ପାରାଦୀପରେ ମାରାତ୍ମକ: ପ୍ରଦୂଷଣ ପ୍ରସଙ୍ଗ ସବୁ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ

ପାରାଦୀପ, ୮।୨ (ସ୍ବ.ପ୍ର.): ରାଜ୍ୟର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ସମେତ ଏସିଆର ବୃହତ୍‌ ସାର କାରଖାନା ଓ ବୃହତ୍‌ ବିଶୋଧନାଗାର ରହିଛି। କିନ୍ତୁ ଏବେ ପାରାଦୀପ ପ୍ରଦୂଷଣ କ୍ଷେତ୍ରରେ ରାଜ୍ୟର ୧ ନଂ. ସ୍ଥାନ ଓ ମାରାତ୍ମକ ପ୍ରଦୂଷିତ ଅଞ୍ଚଳ ବୋଲି ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ୧୫ ବୃହତ୍‌ ଶିଳ୍ପକୁ ୫ ବର୍ଷ ହେଲା ବୋର୍ଡ ପକ୍ଷରୁ କୁହାଯାଉଥିଲେ ବି ଏହାକୁ ଅଣଦେଖା କରାଯିବା ଏବେ ସବୁ ଶିଳ୍ପସଂସ୍ଥା ପାଇଁ ଘାତକ ସାଜିଛି। ଫଳରେ ରାଜ୍ୟ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଆଧାରରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୭ଟି ବୃହତ୍‌ ଶିଳ୍ପସଂସ୍ଥାକୁ ୧ କୋଟି ଟଙ୍କା ଲେଖାଏ ଜରିମାନା ଦେବା ପାଇଁ ଗତ ଜାନୁୟାରୀ ୨୯ ତାରିଖରେ ଚିଠି (ନଂ.-୯୯୫) ଆସଛି। ୨୦୧୯ ନଭେମ୍ବର ୧୪ରେ ଏନ୍‌ଜିଟି ଅର୍ଡର (୧୦୩୮/୨୦୧୮) ସେକ୍ସନ ୩୧ ଏ, ବାୟୁ (ପ୍ରିଭେନଶନ ଆଣ୍ଡ୍‌ କଣ୍ଟ୍ରୋଲ ଅଫ୍‌ ପଲ୍ୟୁଶନ) ଆଇନ ୧୯୮୧, ସେକ୍ସନ ୩୧ ଏ, ଜଳ ଆଇନ ୧୯୭୪ ଅନୁସାରେ ଏହି ଜରିମାନା ଲାଗୁ କରାଯାଇଥିବା ନୋଟିସ୍‌ରେ ଦର୍ଶାଯାଇଛି। ୧ କୋଟି ଲେଖାଏ ଜରିମାନା ନୋଟିସ୍‌ ପାଇଥିବା ଶିଳ୍ପସଂସ୍ଥା ହେଲେ ପାରାଦୀପ ବନ୍ଦର, ଏସାର ଷ୍ଟିଲ, ଏସାର ପାଓ୍ବାର, ପିପିଏଲ୍‌, ଇଫ୍‌କୋ, ପାରାଦୀପ ତୈଳ ବିଶୋଧନାଗାର ଓ ଗୋଆ କାର୍ବନ।
ସେହିପରି ୨୫ରୁ ୫୦ ଲକ୍ଷ ଟଙ୍କା ଜରିମାନା ନୋଟିସ୍‌ ପାଇଥିବା ସଂସ୍ଥା ଗୁଡ଼ିକ ହେଲା, ଅବିନବେଉ ଲିମିଟେଡ୍‌ (ବିଅର ଫ୍ୟାକ୍ଟ୍ରି), ସେଞ୍ଚୁରୀ ପ୍ଲାଜା, ଗୋଲ୍‌ଡେନ୍‌ ଆଙ୍କର, ଆରିଷ୍ଟୋକାଟ୍‌, ନନ୍ଦିଘୋଷ ଓ ଇଣ୍ଟରନ୍ୟାଶନାଲ ହୋଟେଲ। ୨୦୧୫ ରୁ ୨୦୨୦ ବର୍ଷ ପାଇଁ (୩୧।୧୨।୨୦୧୯) ମଧ୍ୟରେ ଏହି ସବୁ ଶିଳ୍ପ ସଂସ୍ଥାର ଜଳ ଓ ବାୟୁ ରିପୋର୍ଟ ଲଗାତର ବୃଦ୍ଧି ପାଇଛି। ୨୦୧୫ରୁ ପାରାଦୀପକୁ ପିଆଇଏ (ପଲ୍ୟୁଟେଡ୍‌ ଇଣ୍ଡଷ୍ଟ୍ରିଆଲ ଏରିଆ) ଭାବେ ଘୋଷଣା କରାଯାଇଥିବା ବେଳେ ୨୦୧୬ରେ ରେଡ (ନାଲି) କ୍ୟାଟେଗୋରି ବୋଲି କୁହାଗଲା। ୨୦୧୯ ସେପ୍ଟେମ୍ବର ୧୯ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରଣାଳୟ (ଚିଠି ନଂ. ୧୭୬୭୪) ପାରାଦୀପକୁ କ୍ରିଟିକାଲ ପଲ୍ୟୁଟେଡ୍‌ ଏରିଆ ବୋଲି ଘୋଷଣା କରିଥିଲା।
ତେଣୁ ଏବେ ଏନ୍‌ଜିଟି ପକ୍ଷରୁ ବିଭିନ୍ନ ଶିଳ୍ପସଂସ୍ଥାକୁ ଜରିମାନା ନୋଟିସ୍‌ ଜାରି କରାଯାଇଥିବା ବେଳେ ୧୫ଦିନ ମଧ୍ୟରେ ଜରିମାନା ରାଶି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କ ନିକଟରେ ଜମା କରିବା ପାଇଁ କୁହାଯାଇଛି। କିନ୍ତୁ ଶୁକ୍ରବାର ସୁଦ୍ଧା କୌଣସି ଶିଳ୍ପସଂସ୍ଥା ଜରିମାନା ଅର୍ଥ ଜମା କରିନାହାନ୍ତି ବୋଲି ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। କେତେକ କମ୍ପାନୀ ଜରିମାନା ଅର୍ଥ ଭରଣା କରିବେ ବୋଲି କହୁଥିବା ବେଳେ ଆଉ କେତେକ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହୁଛନ୍ତି। କିନ୍ତୁ ଏହି ନୋଟିସ୍‌ ଜାରି ହେବା ପରେ ଏବେ କେତେକ କମ୍ପାନୀ ପକ୍ଷରୁ ସର୍ବାଧିକ ଧୂଳି ଉଡୁଥିବା ଅଠରବାଙ୍କି, ତାରିଗଡ଼ା, ଜଳାଶୟ ପାଖ ରାସ୍ତାରେ ନିୟମିତ ସଫେଇ କରାଯାଉଥିବା ଦେଖାଯାଉଛି। ଏହାସତ୍ତ୍ୱେ ପ୍ରଦୂଷଣ ଆସ୍ତରଣ ସେତେଟା କମି ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଝଟ୍‌କା: ହୁ ହୁ ବଢିବ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ପେଟ୍ରୋଲ ଏବଂ ଡିଜେଲର ପ୍ରାରମ୍ଭିକ ମୂଲ୍ୟ ବୃଦ୍ଧିକୁ ନେଇ ପୂର୍ବରୁ କେତେକ ଖାଦ୍ୟ ସାମଗ୍ରୀ ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ଇତି…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବର୍ଷେ

