ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି ପଞ୍ଚାୟତ ସହିତ ସବୁ ଗ୍ରାମକୁ ସଂଯୋଗ କରିବା ସହ ସବୁଦିନିଆ ରାସ୍ତା ନିର୍ମାଣ ବିଭିନ୍ନ ଯୋଜନାରେ କରୁଛନ୍ତି। କିନ୍ତୁ ପାଣିଘେରରେ ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତ ଅଧୀନ କେନ୍ଦୁଘାଟି ଗ୍ରାମକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ଦୁଃଖରେ ଦିନ କାଟୁଛନ୍ତି। ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ସେମାନଙ୍କ ପାଇଁ ଡେଥ୍‌ ଲାଇନ ପାଲଟିଥିଲେ ହେଁ ଏଥିପ୍ରତି ସରକାର କିମ୍ବା ପ୍ରଶାସନର ନଜର ପଡୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମର ତିନି ପାର୍ଶ୍ୱରେ ରହିଛି ବୈତରଣୀ ଓ ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ପାଣି ଭର୍ତ୍ତି ହୋଇଯାଏ। ବନ୍ୟା ପାଣି ଯୋଗୁ ନଦୀ କୂଳ ଖାଇ ଯାଉଥିବାରୁ ଲୋକଙ୍କ ଜମିବାଡ଼ି କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ଏଥିପାଇଁ କ୍ଷତିପୂରଣ ମଧ୍ୟ ମିଳେ ନାହିଁ ବୋଲି ସେମାନେ ଅଭିଯୋଗ କରନ୍ତି।
ବର୍ଷାଦିନ ଆସିଲେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଅଧିକ ବଢ଼ିଯାଏ। ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀଡଙ୍ଗାରେ ନଦୀ ପାର ହୋଇ ଯିବାଆସିବା କରିଥାନ୍ତି। ବର୍ଷାଦିନେ ପଞ୍ଚାୟତ ଅଫିସ, ହାଟବଜାରକୁ ଯିବା ଆସିବା କଷ୍ଟକର ହୋଇପଡ଼େ। ନଦୀର ସୁଅକୁ ବେଖାତିର କରି ପେଟ ଲାଗି ଚାଉଳ ଗଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡଙ୍ଗାରେ ଯିବାଆସିବା କରିଥାନ୍ତି। ବହୁ ବର୍ଷ ହେଲା ଏଭଳି ଦୁଃଖ ଭୋଗୁଛନ୍ତି। ଏ ନେଇ ବହୁ ଖବର ପ୍ରକାଶ ପାଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂଣ୍ଣର୍ର୍ ଯାତାୟାତ କରୁଥିବାରୁ ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଡଙ୍ଗା ଚଳାଇବା ପାଇଁ ସରକାରୀ କଟକଣା ରହିଛି। ତେବେ ଏଥିପାଇଁ ଲାଇସେନ୍ସ କରିବା ସହ ସରକାରୀ ନୀତିନିୟମ ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ପ୍ରଶାସନ କୌଣସି ସହାୟତା କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ତେବେ କେବେ ଦୁଃଖ ଦୂର ହେବ ସେ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri