ପାଦ ଚାଲିଲା ଦେଢ଼ଶହ କିମି

ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ ନାହିଁ। ପାଖରେ ପଇସା ନାହିଁ। ସକାଳ ହେଲେ ଘାରୁଛି ଖାଇବା ଚିନ୍ତା। ଯାନବାହନ ଚଳଚଳ ବନ୍ଦ ହୋଇଯାଇଥିବାରୁ ଘରକୁ ଫେରିବା ବାଟ ବି ବନ୍ଦ। ବିକଳ୍ପ ନ ଥିବାରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମଜୀବୀମାନେ ଏବେ ପାଦରେ ଚାଲି ଚାଲି ଘରକୁ ବାହୁଡ଼ିବା ଆରମ୍ଭ କରିଛନ୍ତି। ବାଲେଶ୍ୱର ଇଟାଭାଟିରେ କାମ କରୁଥିବା ଜଣେ ଶ୍ରମିକ କଟକସ୍ଥିତ ନିଜ ଘରକୁ ଆସିବାକୁ ଦୀର୍ଘ ୧୫୦ କିମି ଚାଲିବା ଏବଂ ଶେଷରେ ଭୁବନରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର ହେବା ଲକ୍‌ଡାଉନ୍‌ ସମୟର ଦୁଃଖଦ ଚିତ୍ରକୁ ପଦାକୁ ଆଣିଛି। ଉଦ୍ଧାର ହୋଇଥିବା ଶ୍ରମିକ ଜଣକ ହେଲେ କଟକ ଲିଙ୍କ୍‌ ରୋଡ୍‌ରେ ରହୁଥିବା ହୃଷୀକେଶ ସାହୁଙ୍କ ପୁଅ ବାପି (୨୨)। ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଚେତା ଫେରିବା ପରେ ବାପି କହିଛନ୍ତି ଯେ, ସେ ବାଲେଶ୍ୱରରେ ରହି ଏକ ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ ଘୋଷଣା ହେବା ପରେ କାମ ବନ୍ଦ ହୋଇଯାଇଥିଲା। ଏହାପରେ ୪ଦିନ ହେଲା ସେ ଚାଲି ଚାଲି ଘରକୁ ଫେରୁଥିଲେ। ସେ ଯାଜପୁର ଜିଲା ପାଣିକୋଇଲି ଦେଇ କଟକ ଯିବାର ଥିଲା। ସୋମବାର ସେ ପାଣିକୋଇଲିରେ ପହଞ୍ଚତ୍ଥିଲେ। ତେବେ ଖାଦ୍ୟପାନୀୟ ଅଭାବରୁ ତାଙ୍କର ଭ୍ରମ ସୃଷ୍ଟି ହୋଇଥିଲା। ସେ ଭୁଲ ବାଟରେ ଯାଜପୁର-ଢେଙ୍କାନାଳ ସୀମାନ୍ତ ଅଞ୍ଚଳକୁ ଚାଲି ଆସିଥିଲେ। ସୁକିନ୍ଦା ଥାନା ମଙ୍ଗଳପୁରରେ ପହଞ୍ଚତ୍ବା ପରେ କେତେଜଣ ଲୋକ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଖାଇବା ପିଇବାକୁ ଦେଇଥିଲେ। ଏହାପରେ କଟକ ଯିବାକୁ ରାସ୍ତା ବତାଇଥିଲେ। ୫୩ନଂ. ଜାତୀୟ ରାଜପଥ ଭୁବନ-କାମାକ୍ଷାନଗର ରାସ୍ତାରେ ଆସୁଥିବାବେଳେ ମଧ୍ୟାହ୍ନ ବେଳକୁ ସେ ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ରାସ୍ତା ଫାଙ୍କା ଥିବାରୁ ଏହି ଘଟଣା କାହାରି ନଜରକୁ ଆସି ନ ଥିଲା। ସନ୍ଧ୍ୟାରେ କେତେଜଣ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ଅଚେତ ଅବସ୍ଥାରେ ପଡ଼ିଥିବାବେଳେ ତାଙ୍କ ଫୋନ୍‌ କେହି ନେଇଯାଇଛନ୍ତି। ଘରକୁ ଯୋଗାଯୋଗ ହୋଇପାରୁ ନ ଥିବା ବାପି କହିଛନ୍ତି। ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଏନ୍‌ଏସି ପକ୍ଷରୁ ଉଦ୍ଧାର ଶ୍ରମିକଙ୍କ ଖାଇବା, ରହିବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଶ୍ରମିକ ଜଣକ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବାପରେ ଆଶ୍ରୟସ୍ଥଳୀରେ ରହିପାରିବେ। ଆବଶ୍ୟକ ପଡ଼ିଲେ ତାଙ୍କୁ ଘରକୁ ପଠାଯିବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

ଆନନ୍ଦପୁର ରିଙ୍ଗ୍ ବନ୍ଧ ଘାଇ ହୋଇ ବନ୍ୟା ବିପର୍ଯ୍ୟୟ: ସରକାର-ଜଳସମ୍ପଦ ବିଭାଗ ଉପରେ ବର୍ଷିଲେ ଜୟଦେବ ଜେନା

ଆନନ୍ଦପୁର, ୧।୮(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ରିଙ୍ଗ୍ ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ବିପର୍ଯ୍ୟୟ ଘଟିବା ପରେ ଶନିବାର ଆନନ୍ଦପୁରରେ କଂଗ୍ରେସ ପକ୍ଷରୁ ଏକ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri