ପାଟ୍ରୋଲିଂ ବେଳେ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ, ଚାଳକ ଫେରାର

ଜମନକିରା, ୧୨।୭: ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ବନଖଣ୍ଡ ବନବିଭାଗ ପକ୍ଷରୁ ଷଣ୍ଢପଥରଠାରୁ କଦଳୀପାଳ ମଧ୍ୟରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ୪୦୭ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ କରାଯାଇଛି। ତେବେ ଚାଳକଜଣକ ଫେରାର ହୋଇଯାଇଥିବା ବନଅଧିକାରୀ ପ୍ରକାଶ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ବେଳେ ପ୍ରାୟ ଭୋର ଦେଢ଼ରୁ ୨ଟା ସମୟରେ ଏକ ୪୦୭ ଟ୍ରକ୍‌ (ଓଆର୍‌-୧୭-୮୪୪୮) ଷଣ୍ଢପଥରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଟଂସରା ଛକରେ ବନ ବିଭାଗ ପକ୍ଷରୁ ଟ୍ରକ୍‌କୁ ଅଟକାଯାଇଥିଲା। ଚାଳକ ଏହା ଜାଣିପାରି ଫେରାର ହୋଇଯାଇଥିଲେ। ବନବିଭାଗ ଅଧିକାରୀ ଯାଞ୍ଚ କରବା ବେଳେ ଟ୍ରକ୍‌ରେ କେନ୍ଦୁପତ୍ର ବୋଝେଇ ହୋଇଥିବା ଜାଣି ପାରିଥିଲେ। ଟ୍ରକ୍‌କୁ ବଡ଼ରମା ରେଞ୍ଜକୁ ନେଇ କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଜବତ ହୋଇଥିବା କେନ୍ଦୁପତ୍ରର ମୂଲ୍ୟ ମିଳି ନ ଥିବା ଜଣାଯାଇଛି। ଏହି ପାଟ୍ରୋଲିଂ ବେଳେ ରେଞ୍ଜର ନୀଳାଦ୍ରୀନାଥ ସାହୁଙ୍କ ସମେତ ଫରେଷ୍ଟର ରଞ୍ଜନ ଜିତ, କୃପାସିନ୍ଧୁ ପଧାନ, ପରେଶ ନାଏକ ଓ ସ୍ପେସିଆଲ ସ୍କାର୍ଡ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଧୂହତ୍ୟା ଘଟଣା: ସ୍ବାମୀ, ଶାଶୁ, ନଣନ୍ଦଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ଅଫିସ, ୧।୬: ଖୋର୍ଦ୍ଧାର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟରେ ଜଙ୍କିଆ ମାନପୁର ଗାଁର ବିଳାସିନୀ ରାଉତରାୟ ହତ୍ୟାକାଣ୍ଡ ଘଟଣାର ରାୟ ଶନିବାର ପ୍ରକାଶ...

ନ୍ୟାୟ ମାଗିଲେ ସୌମ୍ୟଙ୍କ ବାପା

ଖଇରା, ୮।୮(ଡି.ଏନ.ଏ.): ପାରଳଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୨୫ଦିନ ପୂରିଲାଣି । ପୋଲିସ ତଦନ୍ତକୁ ପ୍ରଶ୍ନ ଉଠାଇଥିବା ପରିବାର ଏବେ...

୧୦ ଗେଟ୍‌ରୁ ଜଳ ନିଷ୍କାସନ

ସମ୍ବଲପୁର,୧୧ା୮(ବ୍ୟୁରୋ): ଉପରମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଥିବାରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ ଗେଟ୍‌ ଖୋଲି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଆସନ୍ତା ୨୪ରୁ ୩୬...

ବଡ଼ଭାଇଙ୍କ ଜୀବନ ନେଲେ ସାନ

ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼...

ନିଶା ବ୍ୟବସାୟୀଙ୍କ ୧୬ ଘର ଭାଙ୍ଗିଲା ପୋଲିସ

ସମ୍ବଲପୁର,୨୧ା୩(ବ୍ୟୁରୋ): ବେଆଇନ ଭାବେ ନିଶା ବ୍ୟବସାୟ ସହ ବିଭିନ୍ନ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ସମ୍ବଲପୁର ଟାଉନ ଥାନା ସାହୁ କଲୋନୀ ଝୁପୁଡିପଡ଼ାରେ ସୋମବାର ପୋଲିସ...

ପ୍ରାପ୍ୟ ବଦଳରେ ମାଡ଼, ବନ୍ଧା ହେଲେ ବ୍ୟବସାୟୀ

କୋଲାବିରା,୩୧।୮(ଡି.ଏନ.ଏ.): ପ୍ରାପ୍ୟ ଦେବା ବଦଳରେ ମାଡ଼ ମାରି ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି କୋଲାବିରା ଥାନା ସୋଢାମାଲ ପଞ୍ଚାୟତର ଅମନାପାଲି ଗ୍ରାମରେ।...

ଘରୁ ଚାଲିଥିଲା ଗଞ୍ଜେଇ ବେପାର: ସୋଲପଟା ଗ୍ରାମରେ ଯାଜପୁର ରୋଡ୍‌ ଅବକାରୀ ବିଭାଗର ଚଢ଼ାଉ; ୮୮ କେଜି ଗଞ୍ଜେଇ ସହ ମହିଳା ଗିରଫ

ଯାଜପୁର ରୋଡ୍‌,୩୧।୫(ନି.ପ୍ର.): ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ରୋଡ୍‌ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ପାଣିକୋଇଲି ଥାନା ସୋଲପଟା ଗ୍ରାମରେ...

ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ୱର,୨୪ା୬(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ  ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଜଳେଶ୍ବରସ୍ଥିତ ଜିଲା...

Advertisement
Archives

Model This Week