ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିଥିବାବେଳେ ଗ୍ରାମବାସୀ ପାଣି ପାଇଁ ଦେଢ଼ କିମି ଯାଉଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
କୁଲେଇ ରଗଡ଼ି ସାହିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପାନୀୟଜଳ ଯୋଗାଣ ପାଇଁ ଥିବା ଏକମାତ୍ର ନଳକୂପ ୨ମାସ ହେଲା ଅଚଳ ହୋଇପଡ଼ିଛି। ଅନ୍ୟ ସୁବିଧା ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଦେଢ଼ କିମି ବାଟ ଚାଲି ଚାଲି ଯାଇ ପାଣି ଆଣୁଛନ୍ତି। ଏ ନେଇ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସମସ୍ୟାର ତୁରନ୍ତ ସମାଧାନ ନ କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି, ଖରାଦିନ ପୂର୍ବରୁ ଏପରି ସମସ୍ୟା ଆରମ୍ଭ ହେଲାଣି। ଆଗକୁ ଏହା ଆହୁରି ଉତ୍କଟ ରୂପ ଧାରଣ କରିବ। ବେଳ ଥାଉ ଥାଉ ପ୍ରଶାସନ ଏହାର ସମାଧାନ ନ କଲେ ସମସ୍ୟା ଅଣାୟତ୍ତ ହୋଇପଡ଼ିବ। କେବଳ ଜନସାଧାରଣ ନୁହନ୍ତି, ଏଥିରେ ଗୃହପାଳିତ ପ୍ରାଣୀ ମଧ୍ୟ ପ୍ରଭାବିତ ହେବେ। ତେଣୁ ଶତାଧିକ ଲୋକଙ୍କ ଏକ ମାତ୍ର ସାହାଭରସା ପାଲଟିଥିବା ଉକ୍ତ ନଳକୂପକୁ ତୁରନ୍ତ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।
ଏ ନେଇ ସରପଞ୍ଚ ସୀମାନ୍ତ କୁମାର ଜେନା କୁହନ୍ତି, ସାହିରେ ଥିବା ଏକ ମାତ୍ର ନଳକୂପ ଖରାପ ହୋଇଯାଇଛି। ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବିରଜା ଶଙ୍କର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ...

ଶ୍ରୀମନ୍ଦିରକୁ ୩୧ କେଜି ରୁପା ଦାନ

ପୁରୀ ଅଫିସ,୨୨।୩:ଜଣେ ଦାତା ରବିବାର ଶ୍ରୀମନ୍ଦିରକୁ ୩୧ କେଜି ରୁପା ଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ...

କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ

ବନ୍ତ,୨ା୪(ଡି.ଏନ୍‌.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ...

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ...

ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡ଼ା ଅଫିସ,୧୯ା୮: କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା...

ପୋଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣା: ଚାଳକ ଗିରଫ, କାର୍‌ ଜବତ

ଦାରିଙ୍ଗବାଡ଼ି,୩ା୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ଅଭିଯୋଗରେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗୁରୁବାର ଗିରଫ...

ଦେବଗଡ଼ରେ ଜବରଦଖଲ ଉଚ୍ଛେଦ ଜାରି

ଦେବଗଡ଼,୧୭।୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ପୌରାଞ୍ଚଳ ଅଧୀନ ସହରର ମୁଖ୍ୟ ମାର୍କେଟ ଡ୍ରେନ ଉପରେ ଥିବା ଦୋକାନ ଗୃହଗୁଡିକର ବୁଧବାର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ,ଦୀର୍ଘ...

ବକେୟା ୨ ହଜାର ଟଙ୍କା ନ ଦେବାରୁ ଠିକାଦାରଙ୍କୁ ହତ୍ୟା

କବିସୂର୍ଯ୍ୟନଗର,୧୬ା୪: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଧୀନ ଏ. ବରିଡ଼ା ଗାଁ ଦାଣ୍ଡରେ ଶୁକ୍ରବାର ଜଣେ ଠିକାଦାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଠିକାଦାର ବକେୟା...

Advertisement
Archives

Model This Week