ନୂଆଦିଲ୍ଲୀ ,୧୩ା୬: ଗତବର୍ଷ ଜୁନ୍‌ ୧୨ରେ ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଚଳିତ…

ଆକ୍ରମଣ ସ୍ଥଗିତ, ଟ୍ରମ୍ପ୍‌ ଅସ୍ପଷ୍ଟ

ଦୁବାଇ/ଓ୍ବାଶିଂଟନ/ପ୍ୟାରିସ୍‌ ,୧୩ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ…

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ବିଶ୍ୱ ବ୍ୟବସାୟ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ଏଲନ ମସ୍କ: ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ…

ନୂଆଦିଲ୍ଲୀ/ଶିକାଗୋ,୧୩ା୬(ରଏଟର୍ସ):ବିଶ୍ୱ ବ୍ୟବସାୟ ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗୀ ତଥା ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୁଖ୍ୟ ଏଲନ୍‌ ମସ୍କ ବିଶ୍ୱର ପ୍ରଥମ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଜୀବନ ରକ୍ଷାକାରୀ ମେଡିସିନ ଦର ୫୦% ବଢ଼ାଇଲେ ସରକାର: କ୍ୟାନ୍‌ସର ଔଷଧ, ଟିଟାନସ୍‌ ମହଙ୍ଗା

ନୂଆଦିଲ୍ଲୀ,୧୩ା୬(ଏଜେନ୍ସି):ରନ୍ଧନ ଗ୍ୟାସ (ଏଲ୍‌ପିଜି), ପେଟ୍ରୋଲ ଓ ଡିଜେଲ ପରେ ଏବେ ଜୀବନ ରକ୍ଷାକାରୀ ଜରୁରିକାଳୀନ ଔଷଧ ଉପରେ ପଶ୍ଚିମ ଏସିଆ ଯୁଦ୍ଧର ସାଙ୍ଘାତିକ ପ୍ରଭାବ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri