Posted inଖେଳ

ପାଣ୍ଡେ, ପାଣ୍ଡ୍ୟା ଭାରତ-ଏ’କୁ ସିରିଜ ଜିତାଇଲେ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୭।୭ (ପି.ଟି.): ଅଧିନାୟକ ମନୀଷ ପାଣ୍ଡେଙ୍କ ଦମ୍‌ଦାର ଶତକ ସାଙ୍ଗକୁ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କ ୫ ଉଇକେଟ୍‌ ସଫଳତା ବଳରେ ଏଠାରେ ଅନୁଷ୍ଠିତ ୩ୟ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌ରେ ଭାରତ-ଏ ୧୪୮ ରନରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ପରାସ୍ତ କରିଛି। ଏହି ବିଜୟ ସହ ଭ୍ରମଣକାରୀ ଭାରତ-ଏ ୫ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ଆଗୁଆ ୩-୦ରେ କବ୍‌ଜା କରିନେଇଛି। ପୂର୍ବରୁ ଖେଳାଯାଇଥିବା ପ୍ରଥମ ଓ ୨ୟ ମ୍ୟାଚ୍‌କୁ ଭାରତ ୬୫ ରନର ସମାନ ବ୍ୟବଧାନରେ ଜିତିନେଇଥିଲା। ସିରିଜର ୪ର୍ଥ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ।
ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ-ଏ ଅଧିନାୟକ ପାଣ୍ଡେ (୧୦୦ ରନ, ୮୭ ବଲ, ୬ ଚୌକା, ୫ ଛକା)ଙ୍କ ଶତକ ସାଙ୍ଗକୁ ଯୁବ ଓପନର୍‌ ଶୁବମନ ଗିଲ (୭୭) ଓ ଶ୍ରେୟାସ ଆୟାର (୪୭)ଙ୍କ ଉଲ୍ଲେଖନୀୟ ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୨୯୫ ରନ ସଂଗ୍ରହ କରିଥିଲା। ଉଭୟ ଗିଲ୍‌ ଓ ଆୟାର ୨ୟ ଉଇକେଟ୍‌ ଯୋଡ଼ିରେ ମହତ୍ତ୍ୱପୂର୍ଣ୍ଣ ୧୦୯ ରନର ଭାଗୀଦାରି କରିଥିଲେ। ଗିଲ୍‌ ଆଉଟ୍‌ ହେବାପରେ ପାଣ୍ଡେ ଇନିଂସକୁ ଆଗେଇ ନେଇଥିଲେ। ଚତୁର୍ଥ ଉଇକେଟ୍‌ରେ ପାଣ୍ଡେ ଓ ହନୁମା ବିହାରୀ (୨୯ ରନ) ୧୧୦ ରନ ସଂଗ୍ରହ କରିଥିଲେ। ଜବାବରେ ୨୯୬ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ପିଛା କରି ଓ୍ବେଷ୍ଟଇଣ୍ଡିଜ-ଏ ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କୁ ସାମ୍ନା କରି ନ ପାରି ୩୪.୨ ଓଭରରେ ୧୪୭ ରନରେ ସୀମିତ ରହିଥିଲା। ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା କେମୋ ପଲ୍‌ ସର୍ବାଧିକ ୩୪ ଓ ଓପନର୍‌ ସୁନୀଲ ଆମ୍ବ୍ରିସ ୩୦ ରନ କରିଥିଲେ। ପାଣ୍ଡ୍ୟା ୭ ଓଭରରେ ୨୫ ରନ ବ୍ୟୟରେ ସର୍ବାଧିକ ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଶତକୀୟ ଇନିଂସ ଲାଗି ମନୀଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଷ୍ଟେଶନରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧।୫ : ଲଗାତାର ୫ ବିଜୟ ହାସଲ କରିବା ପରେ ଅଟକିଛି ଚେନ୍ନାଇ ଏକ୍ସକ୍ରେସ୍‌। କେହି ଅଟକାଇ ପାରିଲେ ନାହିଁ କିରନ ପୋଲାର୍ଡଙ୍କ ଝଡ଼କୁ। ସାମ୍ନାରେ...

ସାଇ ଇଣ୍ଟରନ୍ୟାଶନାଲ ବିଜୟୀ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ଜୟନ୍ତ ମହାପାତ୍ର ସ୍ମାରକୀ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ...

ଟି୨୦ ମ୍ୟାଚ୍‌ରେ ୬୪ ରନ୍‌ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …

ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ...

ଗଗନ ନାରଙ୍ଗ ଶୁଟିଂ ସେଣ୍ଟର ଆରମ୍ଭ: ସ୍କୁଲରୁ ପ୍ରତିଭା ଚିହ୍ନଟ କାର୍ଯ୍ୟ

ଭୁବନେଶ୍ୱର,୧୪।୧୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗଗନ ନାରଙ୍ଗ ହାଇ ପରଫର୍ମାନ୍ସ ସେଣ୍ଟର ଇନ୍‌ ଶୁଟିଂ ବୁଧବାର କାର୍ଯ୍ୟ କରିବା ଆରମ୍ଭ କରିଛି। ଗଗନ ନାରଙ୍ଗ ସ୍ପୋଟର୍‌ସ ପ୍ରମୋଶନ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବିସିସିଆଇକୁ ଲାଗିଲାଣି ଭୟ

ନୂଆଦିଲ୍ଲୀ,୨୪।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟାର୍ଦ୍ଧ ଖେଳାଯାଉଛି।ଅକ୍ଟୋବର ୧୫ରେ ଟୁର୍ନାମେଣ୍ଟର ଫାଇନାଲ ଅନୁଷ୍ଠିତ ହେବ। ଏହାର ୨ ଦିନ ପରେ ଟି -୨୦ ବିଶ୍ୱକପ ଆରମ୍ଭ...

ଡୋପିଂ ମାମଲାରେ ମନଙ୍ଗୋଇ ସସ୍‌ପେଣ୍ଡ

ମୋନାକୋ, ୨୪ା୭ (ଏପି)- ଡୋପ୍‌ ଟେଷ୍ଟ ପାଇଁ ହାଜର ହୋଇ ନ ଥିବାରୁ ପୂର୍ବତନ ୧,୫୦୦ ମିଟର ବିଶ୍ୱଚାମ୍ପିୟନ ଇଲିଜା ମନଙ୍ଗୋଇ ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି।...

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌

ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...

ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ନିଆରା ରେକର୍ଡ ସୃଷ୍ଟି କଲେ ଧାଓ୍ବନ୍‌

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ...

Advertisement
Archives

Model This Week