ପାରାଦୀପରେ ହ୍ରାସ ପାଉଛି ଜନସଂଖ୍ୟା

ପାରାଦୀପ,୧୧ା୭(ସ୍ବ.ପ୍ର.): ବିଶ୍ୱର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଏବେ ସବୁ ଦେଶରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରି କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେତେକ ଦେଶରେ କଡ଼ାକଡି ଆଇନ ପାଳନ କରାଯାଉଛି। ଆମ ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀସ୍ତରରେ ସଚେତନତା ସୃଷ୍ଟି କରାଯାଉଛି। ତେବେ ଉଲ୍ଲେଖନୀୟ କଥା ହେଲା ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଜନସଂଖ୍ୟା ବଢୁଥିବାବେଳେ ପାରାଦୀପରେ ତାହାର ବ୍ୟତିକ୍ରମ ଦେଖାଯାଉଛି। ଅର୍ଥାତ୍‌ ପାରାଦୀପରେ ୨୦୦୧ରୁ କ୍ରମାଗତ ଭାବେ ଜନସଂଖ୍ୟା ହ୍ରାସ ପାଉଛି। ୨୦୦୧ ସରକାରୀ ଜନଗଣନା ଅନୁସାରେ ପାରାଦୀପ ପୌରାଞ୍ଚଳର ଜନସଂଖ୍ୟା ଥିଲା ୭୩,୬୨୫। କିନ୍ତୁ ୨୦୧୧ ଜନଗଣନା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୬୮,୩୧୦ରେ ପହଞ୍ଚତ୍ଥିଲା। ସେଥିରେ ପୁରୁଷ ୩୭,୧୪୬ ଓ ମହିଳା ୩୧୧୬୪ ଥିଲେ। ଅର୍ଥାତ୍‌ ୧୦ ବର୍ଷରେ ୫୩୧୫ ହ୍ରାସ ପାଇଥିଲା। ଏବେ ପୁଣି ୨୦୨୧ ଜନଗଣନା ପାଇଁ ସରକାରୀ ଭାବେ ପ୍ରସ୍ତୁତି ଆରମ୍ଭ ହେଲାଣି। ଏଥିରେ ଆଉ କିଛି ଜନସଂଖ୍ୟା କମିବାର ସମ୍ଭାବନା ଥିବା କୁହାଯାଉଛି। ଏହାର ମୁଖ୍ୟ କାରଣ ହେଉଛି ଘରୋଇକରଣ ଓ ଯାନ୍ତ୍ରିକୀକରଣ। ୨୦୦୧ରେ ପାରାଦୀପ ବନ୍ଦର କର୍ମଚାରୀ ସଂଖ୍ୟା ୭୫୦୦ ଓ ଶ୍ରମିକଙ୍କ ସଂଖ୍ୟା ୧୦ହଜାରରୁ ଊର୍ଦ୍ଧ୍ୱ ଥିଲା। ସମୟ କ୍ରମେ ଏହି ସଂଖ୍ୟା କମିବାରେ ଲାଗିଲା। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ବନ୍ଦର କର୍ମଚାରୀଙ୍କ ସଂଖ୍ୟା ୭୦୦ ମଧ୍ୟରେ ରହିଛି। ସେହିପରି ଶତାଧିକ ଶ୍ରମିକଙ୍କ କାମ ଏବେ ମାତ୍ର ଗୋଟିଏ ମେଶିନ କରୁଛି। ନୂତନ ନିଯୁକ୍ତି ମଧ୍ୟ ନାହିଁ କହିଲେ ଚଳେ। ପାରାଦୀପରେ ଅନେକ ସଂସ୍ଥା ବନ୍ଦ ହୋଇଗଲାଣି। ଶିଳ୍ପ ସଂସ୍ଥାରେ ଯେଉଁମାନେ କାମ କରୁଛନ୍ତି, ସେମାନେ ଠିକା ଶ୍ରମିକ। ଠିକା ସଂସ୍ଥାର କାମ ସରିଲେ ଶ୍ରମିକଙ୍କ ଚାକିରି ଶେଷ। ଏଥିପାଇଁ ଇନ୍ଦିରା ପାର୍କ, ଘନଗଳିଆ, ସାନପଡ଼ିଆ, ପତ୍ରିକା ମହଲ, ନେହେରୁ ବଙ୍ଗଳା ସିଆଇଏସ୍‌ଏଫ୍‌ କମ୍ପ୍ଲେକ୍ସ, ୟୁଗୋସ୍ଲୋଭାକିଆ କଲୋନୀ ପାରାଦୀପ ମାନଚିତ୍ରରୁ ଲିଭିଗଲାଣି। ଏବେ ସେଠାରେ ମେଶିନ ଓ ପଣ୍ୟ ସାମଗ୍ରୀ ଦେଖିବାକୁ ମିଳୁଛି। ଜନସଂଖ୍ୟା ହ୍ରାସ ପାଇବା ଦ୍ୱାରା ପୌର ପାଳିକା ପ୍ରତି ବିପଦ ସୃଷ୍ଟି ହୋଇଛି। ୫୦ହଜାରରୁ ଅଧିକ ଜନସଂଖ୍ୟା ଥିଲେ ପୌର ପାଳିକା ଓ କମ୍‌ ଥିଲେ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ନିୟମ ରହିଛି। ୨୦୨୧ ଜନଗଣନାରେ ଯଦି ଜନସଂଖ୍ୟା ହ୍ରାସ ପାଏ, ତେବେ ପାରାଦୀପ ପୁଣି ବିଜ୍ଞାପିତ ଅଞ୍ଚଳ(ଏନ୍‌ଏସି) ହୋଇପାରେ। ୧୯୭୯ରେ ପାରାଦୀପକୁ ଏନଏସି ମାନ୍ୟତା ମିଳିଥିଲା। ୨୦୦୨ରେ ପୌର ପାଳିକା ମାନ୍ୟତା ମିଳିଲା। ୨ବର୍ଷ ହେଲା ପୌର ପାଳିକାକୁ ବିସ୍ତାର କରିବାକୁ ଉଦ୍ୟମ ଚାଲିଛି। ଇଫ୍‌କୋ, ତୈଳ ବିଶୋଧନାଗାର, ମୂଷାଡିଆ, ବିଜୟଚନ୍ଦ୍ରପୁର, ଉଦୟ ବିହାର, ଗଡ଼ ପଞ୍ଚାୟତ ଅଞ୍ଚଳକୁ ସାମିଲ କରାଯିବ ବୋଲି ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ କହୁଛନ୍ତି। ଏହା ହେଲେ ଜନସଂଖ୍ୟା ବଢିଯିବ। ନଚେତ ମ୍ୟୁନିସିପାଲିଟିରୁ ଏନ୍‌ଏସି ହେବାକୁ ଏଡାଇ ଦିଆଯାଇ ନ ପାରେ। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି କହିଛନ୍ତି ଯେ, ବନ୍ଦରାଞ୍ଚଳ ସୀମା ଭିତରେ ପୌର ପରିଷଦର ସୀମା। ବନ୍ଦର କର୍ମଚାରୀ ହ୍ରାସ ପାଇବାରୁ ସେମାନେ ଗଁାକୁ ପଳାଉଛନ୍ତି। ତେଣୁ ଜନସଂଖ୍ୟା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri