମିଳିତ ଭାବେ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ପାହାଡ଼ରୁ ଆଦୌ ଖନନ କରାଯିବ ନାହିଁ ବୋଲି ତତ୍କାଳୀନ ଯାଜପୁର ଜିଲାପାଳ ଶାଶ୍ୱତ ମିଶ୍ର ହାଇକୋର୍ଟକୁ ଜଣାଇଥିଲେ। ଏହାପରେ ସମ୍ପୃକ୍ତ ପାହାଡ଼ର ଖନନ ବନ୍ଦ କରାଯାଇଥିଲା। ଭାରତୀୟ ପ୍ରତ୍ନତ୍ତ୍ୱ ବିଭାଗ ଅଧୀନରେ ଏହାର ୨ଶହ ଏକର ରହିଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଲଙ୍ଗୁଳି ମଠ ପାଇଁ ୫ଏକର ପରିମିତ ଜମି ରହିଛି। ଏହାର ପରିସୀମାରୁ ୨ଶହ ମିଟର ବାଦ ଦେବା ପରେ ପାହାଡ଼ର କୌଣସି ଅଂଶକୁ ଖନନ କରାଯାଇ ପାରିବ ନାହିଁ ବୋଲି ସେତେବେଳେ ହାଇକୋର୍ଟଙ୍କ ତରଫରୁ ନିର୍ଦ୍ଦେଶନାମା ମିଳିଥିଲା। ତେବେ ଏହି ପାହାଡ଼ର କୌଣସି ସ୍ଥାନ ଲିଜ ଦିଆଯାଇ ନ ଥିବାବେଳେ ଲଙ୍ଗୁଳି ମଠ ନିକଟରୁ ବେଆଇନଭାବେ ଖନନ କରି ଶହ ଶହ ଟ୍ରିପ ମୋରମ ଓ ବୋଲଡର ଚୋରା ଚାଲାଣ କରାଯାଉଛି। ଏଥିପ୍ରତି ପ୍ରଶାସନ ତରଫରୁ ଦୃଷ୍ଟି ଦିଆଯାଉ ନାହିଁ। ଏପରିକି ଏହାର ମାତ୍ର ୫ଶହ ମିଟର ଦୂରରେ ବନ୍ଦରେଶ୍ୱର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଥିବାବେଳେ ସେ କିପରି ଜାଣିପାରୁ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହି ବେଆଇନ ଖନନକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରେ, ସମ୍ପୃକ୍ତ ପାହାଡ଼ର କୌଣସି ସ୍ଥାନ ଲିଜ ଦିଆଯାଇ ନାହିଁ। ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

ଆସନ୍ତା ୧୯ରେ ପୁରୀ ଆସିବେ ରାଷ୍ଟ୍ରପତି!

ପୁରୀ ଅଫିସ,୮।୨: ଚଳିତ ମାସରେ ପୁରୀ ଆସିପାରନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଫେବୃୟାରୀ ୧୯ରେ ପୁରୀ ଆସିବେ। ଦିନକ...

ବିଦ୍ୟୁତ୍‌ ତାର ଲାଗି ଶ୍ରମିକଙ୍କ ମୃତ୍ୟୁ, ରାସ୍ତାରୋକୋ

ଚିକିଟି,୨୮ା୭(ଡି.ଏନ.ଏ.) -କେ.ନୂଆଗାଁ ଥାନା ଚିକିଟିପେଣ୍ଠ ବ୍ରହ୍ମାନଗର ସାହିରେ ଶନିବାର ମଧ୍ୟାହ୍ନରେ ଘରକାମ ଚାଲିଥିବାବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟିପେଣ୍ଠ...

ଦିବ୍ୟାଙ୍ଗ ଶିଶୁ ଖୋଜୁଛି ସହାୟତାର ହାତ

ଖପ୍ରାଖୋଲ, ୩୦ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁର ଗୋକୁଳ ନାୟକ ଓ ଭାରତୀଙ୍କ ୪ବର୍ଷର ଝିଅ ଅର୍ଚ୍ଚନା। ଜନ୍ମର କେଇଟା ଦିନ...

ଭଦ୍ରକରେ ପୁଣି ୨ ପଜିଟିଭ୍‌ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା, ଦୁଇଜଣ ଯାକ ସୁରଟ ଫେରନ୍ତା

ଭଦ୍ରକ ଅଫିସ,୮ା୫: ଭଦ୍ରକ ଜିଲାରେ ଶୁକ୍ରବାର ସକାଳୁ ପୁଣି ଦୁଇ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ବାସୁଦେବପୁର ମ୍ୟୁନିସିପାଲିଟିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ...

ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ: ଜଳିଗଲା ୩ ଗୋଦାମ

ଭଦ୍ରକ ଅଫିସ, ୪।୬: ଭଦ୍ରକ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବଜାରର ୩ ଗୋଦାମ ଗୃହ ଜଳିଯାଇଛି। ଗୋଦାମ ଗୃହରେ...

ଉତ୍ତେଜନା ବଢ଼ାଇଲା ପିଏମ୍‌-ଆବାସ

ଛେଣ୍ଡିପଦା, ୧୮।୧(ସ୍ବ.ପ୍ର.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକାଶିତ ତାଲିକାକୁ ନେଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ବହୁ ଯୋଗ୍ୟ ହିତାଧିକାରୀ...

ସାନିଟାଇଜ ହେଲା ପରିବା ବଜାର

ସମ୍ବଲପୁର,୬।୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସହରରେ ଅସ୍ଥାୟୀ ଭାବେ ପରିବା ବଜାର ବସୁଛି । ଏହାକୁ ପର୍ଯ୍ୟାୟକ୍ରମେ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ପକ୍ଷରୁ...

Advertisement
Archives

Model This Week