ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆନ୍ଦୋଳନ ପରେ ମିଳିଲା ନିଶୁଳ୍କ ଚିକିତ୍ସା: ତଥାପି କିଣିବାକୁ ପଡୁଛି ଔଷଧ

ପାରାଦୀପ,୧୧ା୮(ସ୍ବ.ପ୍ର.): ପାରାଦୀପ ବନ୍ଦର ଚିକିତ୍ସାଳୟରେ ଆଉ ଟିକେଟ କାଟିବା ପାଇଁ ରୋଗୀଙ୍କୁ ଟଙ୍କା ଦେବାକୁ ପଡିବ ନାହିଁ। ଅର୍ଥାତ ସାଧାରଣ ଲୋକ ମଧ୍ୟ ଉକ୍ତ ଚିକିତ୍ସାଳୟରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଭଳି ନିଃଶୁଳ୍କ ସେବା ପାଇପାରିବେ। ଏପରି ହେବା ପଛରେ ଭୁତମୁଣ୍ଡାଇଠାରେ ପ୍ରସ୍ତାବିତ ଟ୍ରକ୍‌ ଟର୍ମିନାଲକୁ ବିରୋଧ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନର ପ୍ରଭାବ ରହିଛି ବୋଲି କୁହାଯାଉଛି। ପ୍ରକାଶ ଯେ, ୧୯୭୦ ଦଶକରୁ ପାରାଦୀପ ବନ୍ଦର ଚିକିତ୍ସାଳୟ ଚାଲିଥିଲେ ହେଁ ଏହା କେବଳ ବନ୍ଦର କର୍ମଚାରୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିଲା। ୬୪ ଶଯ୍ୟା ବିଶିଷ୍ଟ ଉକ୍ତ ଚିକିତ୍ସାଳୟରେ ପ୍ରାୟ ଅଧିକାଂଶ ବିଭାଗର ଡାକ୍ତର ରହୁଥିଲେ। ବନ୍ଦର କର୍ମଚାରୀଙ୍କୁ ଚିକିତ୍ସା ଓ ଔଷଧ ସବୁ ମାଗଣା ମିଳୁଥିଲା। ପର୍ଯ୍ୟାୟକ୍ରମେ ବନ୍ଦର କର୍ମଚାରୀ ହ୍ରାସ ପାଇବା ଓ ବନ୍ଦର ବ୍ୟବହାରକାରୀଙ୍କ ସଂଖ୍ୟା ବଢିବା ପରେ ଉକ୍ତ ଚିକିତ୍ସାଳୟରେ କେତେକ ବାହାର ଲୋକ ଡାକ୍ତରୀ ପରାମର୍ଶ ସୁଯୋଗ ପାଇଲେ। ଉପରିସ୍ଥ ଅଧିକାରୀଙ୍କ ସ୍ବୀକୃତି ଓ ଚିକିତ୍ସାଳୟର ଆବଶ୍ୟକ ଅର୍ଥ ଭରଣା କରିବା ପରେ ଉକ୍ତ ସୁବିଧା ମିଳୁଥିଲା। ଏହା ମଧ୍ୟରେ ବନ୍ଦର ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ହୋଇପଡିଲାଣି। ୬୪ ଶଯ୍ୟା ଥିଲେ ହେଁ ଆଉ ରୋଗୀ ସଂଖ୍ୟା ପୂର୍ବପରି ନାହିଁ। ବିଶେଷଜ୍ଞ ଡାକ୍ତରଙ୍କୁ ଏବେ ବାହାରୁ ମେଡିକାଲ କର୍ତ୍ତୃପକ୍ଷ ସୀମିତ ସମୟ ପାଇଁ ଚୁକ୍ତିରେ ଆଣୁଛନ୍ତି। ତେଣୁ ବନ୍ଦର ଚିକିତ୍ସାଳୟରେ ରୋଗୀ ସେବା ପୂର୍ବପରି ନାହିଁ କହିଲେ ଚଳେ। ଏବେ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୩୦ରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ଘରୋଇ ମେଡିକାଲ ସହ ଚୁକ୍ତି କରିଛନ୍ତି। ତେଣୁ ବନ୍ଦର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଏହି ସୁବିଧାରେ ପ୍ରାୟତଃ ବାହାରେ ଚିକିତ୍ସିତ ହେଉଛନ୍ତି। ଏମିତି ଅବସ୍ଥାରେ ବନ୍ଦର ଚିକିତ୍ସାଳୟରେ ଏବେ ପ୍ରାୟ ସବୁ ବର୍ଗର ଲୋକ ଡାକ୍ତରଙ୍କ ପରାମର୍ଶ ନେଇପାରୁଥିଲେ। ସେଥିପାଇଁ ସେମାନଙ୍କୁ ଆଉଟ୍‌ଡୋର ପରାମର୍ଶ ପାଇଁ ୧୦ରୁ ୩୦ ଟଙ୍କା ଦେଇ ଟିକେଟ କାଟିବାକୁ ପଡୁଥିଲା। ସେହି ଅର୍ଥ ଇ-ପେମେଣ୍ଟ ବା ଡେବିଟ୍‌ କାର୍ଡ ମାଧ୍ୟମରେ ଦେବା ଅନିବାର୍ଯ୍ୟ ଥିଲା। ଏହା ଦ୍ୱାରା ଅଧିକାଂଶ ଲୋକ ଡେବିଟ୍‌ କାର୍ଡ ନ ଥିବାରୁ ଡାକ୍ତରଙ୍କୁ ଭେଟିପାରୁ ନ ଥିଲେ। ଏହି ସମୟରେ କୁଜଙ୍ଗ ଅଞ୍ଚଳରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ଦାବି ଜୋର ଧରିଛି। ଖୋଦ୍‌ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ୨୦୧୩ରୁ ଏକ ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ସତ୍ତ୍ୱେ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ପାରାଦୀପ ବନ୍ଦର ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭୁତମୁଣ୍ଡାଇଠାରେ ଏକ ଟ୍ରକ୍‌ ଟର୍ମିନାଲ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି। ଏହାର ସମାଧାନ ପାଇଁ ଗତ ୧୫ ଦିନ ତଳେ ପ୍ରଶାସନିକ ବୈଠକ ବସିଥିଲା। ସେତେବେଳେ ବନ୍ଦର ଚିକିତ୍ସାଳୟ ପ୍ରସଙ୍ଗ ଉଠିଥିଲା। ଉକ୍ତ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଅର୍ଥ ଦେବାକୁ ପଡୁଥିବା କଥା ଆଲୋଚନା ହେବାରୁ ଉପସ୍ଥିତ ବନ୍ଦର ପ୍ରତିନିଧି ଆଉ ଅର୍ଥ ନେବେ ନାହିଁ ବୋଲି କହିଥିଲେ। ଏହି କ୍ରମରେ ଗତ ୧୫ ଦିନ ହେଲା ବନ୍ଦର ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ଆଉ ଅର୍ଥ ଦେବାକୁ ପଡୁନାହିଁ। କିନ୍ତୁ ଔଷଧ ବାହାରୁ କିଣିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ

ଭବାନୀପାଟଣା, ୧୯।୮ (ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି...

ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍‌

କଟକ ଅଫିସ,୩।୫: କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍‌ ଲଗାଯାଇଛି। ଇଡ୍‌କୋ ଜାଗାରେ ଥିବା ତାଙ୍କ ଏହି ଘରକୁ ଭାଙ୍ଗିବାକୁ  ନୋଟିସ ଜାରି ହୋଇଛି।...

ପରିଣତ ବୟସରେ ସକ୍ଷମ

କେନ୍ଦୁଝର, ୫।୭(ସ୍ବ.ପ୍ର.)-ଯେଉଁ ବୟସରେ ନାତିନାତୁଣୀଙ୍କ ସହ ଖେଳାବୁଲା କରିବା କଥା ଓ ଘରେ ବିଶ୍ରାମ କରିବା କଥା ସେହି ବୟସରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଠାକୁରଡିହି...

ସାବିତ୍ରୀ ପାଇଁ ବଜାର ଦର ଆକାଶଛୁଆଁ

ଖଣ୍ଡପଡ଼ା,୩୧ା୫(ସ୍ବ.ପ୍ର.)-୨ଦିନ ପରେ ସାବିତ୍ରୀ ବ୍ରତ। ଏଥିପାଇଁ ରାସ୍ତା ପାର୍ଶ୍ୱ, ସାହି, ବସ୍ତି, ଛକ ଓ ବଜାରରେ ଫଳ ବ୍ୟବସାୟୀ ପସରା ମେଲାଇଛନ୍ତି। ଶାଢ଼ି, ଚୁଡ଼ି, କସମେଟିକ୍ସ...

ଅଧ୍ୟକ୍ଷ ପଦକୁ ନେଇ ଉତ୍କଣ୍ଠା

ଯୋଡ଼ା,୫ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସଙ୍ଗଠନକୁ ସୁଦୃଢ଼ କରି କିପରି...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପରିବାରର ୪ ସଦସ୍ୟ

ବ୍ରହ୍ମପୁର ଅଫିସ,୮ା୪-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ...

ପାରିବାରିକ କଳହର କରୁଣ ପରିଣତି: ନିଃସନ୍ତାନ ଦମ୍ପତି ନେଲେ ଏଭଳି ଚରମ ନିଷ୍ପତ୍ତି

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ଭଞ୍ଜ ସାହିର ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ...

ଯୁବକଙ୍କୁ ଗଳାକାଟି ହତ୍ୟା: ପୂର୍ବଶତ୍ରୁତା ସନ୍ଦେହ

ବ୍ରହ୍ମପୁର ଅଫିସ,୧୭।୬: ସଦର ଥାନା ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମ ନିକଟ ଏକ କେନାଲରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।...

Advertisement
Archives

Model This Week