ପାରଳାଖେମୁଣ୍ଡିଠାରେ ହେବ ଗୋପୀନାଥ ଗଜପତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ରାଜକୀୟ ଅନ୍ତିମ ସଂସ୍କାର ଶୁକ୍ରବାର ପାରଳାଖେମୁଣ୍ଡିଠାରେ କରାଯିବ। ଗଜପତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ। ତେବେ ତାଙ୍କ ସ୍ଥାନରେ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପାରଳା ମହାରାଜାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ୨୦୧୬ରୁ ପାରଳା ମହାରାଜାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା। ତେଣୁ ତାଙ୍କୁ ପ୍ରଥମେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିଥିଲା। କିନ୍ତୁ ପୁଣିଥରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୨୦୧୭ ଜାନୁୟାରୀରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଶୁକ୍ରବାର ଭୋର ୪ଟା ୨୦ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫଳତାର ସହ ମହିଳାଙ୍କ କହୁଣି ପ୍ରତିରୋପଣ

ଜଟଣୀ,୧୬ା୪(ଡି.ଏନ.ଏ.): ଜଟଣୀସ୍ଥିତ ରେଲୱେ ମେଡିକାଲରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କ ଭାଙ୍ଗି ଯାଇଥିବା ବାମ ହାତ କହୁଣି ସଫଳତାର ସହ ଅସ୍ତ୍ରୋପଚାର ଦ୍ୱାରା ପୟତିରୋପଣ କରାଯାଇଛି।...

‘ଅଧିକ ଲୋକ, ମେଶିନ ନିୟୋଜନ କର’

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ସରକାର ଏବେ ତତ୍ପରତା ଦେଖାଉଛନ୍ତି। ପ୍ରତିଦିନ ଏନେଇ ସମୀକ୍ଷା ମଧ୍ୟ କରାଯାଉଛି। ମଙ୍ଗଳବାର...

ନିର୍ବାଚନ ପୂର୍ବରୁ ସିବିଆଇ ତଦନ୍ତ ଧାରାରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ସିବିଆଇ ତଦନ୍ତ ସମ୍ପର୍କରେ ବିଜୁ ଜନତା ଦଳର ମୁଖପାତ୍ର ଲେଲିନ ମହାନ୍ତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତ ୭ ବର୍ଷ ଧରି...

୨ ବର୍ଷ ବିତିଲା, ମିଳିନି ପିଠା ଅର୍ଥ

କଟକ ସଦର, ୧୦ା୫ (ଡି.ଏନ.ଏ.):୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତରେ ପିଠା (ପିପୁଲ୍‌ସ ଏମ୍‌ପାଓ୍ବାରମେଣ୍ଟ ଏନାବେଲିଂ ଟ୍ରାନ୍ସପରେନ୍ସି ଆଣ୍ଡ ଏନ୍‌ହାନ୍ସିଂ ଆକାଉଣ୍ଟେବିଲିଟି) କାର୍ଯ୍ୟକ୍ରମ...

କ୍ୟାଣ୍ଟିନ ପରିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି: ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଫାଟକରେ ତାଲା ପକାଇଲେ ବିଦ୍ୟାର୍ଥୀ

ବ୍ରହ୍ମପୁର ଅଫିସ, ୭।୮- ବ୍ରହ୍ମପୁର ଉପକଣ୍ଠ ଚଣ୍ଡିପଦରସ୍ଥିତ ପାରଳା ମହାରାଜା ଇଂଜିନିୟରିଂ କଲେଜ ଛାତ୍ରାବାସ-୧ରେ ମଙ୍ଗଳବାର ଗ୍ୟାସ୍‌ ପାଇପ୍‌୍‌ ଫାଟି ୩ ଛାତ୍ର ଆହତ ହେବା...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରଗଡ଼ରେ ହେବ କ୍ୟାନ୍‌ସର ହସ୍ପିଟାଲ

ବରଗଡ ଅଫିସ,୨୧।୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଗସ୍ତରେ ଆସି ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା,...

ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ

କଟକ ଅଫିସ୍‌, ୩।୨: କଟକ ଖାନ୍‌ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍‌। ପ୍ରସ୍ତାବିତ ୧୨ଏକର ପରିମିତ ବସ୍‌...

ଡଲ୍‌ଫିନ୍‌, ଅଲିଭ୍‌ ରିଡ୍‌ଲେ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨।୪: ରାଜ୍ୟ ପର୍ଯ୍ୟାବରଣ ବିଭାଗ ଡଲ୍‌ଫିନ୍‌ ଗଣନା ଫଳ ନିକଟରେ ପ୍ରକାଶ କରିଛନ୍ତି। ୨୦୨୧ ବର୍ଷ ଅପେକ୍ଷା ଭିତରକନିକା ସାମୁଦ୍ରିକ ଅଞ୍ଚଳରେ ୨୦୨୨ରେ...

Advertisement
Archives

Model This Week